ମଝି ଆକାଶରେ IndiGo ଫ୍ଲାଇଟ୍‌ର ଇଞ୍ଜିନ୍‌ ହେଲା ଖରାପ! ତା’ପରେ…

ନୂଆଦିଲ୍ଲୀ,୧।୯: ଇଣ୍ଡିଗୋର ବିମାନ 6E 2102 ମଙ୍ଗଳବାର ସକାଳେ ଗୋଆରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ବିମାନର ଗୋଟିଏ ଇଞ୍ଜିନ୍‌ରେ ତ୍ରୁଟି ଥିବା ଆଶଙ୍କା କରାଯାଇଥିଲା।
ଏହାପରେ ବିମାନଟିକୁ ଗୋଆର ମୋପା ଏୟାରପୋର୍ଟକୁ ଫେରାଇ ଅଣାଯାଇଥିଲା ଏବଂ ଜରୁରୀକାଳୀନ ଭାବେ ଅବତରଣ କରାଯାଇଥିଲା। ଘଟଣା ସମ୍ପର୍କରେ ବର୍ତ୍ତମାନ ଅଧିକ ତଥ୍ୟକୁ ଅପେକ୍ଷା କରାଯାଉଛି।

 

Odisha’s No.1 Odia Daily

Share