ଭାରତର ଟିକା କୂଟନୀତି ସ୍ବାଗତଯୋଗ୍ୟ: ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୯।୩: କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇରେ ଭାରତ ଆଗୁଆ ରହିଛି। ପୃଥିବୀରେ ଭାରତ ଏକ ନୂଆ ଉଦାହରଣ ସୃଷ୍ଟି କରିପାରିଛି। ଅନ୍ୟ ଦେଶକୁ କରୋନା ଟିକା ପଠାଇ ଭାରତ ମହାନତାର ପରିଚୟ ଦେଇଛି। ଭାରତର ଏହି ଟିକା କୂଟନୀତିକୁ ଆଇଏମ୍‌ଏଫ୍‌ ପକ୍ଷରୁ ସ୍ବାଗତ କରାଯାଇଛି। ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥଶାସ୍ତ୍ରୀ ଗୀତା ଗୋପିନାଥନ୍‌ ଭାରତର ପକ୍ଷରୁ ମାନବତା ପାଇଁ କରାଯାଇଥିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏହା ଦ୍ୱାରା ଅନ୍ତର୍ଜାତୀୟସ୍ତରରେ ଭାରତର ସ୍ଥିତି ବେଶ୍‌ ସୁଦୃଢ଼ ହୋଇପାରିଥିବା ସେ କହିଛନ୍ତି।

Share