ଜାତିସଂଘରେ ଭାରତର କଡ଼ା ଜବାବ: ଆତଙ୍କବାଦୀଙ୍କୁ ଶହୀଦ୍‌ କହୁଛି ପାକିସ୍ତାନ

ଜେନେଭା, ୨୨।୯: ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜାତିସଂଘର ୭୫ ବର୍ଷପୂର୍ତ୍ତିି ଅବସରରେ ଆୟୋଜିତ ଏକ ବୈଠକରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ବିଦିଶା ମୈତ୍ରା ପାକିସ୍ତାନ ଆତଙ୍କବାଦୀଙ୍କୁ ଶହୀଦ୍‌ କହୁଥିବା ପ୍ରକାଶ କରିଛନ୍ତି। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମୁଦ କୁରେଶି କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଭାରତ ପକ୍ଷରୁ ବିଦିଶା ଉତ୍ତର ଦେବା ଅଧିକାର ପ୍ରୟୋଗ କରି ଏଭଳି ଜବାବ ରଖିଥିଲେ। ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ଅଭୟ ଶରଣ ଶିବିର ପାଲଟିଥିବା ସେ କହିଛନ୍ତି। କଶ୍ମୀର ପ୍ରସଙ୍ଗରେ ଶାନ୍ତିର କଥା କହୁଥିବା ପାକିସ୍ତାନ ପ୍ରକୃତ ପକ୍ଷେ ଶାନ୍ତି ହିଁ ଚାହୁଁ ନ ଥିବା ସେ ନିଜ ଉତ୍ତରରେ କହିଛନ୍ତି। ପାକିସ୍ତାନ ସବୁବେଳେ ମନଗଢ଼ା କାହାଣୀ କହୁଛି। ଏହାର କୌଣସି ସତ୍ୟତା ନାହିଁ। ଜାତିସଂଘର ବାର୍ଷିକୀ ବୈଠକରେ ଏଭଳି ଆଧାରହୀନ ପ୍ରସଙ୍ଗ ଉଠାଇବାର ପ୍ରାସଙ୍ଗିଙ୍ଗତା ନେଇ ସେ ପାକିସ୍ତାନକୁ ପ୍ରଶ୍ନ କରିଥିଲେ। ଜମ୍ମୁ-କଶ୍ମୀର ଭାରତ ଅଭିନ୍ନ ଅଙ୍ଗ। ଏହାକୁ ବାରମ୍ବାର ଜାତିସଂଘରେ ଉପସ୍ଥାପନ କରାଯିବାର କୌଣସି ଆବଶ୍ୟକତା ନାହିଁ। ସମ୍ପ୍ରତି ଆତଙ୍କବାଦ ସହିତ ଲଢ଼େଇ ପ୍ରସଙ୍ଗ ଜାତିସଂଘ ପାଇଁ ଗୁରୁତ୍ୱପୂର୍ଣ୍ଣ ପାଲଟିଛି। ଏପରିସ୍ଥଳେ ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ନେଇ ପୃଥିବୀରେ ଖ୍ୟାତି ହାସଲ କରିଥିବା ପାକିସ୍ତାନର କଥା ହାସ୍ୟାସ୍ପଦ। ଅଳ୍ପ ସଂଖ୍ୟକଙ୍କ ଉପରେ ପାକିସ୍ତାନ ନିଜ ଦେଶରେ ନିର୍ଯାତନା ଜାରି ରଖିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ…

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ଗ୍ୟାସ, ତେଲ ପରେ କଣ୍ଡୋମ ଅଭାବ: ୫୦% ପର୍ଯ୍ୟନ୍ତ ଦର ବୃଦ୍ଧି ସମ୍ଭାବନା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶରେ କଣ୍ଡୋମ ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri