ଇମ୍ରାନ୍‌ଙ୍କୁ ଭାରତର କଡ଼ା ଜବାବ: ଏବେ ଖାଲି କରିବାକୁ ପଡ଼ିବ ପିଓକେ

ଜେନେଭା, ୨୬।୯: ଜାତିସଂଘ ଜେନେରାଲ ଆସେମ୍ବ୍ଲିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ଭାରତ ପକ୍ଷରୁ ପୁଣି କଡ଼ା ଜବାବ ଦିଆଯାଇଛି। ଇମ୍ରାନ୍‌ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଜାତିସଂଘରେ ଇଣ୍ଡିଆ ମିଶନର ଭାରତର ପ୍ରଥମ ସଚିବ ମିଜିତୋ ଭିନିତୋ ଏବେ ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଖାଲି କରିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ଭାରତ ପକ୍ଷରୁ ଉତ୍ତର ଦେବା ଅଧିକାରର ପ୍ରୟୋଗ କରି ସେ ଶନିବାର ଏପରି କହିଛନ୍ତି। କଶ୍ମୀର ପ୍ରସଙ୍ଗରେ କେବଳ ପିଓକେ ଉପରେ ଆଲୋଚନା ବାକି ରହିଛି। ଏବେ ପାକିସ୍ତାନକୁ ଏହି ଅଞ୍ଚଳ ଖାଲି କରିବାକୁ ପଡ଼ିବ। ପାକିସ୍ତାନ ସଂସଦରେ ଆତଙ୍କବାଦୀ ଓସାମ ବିନ୍‌ ଲାଡେନ୍‌କୁ ଶହୀଦ୍‌ ବୋଲି ଇମ୍ରାନ୍‌ କହିଥିଲେ। ଏଥିରୁ ତାଙ୍କର ପୃଥିବୀ ପ୍ରତି ଥିବା ଦାୟିତ୍ୱବୋଧ ବେଶ୍‌ ଜଣାପଡୁଛି ବୋଲି ଭିନିତୋ କହିଛନ୍ତି। ପାକିସ୍ତାନରେ ୩୦ରୁ ୪୦ ହଜାର ଆତଙ୍କବାଦୀ ତାଲିମ୍‌ ନେଉଥିବା ୨୦୧୯ରେ ଇମ୍ରାନ୍‌ ଆମେରିକା ସମ୍ମୁଖରେ ସ୍ବୀକାର କରିଥିଲେ। ପରେ ସେମାନଙ୍କୁ ଭାରତ ଏବଂ ଆଫଗାନିସ୍ତାନକୁ ପଠାଯାଇଥିଲା ବୋଲି ଭିନିତୋ ପ୍ରକାଶ କରିଛନ୍ତି।

Share