Posted inଜାତୀୟ

ଭାରତରେ ବାଘ ସଂଖ୍ୟା ବଢୁଛି

ମହୀଶୂର,୧୦ା୪: ୨୦୨୨ ଗଣନା ଅନୁସାରେ ଭାରତରେ ୩,୧୬୭ ବାଘ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକର ମହୀଶୂରରେ ଜାରି କରିଥିବା ଟାଇଗର ସେନ୍‌ସସ୍‌ରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟାନୁସାରେ ଦେଶରେ ବାଘସଂଖ୍ୟା ୨୦୦୬ରେ ୧,୪୧୧ ଥିଲା। ୨୦୧୦ରେ ଏହା ୧,୭୦୬କୁ ବୃଦ୍ଧି ପାଇଥିଲା। ୨୦୧୪ରେ ବାଘସଂଖ୍ୟା ୨,୨୨୬ ଥିବାବେଳେ ୨୦୧୮ରେ ୨,୯୬୭କୁ ବଢ଼ିଥିଲା। ଅର୍ଥାତ୍‌ ୨୦୦୬ରୁ ୨୦୧୮ ମଧ୍ୟରେ ବାଘଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଛି।

‘ଟାଇଗର ପ୍ରୋଜେକ୍ଟ’ ବା ବ୍ୟାଘ୍ର ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ‘ଇଣ୍ଟରନ୍ୟାଶନାଲ ବିଗ୍‌ କ୍ୟାଟ୍‌ ଆଲାଏନ୍ସ’ର ଶୁଭାରମ୍ଭ କରିଛନ୍ତି। ବାଘ, ସିଂହ, ଲିଓପାର୍ଡ, ସ୍ନୋ ଲିଓପାର୍ଡ, ପୁମା, ଜାଗୁଆର ଓ ଚିତା ଆଦି ୭ ପ୍ରଜାତିର ବିଗ୍‌ କ୍ୟାଟ୍‌ଙ୍କ ସୁରକ୍ଷା ତଥା ସଂରକ୍ଷଣ ପାଇଁ ଏହି ଅନ୍ତର୍ଜାତୀୟ ମେଣ୍ଟ କାର୍ଯ୍ୟ କରିବ। ଏହି ଅବସରରେ ମୋଦି ‘ଅମୃତ କାଲ୍‌ କା ଟାଇଗର ଭର୍ସନ’ ଶୀର୍ଷକ ଏକ ବୁକ୍‌ଲେଟ୍‌ ମଧ୍ୟ ଉନ୍ମୋଚନ କରିଛନ୍ତି। ବିଶ୍ୱର ୭୦% ବାଘ ଭାରତୀୟ ଜଙ୍ଗଲଗୁଡ଼ିକରେ ବସବାସ କରୁଥିବାବେଳେ ଆଗାମୀ ୨୫ ବର୍ଷରେ ବାଘବଂଶର ସୁରକ୍ଷା ପାଇଁ ଏଥିରେ ଅନେକ ଯୋଜନା କରାଯାଇଛି। ବାଘସଂଖ୍ୟା ବୃଦ୍ଧି କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱ ପାଇଁ ଏକ ବଡ଼ ସଫଳତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମତରେ ଭାରତ ଏପରି ଏକ ଦେଶ, ଯେଉଁଠି ପ୍ରକୃତିର ସୁରକ୍ଷା ଆମ ସଂସ୍କୃତିର ଅଂଶବିଶେଷ। ଭାରତ ବିଶ୍ୱ ଭୂଖଣ୍ଡର ମାତ୍ର ୨.୪% ହୋଇଥିବା ସତ୍ତ୍ୱେ ଏଠାରେ ୮% ବିବିଧ ବଣ୍ୟପ୍ରାଣୀ ରହିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନୀଳଗିରି ଜିଲାର ମୁଦୁମଲାଇ ହାତୀ କ୍ୟାମ୍ପ୍‌ ପରିଦର୍ଶନ କରିଥିଲେ।

