Categories: ଜାତୀୟ

ଅଳ୍ପକେ ବର୍ତ୍ତିଲା ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ୧୬୦ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ,୨୫।୫: ମାଙ୍ଗାଲୁରୁରୁ ଦୁବଇ ଯାଉଥିବା ଏକ ଇଣ୍ଡିାଗୋ ବିମାନରେ ପକ୍ଷୀ ମାଡ ହେବା ପରେ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି। ମାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦର(ଏମଆଇଏ)ର ରନଓ୍ବେରେ ଦୁବଇ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନ ଯେତେବେଳେ ଏକ ପକ୍ଷୀ ସହ ମାଡ ହୋଇଥିଲା ସେତେବେଳେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବାରଣ ଖେଲି ଯାଇଥିଲା। ଏହାପରେ ତୁରନ୍ତ ଏହି ଯାତ୍ରାକୁ ରଦ୍ଦ କରାଯାଇଥିଲା।

ସୂଚନାଯୋଗ୍ୟ, ଗୁରୁବାର ସକାଳ ପ୍ରାୟ ୭ଟା ୩୦ରେ ଏହି ଘଟଣା ଘଟିଥିଲା। ପକ୍ଷୀଟି ବିମାନର ଏକ ଡେଣାକୁ ଧକ୍କା ଦେଇଥିଲା। ପାଇଲଟ ତୁରନ୍ତ ଏୟାର ଟ୍ରାଫିକ ନିୟନ୍ତ୍ରଣକୁ ଏହାର ସୂଚନା ଦେଇଥିଲେ ଏବଂ ବିମାନଟିର ଉଡାଣ ବାତିଲ କରାଯାଇଥିଲା। ଏହି ଘଟଣା ପରେ ୧୬୦ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା।
ଏହି ଘଟଣା ପରେ କିଛି ସମୟ ପାଇଁ ବିମାନବନ୍ଦରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ପରେ ଯାତ୍ରୀମାନଙ୍କ ପାଇଁ ବେଙ୍ଗାଲୁରୁରୁ ଦୁବାଇକୁ ଅନ୍ୟ ଏକ ବିମାନରେ ଯିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା।

Share