କଙ୍ଗନାଙ୍କ ଅଭିନୟକୁ ପ୍ରଶଂସା କଲେ ରାମ ଗୋପାଳ ବର୍ମା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ମୁଭି ‘ଏମରଜେନ୍ସି’ର ଟିଜର କିଛିଦିନ ତଳେ ରିଲିଜ ହୋଇଛି । ଏହାପରେ ଏହି ମୁଭି ଏବେ ଖୁବ୍ ଚର୍ଚ୍ଚାରେ ରହୁଛି । କଙ୍ଗନା ରାନାୱତ ଏହି ମୁଭିର ନିର୍ଦ୍ଦେଶନା ଦେଇଛନ୍ତି । କେବଳ ସେତିକି ନୁହେଁ ମୁଭିର ମୁଖ୍ୟ ଚରିତ୍ର ଅର୍ଥାତ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି କଙ୍ଗନା । ଟିଜରରେ କଙ୍ଗନଙ୍କ ଲୁକ୍ ଦର୍ଶକଙ୍କୁ ଫିଦା କରିଛି । ସେ କୁଆଡେ ଅବିକଳ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି ବୋଲି ତାଙ୍କ ପ୍ରଶଂସକମାନେ କମେଣ୍ଟ କରିଛନ୍ତି । ଆଉ ଦର୍ଶକେ ଏହି ଫିଲ୍ମକୁ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି ।
ଏହି ଟିଜର ଦେଖିବା ପରେ ଏବେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମାଙ୍କ କମେଣ୍ଟ ବି ସାମ୍ନାକୁ ଆସିଛି । ରାମ ଗୋପାଳ ବର୍ମା ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ୧୯୮୪ ମସିହାରେ ଇନ୍ଦିରା ଗାନ୍ଧୀ ଦେଇଥିବା ଏକ ସାକ୍ଷାତକାରକୁ ଶେୟାର କରିଛନ୍ତି । ଏହାସହ ସେ ଲେଖିଛନ୍ତି, ଏହାକୁ ବିଶ୍ୱାସ କରନ୍ତୁ ଅବା ନ କରନ୍ତୁ! ଇନ୍ଦିରା ଗାନ୍ଧୀ କଙ୍ଗନା ରାନାୱତଙ୍କ ଭଳି ଅଭିନୟ କରୁଛନ୍ତି । ଇନ୍ଦିରା ଗାନ୍ଧୀଙ୍କ ୧୯୮୪ର ସାକ୍ଷାତକାର ଦେଖନ୍ତୁ । କଙ୍ଗନା ରାମ ଗୋପାଳ ବର୍ମାଙ୍କ ଏହି ଟୁଇଟକୁ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ରିପୋଷ୍ଟ କରି ଲେଖିଛନ୍ତି, ହାହା ଥ୍ୟାଙ୍କ ୟୁ ସାର, ଏହା ଆଶ୍ୱସ୍ତି ଦେଉଛି ଯେ ମୁଁ ନିଜେ ଏହି ଚରିତ୍ରରେ ଅଭିନୟ କରିଛି ।
ସୂଚନାଯୋଗ୍ୟ, ମୁଭି ‘ଏମରଜେନ୍ସି’ରେ କଙ୍ଗନା ରାନାୱତଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକ୍‌ରେ ଦେଖିବାକୁ ମିଳିଛି । ଏକ ଭିଡିଓରେ କଙ୍ଗନା ଦେଖାଇଥିଲେ ଯେ ସେ ଇନ୍ଦିରାଙ୍କ ଲୁକ ପାଇଁ କେତେ ପରିଶ୍ରମ କରିଛନ୍ତି । ଫିଲ୍ମ ‘ଏମରଜେନ୍ସି’ରୁ ଅନୁପମ ଖେରଙ୍କ ଲୁକ୍ ବି ସାମ୍ନାକୁ ଆସିଲାଣି । ସେ ଫିଲ୍ମରେ ରାଜନେତା ଜୟପ୍ର୍ରକାଶ ନାରାୟଣଙ୍କ ଭୂମିକାରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri