Posted inଖେଳ

ପରାଜୟ ସହ ଭାରତର ବିଶ୍ୱକପ ଅଭିଯାନ ଶେଷ

ଭୁବନେଶ୍ୱର, ୧୮।୧୦ (କ୍ରୀଡ଼ା ପ୍ରତିନିଧି): ଭାରତର ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ପଦାର୍ପଣ ଅଲୋଡ଼ା ରେକର୍ଡ ସହ ଶେଷ ହୋଇଛ। ନିଜର ପ୍ରଥମ ବିଶ୍ୱକପରେ ଭାରତ ୩ଟି ଯାକ ମ୍ୟାଚ ହାରି ଅଭିଯାନ ଶେଷ କରିଛି। ପ୍ରଥମ ମ୍ୟାଚରେ ଆମେରିିକାଠାରୁ ୦-୮, ଦ୍ୱିତୀୟ ମ୍ୟାଚରେ ମରକ୍କୋଠାରୁ ୦-୩ ଗୋଲରେ ହାରିଥିବା ଭାରତ ସୋମବାର ତୃତୀୟ ମ୍ୟାଚରେ ବ୍ରାଜିଲଠାରୁ ୦-୫ ଗୋଲରେ ହାରି ଯାଇଛି। ଆଲିନେ ଓ ଲାରାଙ୍କ ଡବଲ ଗୋଲ ବଳରେ ବ୍ରାଜିଲ ବିଜୟ ମୁକୁଟ ପିିନ୍ଧିବା ସହ ନକ୍‌ଆଉଟରେ ପ୍ରବେଶ କରିଛି। ଏଥିସହ ପ୍ରତିଯୋଗିତାର ଭୁବନେଶ୍ୱର ପର୍ଯ୍ୟାୟ ମଧ୍ୟ ଶେଷ ହୋଇଛି। ଗ୍ରୁୁପ୍‌ ”ଏ’ରୁ ଆମେରିକା ଓ ବ୍ରାଜିଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୋଆର ମାର୍ଗାଓରେ ଅନୁଷ୍ଠିତ ଅନ୍ୟ ଏକ ଗ୍ରୁପ୍‌ ”ଏ’ ମ୍ୟାଚରେ ଆମେରିକା ୪-୦ ଗୋଲରେ ମରକ୍କୋକୁ ପରାସ୍ତ କରିଛି। ଫଳରେ ଏହି ଗ୍ରୁପ୍‌ରେ ଆମେରକା ପ୍ରଥମ ଓ ବ୍ରାଜିଲ ଦ୍ୱିିତୀୟ ସ୍ଥାନୀୟ ଦଳଭାବେ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ଆସନ୍ତା ୨୧ ତାରିଖରେ ନଭି ମୁମ୍ବାଇରେ ଆମେରିକା-ନାଇଜେରିଆ ଏବଂ ଜର୍ମାନୀ-ବ୍ରାଜିଲ କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହେବ। ଗ୍ରୁପ୍‌ ‘ବି’ର ପ୍ରଥମ ଓ ଦ୍ୱିତୀୟ ଦଳଭାବେ ଯଥାକ୍ରମେ ଜର୍ମାନୀ ଓ ନାଇଜେରିଆ ନକ୍‌ଆଉଟରେ ପ୍ରବେଶ କରିଛନ୍ତି।
ମ୍ୟାଚରେ ଜର୍ସି ପରିବର୍ତ୍ତନ କରି ଖେଳିିଥିଲା ଭାରତ। ଭାରତକୁ କମଳା ଏବଂ ବ୍ରାଜିଲକୁ ବ୍ଲୁୁ ଜର୍ସି ଦିଆ ଯାଇଥିଲା। ଜର୍ସିର ରଙ୍ଗ ବଦଳିଥିଲେ ହେଁ ଭାରତୀୟ ଦଳର ଭାଗ୍ୟ ପରିବର୍ତ୍ତନ ହୋଇ ନ ଥିଲା। ପୂର୍ବାନୁମାନ ଅନୁସାରେ ବ୍ରାଜିଲ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଏହି ଦଳର