Categories: ଜାତୀୟ

ମୋଦିଙ୍କ ଯୋଗୁ ଭାରତର ସ୍ବର ଆଜି ବିଶ୍ୱରେ ପ୍ରଭାବ ପକାଉଛି: ଜୟଶଙ୍କର

ନୂଆଦିଲ୍ଲୀ,୨୬।୯: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବିଦେଶରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଓ୍ବାଶିଂଟନ୍‌ରେ ଆମେରିକାର ଇଣ୍ଡିଆ ଫ୍ରେଣ୍ଡଶିପ କାଉନସିଲ ଏବଂ ଫାଉଣ୍ଡେଶନ ଫର୍‌ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ତଥା ନୀତି ଯୋଗୁ ଭାରତର ସ୍ବର ଆଜି ବିଶ୍ୱରେ ପ୍ରଭାବ ପକାଉଛି। ଆଜି ଆମର ମତ ଗୁରୁତ୍ୱପୂର୍ଣ୍ଣ, ଆମର ମତାମତକୁ ଗମ୍ଭୀରତାର ସହ ନିଆଯାଉଛି। ଗତ ୬ ଦିନ ମଧ୍ୟରେ ନ୍ୟୁୟର୍କରେ ବିଭିନ୍ନ ଦେଶର ନେତାଙ୍କୁ ଭେଟିବା ଆଧାରରେ ମୁଁ ଏହା କହୁଛି।
ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ଥିବା ବଢୁଥିବା ସମ୍ପର୍କ ବିଷୟରେ ଜୟଶଙ୍କର କହିଛନ୍ତି, ଏହି ସମ୍ପର୍କ ଦୁଇ ଦେଶ ପାଇଁ କୌଣସି କାମକୁ ନୁହେଁ। ପାକିସ୍ତାନର ଏଫ -୧୬ ଜାହାଜ ରକ୍ଷଣାବେକ୍ଷଣ ପାଇଁ ଆମେରିକା ୪୫୦ ମିଲିୟନ ଡଲାରର ପ୍ୟାକେଜ ଅନୁମୋଦନ ଉପରେ ପ୍ରଶ୍ନ ହେବାରୁ ଏପରି କହିଛନ୍ତି ଜୟଶଙ୍କର।

Share