Categories: ଜାତୀୟ

ଲୌହ ମାନବୀଙ୍କୁ ମୋଦିଙ୍କ ସମେତ ବହୁ ନେତା ଦେଲେ ଶ୍ରଦ୍ଧାଞ୍ଜଳୀ, ଜେଜେମା’ଙ୍କୁ ମନେପକାଇଲେ ରାହୁଲ

ନୂଆଦିଲ୍ଲୀ,୧୯ ।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବି ଜେଜେ ମା’ ତଥା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ଜୟନ୍ତି ଅବସରରେ ତାଙ୍କୁ ମନେ ପକାଇଛନ୍ତି । ରାହୁଲ ଟୁଇଟ୍ କରି କହିଛନ୍ତି ଦେଶର ପ୍ରତିଜ୍ଞାକାରୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାଁ ସ୍ୱର୍ଣ୍ଣାକ୍ଷରରେ ଲେଖାଯାଇଛି । ତାଙ୍କର ସବୁଠାରୁ ବଡ ଶକ୍ତିଥିଲା ଲୋକଙ୍କ ଭିତରେ ରହି ସେମାନଙ୍କର ସୁଖ ଦୁଖ ବାଣ୍ଟିବା । ଜେଜେମା’ଙ୍କ ସାହସ ସବୁବେଳେ ଆମକୁ ପ୍ରେରଣା ଦେବ । ତୁମକୁ ମୁଁ ଆଜିବି ମୋ ପାଖରେ ଦେଖିବାକୁ ପାଉଛି, ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।

ସେହିପରି ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନୱାବ ମଲିକ ବି ଇନ୍ଦିରାଙ୍କୁ ମନେପକାଇଛନ୍ତି । ସେ ଟୁଇଟ୍ କରି ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ଦୃଢ ନେତୃତ୍ୱ ଓ ବୀରତାକୁ ଆଗାମୀ ପିଢି ମନେ ପକାଇବେ ବୋଲି କହିଛନ୍ତି ।

Share