Categories: ଖେଳ

ମ୍ୟାଚ୍‌ ବଞ୍ଚାଇବା ପାଇଁ ଭାରତର ସଂଘର୍ଷ ଜାରି

ସିଡନୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ରୋଚକ ସ୍ଥିତିରେ ପହଞ୍ଚିଛି। ଭାରତକୁ ଜିତିବା ପାଇଁ ୪୦୭ରନ୍‌ ଆବଶ୍ୟକ ଥିବାବେଳେ ଦଳ ଚା’ ପାନ ବିରତି ପର୍ଯ୍ୟନ୍ତ ୨୮୦ ରନ୍‌ରେ ୫ ଉଇକେଟ୍‌ ହରାଇଛି। ଭାରତକୁ ବିଜୟ ପାଇଁ ୧୨୭ ରନ୍‌ ଆବଶ୍ୟକ ରହିଛି। ଭାରତୀୟ ଦଳ କଳ ବଳ କୌଶଳ ପ୍ରୟୋଗ କରି ମ୍ୟାଚ୍‌ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବାବେଳେ ଗୁରୁତ୍ତ୍ୱପୂର୍ଣ୍ଣ ଉଇକେଟ୍‌ ହରାଇଛି। ଏବେ ଅନଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ହନୁମା ବିହାରୀ ୪ ଏବଂ ଆର୍‌ ଅଶ୍ୱିନ୍‌ ୭ ରନ୍‌ କରି କ୍ରିଜ୍‌ରେ ଅଛନ୍ତି। ଭାରତ ଶୁବମନ ଗିଲ୍‌ ୩୧, ରୋହିତ ଶର୍ମା ୫୨, ଅଜିଙ୍କେ ରାହାଣେ ୪, ରିଷଭ ପନ୍ତ ୯୧ ଏବଂ ଚେତେଶ୍ୱର ପୂଜାରା ୭୭ ରନ୍‌ରେ ଆଉଟ୍‌ ହୋଇଥିଲେ।

Share