Categories: ଜାତୀୟ

ଉଡାଣ ସମୟରେ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରୁଥିଲେ ବ୍ୟକ୍ତି, ବିମାନବନ୍ଦରରେ କରାଗଲା ଗିରଫ

ଅଗରତାଲା,୨୧।୯: ଇଣ୍ଡିଗୋ ବିମାନର ଜଣେ ଯାତ୍ରୀଙ୍କୁ ଗୁରୁବାର ଅଗରତାଲା ବିମାନବନ୍ଦରରେ ଉଡାଣ ସମୟରେ ବିମାନ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରିବା ସହ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇଛି। ତ୍ରିପୁରା ପୋଲିସର ମୁଖପାତ୍ର ଜ୍ୟୋତିସ୍ମାନ ଦାସ ଚୌଧୁରୀ କହିଛନ୍ତି, ବିଶ୍ୱଜିତ ଦେବନାଥ (୪୧) ଗୁଆହାଟି-ଅଗରତାଲା ଇଣ୍ଡିଗୋ ବିମାନ ଉଡାଣ ସମୟରେ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ତାଙ୍କ ସହ-ଯାତ୍ରୀମାନେ ତାଙ୍କୁ ପଛକୁ ଟାଣି ନେଇଆସିଥିଲେ।

ଜ୍ୟୋତିସ୍ମାନ କହିଛନ୍ତି, ଯେତେବେଳେ କ୍ରୁ ସଦସ୍ୟମାନେ ତାଙ୍କୁ ତାଙ୍କ ସିଟ୍‌ରେ ବସିବାକୁ କହିଥିଲେ, ସେତେବେଳେ ଦେବନାଥ ସେମାନଙ୍କ ସହ ଅସଦାଚରଣ କରିଥିଲେ। ଦେବନାଥ ମଦ୍ୟପାନ କରି ଏଭଳି କରିଥିବା ସହ-ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ବିମାନଟି ଅଗରତାଲାର ମହାରାଜା ବୀର ବିକ୍ରମ ବିମାନବନ୍ଦରରେ ଅବତରଣ କରିବା ପରେ ଅଭିଯୁକ୍ତ ଦେବନାଥଙ୍କୁ ପୋଲିସ ଗିରଫ କରିଥିଲା।

Share