ଖେଳାଳିମାନେ ଭାରତୀୟ ଗୋଲପୋଷ୍ଟ ଉପରେ କ୍ରମାଗତ ଆକ୍ରମଣ କରିଥିଲେ। ଅନ୍ୟପକ୍ଷରେ ଭାରତୀୟ ରକ୍ଷଣଭାଗ ବଲ୍‌କୁ ରୋକିବା ଏବଂ କ୍ଲିୟର କରିବାରେ ବ୍ୟସ୍ତ ରହିଥିଲା। ୧୧ତମ ମିନିଟରେ ଆଲିନେଙ୍କଠାରୁ ପାସ୍‌ ପାଇଥିବା ଗାବି ବେର୍ଚୋନ ବଲ୍‌କୁ ନିଜ ନିିୟନ୍ତ୍ରଣକୁ ଆଣି ଗୋଲ ଦେବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଶଟ୍‌ର ବେଗ ତୀବ୍ର ଥିବାରୁ ବଲ୍‌ଟି ଭାରତୀୟ ଗୋଲକିପର କେଇଶାମ ମେଲୋଡ଼ିଙ୍କ ହାତରେ ବାଜିଥିଲେ ମଧ୍ୟ ନେଟକୁ ଛୁଇଁଥିଲା। ଏହାପରେ କିନ୍ତୁ ମେଲୋଡି ଏକାଧିକଥର ଚମତ୍କାର ସେଭ୍‌ କରି ଦର୍ଶକଙ୍କ ମନ ଜିତିଥିଲେ। ୩୪ତମ ମିନିଟରେ କାଜଲଙ୍କ ହ୍ୟାଣ୍ଡବଲ ଯୋଗୁ ଫ୍ରି-କିିକ୍‌ ପାଇଥିଲା ବ୍ରାଜିଲ। ମାତ୍ର ଗାବ୍ରିଏଲ ବେର୍ଚୋନଙ୍କ ରାଇଟ୍‌ ଫୁଟ୍‌ ଶଟ୍‌ ଗୋଲପୋଷ୍ଟ ବାହାରେ ଚାଲି ଯାଇଥିଲା। ତେବେ ବ୍ରାଜିଲ ଆକ୍ରମଣ ପ୍ରକ୍ରିୟା ବଳବତ୍ତର ରଖିଥିଲା। ୪୦ତମ ମିନିଟରେ ଆନା ଫ୍ଲାଭିଆଙ୍କ ପାସ୍‌କୁ ଗୋଲରେ ପରିଣତ କରିଥିଲେ ୭ ନମ୍ବର ଜର୍ସି ପରିହିତ ଆଲିନେ। ଫଳରେ ପ୍ରଥମାର୍ଦ୍ଧ ଶେଷ ବେଳକୁ ବ୍ରାଜିଲ ୨-୦ ଗୋଲରେ ଅଗ୍ରଣୀଲାଭ କରିଥିଲା।
ପଟ୍ଟ ପରିବର୍ତ୍ତନ ହୋଇଥିଲେ ହେଁ ଭାରତର ପ୍ରଦର୍ଶନରେ ବିଶେଷ ଉନ୍ନତି ଆସି ନ ଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବାର ୬ ମିନିଟ ପରେ ଅର୍ଥାତ୍‌ ୫୧ତମ ମିନିଟରେ ଆଲିନେ ବ୍ୟକ୍ତିଗତ ଏବଂ ବ୍ରାଜିଲ ପକ୍ଷରୁ ୩ୟ ଗୋଲଟି ସ୍କୋର କରିଥିଲେ। ରିବେକାଙ୍କଠାରୁ ପାଇଥିବା ପାସ୍‌ର ସେ ସଦୁପଯୋଗ କରିଥିଲେ। ମ୍ୟାଚର ଶେଷ ପର୍ଯ୍ୟାୟରେ ଅର୍ଥାତ୍‌ ୮୬ତମ ମିନିଟରେ ବ୍ରାଜିଲର ୧୭ ଜର୍ସି ପରିହିତ ଲାରା ଦଳ ପକ୍ଷରୁ ୪ର୍ଥ ଗୋଲଟି ଦେଇଥିଲେ। କେବଳ ସେତିକି ନୁହେଁ ଇଞ୍ଜୁରି ଟାଇମ୍‌ ୯୦+୩ ମିନିଟରେର ଲାରା ବ୍ୟକ୍ତିଗତ ଦ୍ୱିତୀୟ ଓ ବ୍ରାଜିଲ ପକ୍ଷରୁ ୫ମ ଗୋଲ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri