ଆମେରିକା ବିରୋଧରେ ଭାରତର କଡ଼ା ଆଭିମୁଖ୍ୟ: ସଂସଦରୁ ବଡ଼ ବାର୍ତ୍ତା ଦେଲେ କେନ୍ଦ୍ରମନ୍ତ୍ରୀ

ଓ୍ବାଶିଂଟନ୍‌,୧।୮:ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ୨୫ ପ୍ରତିଶତ ଟାରିଫ୍‌ ଘୋଷଣା ପରେ, ଭାରତ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ସଂସଦରୁ ଆମେରିକାକୁ ଏକ କଠୋର ବାର୍ତ୍ତା ଦିଆଯାଇଛି। ବର୍ତ୍ତମାନ ଭାରତ ଯୁଦ୍ଧ ବିମାନ F-35 ସମ୍ପର୍କରେ ଆମେରିକାକୁ କଡ଼ା ଶିକ୍ଷା ଦେବାକୁ ପ୍ରସ୍ତୁତ ହେଉଛି। ଭାରତ ସରକାର F-35 କିଣିବା ବିଷୟରେ କୌଣସି ସରକାରୀ ଆଲୋଚନା ମଧ୍ୟ ଆରମ୍ଭ କରିନାହାଁନ୍ତି।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ F 35 ବିକ୍ରୟ କରିବାକୁ ଚାପ ପକାଉଛନ୍ତି। କିନ୍ତୁ ଭାରତ ଏହାର ତ୍ରୁଟି ଯୋଗୁ F 35 କିଣିବାକୁ ଆଗ୍ରହୀ ନୁହେଁ। F 35 ଅପେକ୍ଷା ଅନେକ ଭଲ ବିକଳ୍ପ ଅଛି। ଟ୍ରମ୍ପଙ୍କ ଟାରିଫ୍‌ ପଛରେ ଏକ ଉଦ୍ଦେଶ୍ୟ ହେଉଛି ଭାରତ ଉପରେ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଚାପ ପକାଇବା। ଟ୍ରମ୍ପ ପରୋକ୍ଷ ଧମକ ମଧ୍ୟ ଦେଇଥିଲେ। ସେ କହିଥିଲେ, ଭାରତ F-35 ଏବଂ ଅନ୍ୟାନ୍ୟ ଆମେରିକୀୟ ଅସ୍ତ୍ରଶସ୍ତ୍ର କିଣିବା ଉଚିତ ନଚେତ୍‌ ଆମେରିକା ପାକିସ୍ତାନକୁ ସମର୍ଥନ କରିବ।
କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ସଂସଦରୁ ଆମେରିକାକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ ଲୋକସଭାରେ କହିଛନ୍ତି, ଜାତୀୟ ସ୍ବାର୍ଥକୁ ସୁରକ୍ଷା ଏବଂ ଆଗକୁ ବଢ଼ାଇବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ମୋଦି ସରକାର ଚାଷୀ, ଶ୍ରମିକ, ଉଦ୍ୟୋଗୀ, ରପ୍ତାନିକାରୀ, ଏମଏସଏମଇ ଏବଂ ଶିଳ୍ପର ସମସ୍ତ ଅଂଶୀଦାରଙ୍କ ସୁରକ୍ଷା ଏବଂ ପ୍ରୋତ୍ସାହନକୁ ସର୍ବାଧିକ ଗୁରୁତ୍ୱ ଦିଏ।

କଂଗ୍ରେସ ଏମ୍‌ପି ଶଶି ଥରୁର ୨୫ ପ୍ରତିଶତ ଟାରିଫ ଏବଂ ଜରିମାନା ଉପରେ କହିଛନ୍ତି, ଟ୍ରେଡ୍‌ ଡିଲ୍‌ ଉପରେ ଚାଲିଥିବା ଆଲୋଚନା ମଧ୍ୟରେ ଏହା କେବଳ ଏକ ବାର୍ଗେନିଂ ରଣନୀତି ହୋଇପାରେ। ଥରୁର କହିଛନ୍ତି, ଯଦି ଏକ ଭଲ ଚୁକ୍ତି ସମ୍ଭବ ନ ହୁଏ, ତେବେ ଆମକୁ ପଛକୁ ହଟିବାକୁ ପଡ଼ିପାରେ। ଥରୁର ଆମେରିକାକୁ କଟାକ୍ଷ କରି କହିଛନ୍ତି, ଏହା ପାକିସ୍ତାନ ସହିତ ତୈଳ ଭଣ୍ଡାର ବିକାଶ ପାଇଁ କାମ କରିବ ଏବଂ ପାକିସ୍ତାନରେ ତେଲ ଖୋଜିବା ପାଇଁ ସେମାନଙ୍କୁ ଶୁଭକାମନା ଜଣାଉଛି।

ପୂର୍ବରୁ, ଆମେରିକା ରାଷ୍ଟ୍ରପତି କହିଥିଲେ, ସବୁକିଛି ଠିକ ନାହିଁ। ସେଥିପାଇଁ ଭାରତକୁ ରୁଷିଆରୁ କିଣିବା ପାଇଁ ୨୫ ପ୍ରତିଶତ ଟାରିଫ୍‌ ଏବଂ ଜରିମାନା ଦେବାକୁ ପଡିବ। ସେ କହିଥିଲେ, ଭାରତ ଆମର ବନ୍ଧୁ, କିନ୍ତୁ ଆମେ ଗତ କିଛି ବର୍ଷ ମଧ୍ୟରେ ସେମାନଙ୍କ ସହିତ ତୁଳନାତ୍ମକ ଭାବରେ କମ ବାଣିଜ୍ୟ କରିଛୁ, କାରଣ ସେମାନଙ୍କର ଟାରିଫ୍‌ ବହୁତ ଅଧିକ, ଯାହା ବିଶ୍ୱରେ ସର୍ବାଧିକ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

ଘର ବାରିପଟେ କ୍ରିକେଟ ଖେଳୁଥିଲେ, ଆକାଶରୁ ଖସିଲା ମୃତ୍ୟୁ; ବଜ୍ରପାତରେ ଚାଲିଗଲା ୧୭ ବର୍ଷୀୟ…

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆକସ୍ମିକ ବଜ୍ରପାତ କାରଣରୁ…

ଭାଜପା ଶାସିତ ରାଜ୍ୟର ସବୁ କୋଇଲା ବିଦ୍ୟୁତ ଟେଣ୍ଡର ହାତେଇଲା ଆଦାନୀ ଗ୍ରୁପ; ୨୫ ବର୍ଷରେ କମାଇବ ୧୩.୨୭ ଲକ୍ଷ କୋଟି

ନୂଆଦିଲ୍ଲୀ,୧୬।୬: ୨୦୨୪ରୁ ଭାରତ ସରକାର ଦୀର୍ଘକାଳୀନ କୋଇଲା ବିଦ୍ୟୁତ କ୍ରୟ ଚୁକ୍ତି (PPA) ପୁଣି ଆରମ୍ଭ କରିବା ପରେ, ଆଦାନୀ ଗ୍ରୁପ ଏକ ବଡ଼ ବ୍ୟବସାୟିକ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri