Categories: ଜାତୀୟ

ଚାଇନାକୁ ଭାରତର କଡ଼ା ଜବାବ, ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ବୌଦ୍ଧ ନେତାଙ୍କ ବୈଠକ…

ତଓ୍ବାଙ୍ଗ,୧୮।୪ : କିଛି ଦିନ ତଳେ ଚାଇନା ଅରୁଣାଚଳ ପ୍ରଦେଶର ୧୧ଟି ଅଞ୍ଚଳର ନାମକରଣ କରିବାର ପ୍ରୟାସ କରିଥିଲା। ଏବେ ଭାରତ ଏହାର କଡ଼ା ଜବାବ ଦେଇଛି। ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଭାରତ ସରକାରଙ୍କ ପକ୍ଷରୁ ବୌଦ୍ଧ ନେତାଙ୍କର ଏକ ରାଷ୍ଟ୍ରୀୟ ବୈଠକ ହୋଇ ଯାଇଛି।

ବୈଠକରେ ୬୦୦ରୁ ଅଧିକ ବୌଦ୍ଧ ନେତା ଯୋଗଦେଇଥିଲେ। ଏହି ଅବସରରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଯୋଗଦେଇଥିଲେ। ଏପରି କରି ଭାରତ ସରକାର ନିଜର ସାର୍ବଭୌମତ୍ୱ ସମ୍ପର୍କରେ ସୂଚନା ଦେଇଛନ୍ତି।

Share