ସେଠାରେ ସେ ହାତୀମାନଙ୍କୁ ଆଖୁ ଖୁଆଇଥିଲେ। ବାନ୍ଦିପୁର ଟାଇଗର ରିଜର୍ଭରେ ପ୍ରଧାନମନ୍ତ୍ରୀ ସଫାରି ଓ ଟୋପି ପରିଧାନ କରି ଏକ ଜିପ୍‌ରେ ପ୍ରାୟ ୨୦ କି.ମି. ବୁଲିଥିଲେ। ହାତରେ କ୍ୟାମେରା ଓ ବାଇନୋକ୍ୟୁଲାର ଧରି ବୁଲୁଥିବାବେଳର ଫଟୋକୁ ପ୍ରଧାନମନ୍ତ୍ରୀ ନିଜ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।
ସୂଚନାଯୋଗ୍ୟ, ୧୯୪୭ରେ ଭାରତ ସ୍ବାଧୀନ ହେବା ସମୟରେ ଦେଶରେ ପ୍ରାୟ ୪୦,୦୦୦ ବାଘ ଥିଲେ। ଶିକାର ଓ ଜଙ୍ଗଲକ୍ଷୟ ଯୋଗୁ ବାଘବଂଶ ଲୁପ୍ତ ହେଉଥିବା ଏକ ସେନ୍‌ସସ୍‌ରୁ ଜଣାପଡ଼ିବା ପରେ ୧୯୭୩ରେ ‘ପ୍ରୋଜେକ୍ଟ ଟାଇଗର’ ଆରମ୍ଭ କରାଯାଇଥିଲା। ସେତେବେଳେ ୯ଟି ଟାଇଗର ରିଜର୍ଭ ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ୫୦ ବର୍ଷ ପୂର୍ବେ ଦେଶରେ ୧,୮୦୦ ବାଘ ଥିବା ଅନୁମାନ କରାଯାଉଛି।

କିନ୍ତୁ ପୂର୍ବରୁ ବାଘଗଣନା ଉଚିତ ଢଙ୍ଗରେ ହୋଇ ନ ଥିବାରୁ ଏହି ସଂଖ୍ୟା ନିର୍ଭୁଲ୍‌ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୨୦୦୬ରୁ ପ୍ରତି ୪ ବର୍ଷରେ ବାଘ ଗଣନା ହୋଇଆସୁଛି। ପ୍ରଥମ ଗଣନା ବେଳେ ଦେଶରେ ୧,୪୧୧ ବାଘ ଥିଲେ। ଜନସଂଖ୍ୟା ବୃଦ୍ଧି ଘଟୁଥିବାରୁ ମଣିଷ-ବନ୍ୟପ୍ରାଣୀଙ୍କ ମଧ୍ୟରେ ଲଢ଼େଇ ମଧ୍ୟ ବଢ଼ୁଛି। ଲୋକେ ଜଙ୍ଗଲ କାଟି ପଦା କରୁଥିବାରୁ ବଣ୍ୟପ୍ରାଣୀ ନିଜ ବାସସ୍ଥାନ ହରାଇ ବସତିମୁହଁା ହେଉଛନ୍ତି। ବାଘ ଶିକାରକୁ ଭାରତର ବଣ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁସାରେ ଅପରାଧ ପର୍ଯ୍ୟାୟଭୁକ୍ତ କରାଯାଇଛି।
ଗ୍ଲୋବାଲ୍‌ ଟାଇଗର ଫୋରମ୍‌ର ରାଜେଶ ଗୋପାଳ କହିଛନ୍ତି, ପ୍ରୋଜେକ୍ଟ ଟାଇଗର ପାଇଁ ଚାଲିଥିବା ଉଦ୍ୟମ ଯୋଗୁ ଭାରତ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଅତୁଳନୀୟ ସଫଳତା ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri