Categories: ଖେଳ

ସ୍ମୃତିଙ୍କ ମୁଣ୍ଡରେ ବାଜିଲା ବଲ୍‌, ଛାଡିଲେ ପଡିଆ

ଓଭାଲ,୨୭।୨: ଆଇସିସି ମହିଳା ବିଶ୍ୱକପ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ଏହା ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା ଲାଗିଛି। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ୱାର୍ମ ଅପ ମ୍ୟାଚରେ ଭାରତର ଅଭିଜ୍ଞ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧନାଙ୍କ ମୁଣ୍ଡରେ ଏକ ବାଉନ୍ସର ବଲ୍‌ ବାଜିଛି। ଏହା ପରେ ସଙ୍ଗେ ସଙ୍ଗେ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା। ମ୍ୟାଚ ଆରମ୍ଭରେ ଶବନିମ୍‌ ଇସମାଇଲଙ୍କ ଏକ ବାଉନ୍ସର୍‌ ବଲ୍‌ ଦ୍ୱାରା ମନ୍ଧାନା ଆହତ ହୋଇଥିଲେ। ସେ ମାତ୍ର ୧୨ରନ ସ୍କୋର କରିପାରିଥିଲେ। ବାଉନ୍ସର୍‌ ମାଡ ହେବା ପରେ ଟିମ ଡାକ୍ତରଙ୍କ ଦ୍ୱାରା ମନ୍ଧାନାଙ୍କ ଟେଷ୍ଟ କରାଯାଇଥିଲା ଏବଂ ବ୍ୟାଟିଂ ଜାରି ରଖିବାକୁ ତାଙ୍କୁ ଫିଟ ଘୋଷଣା କରାଯାଇଥିଲା। ତେବେ ପରେ ସେ ପଡିଆରୁ ଫେରିଯାଇଥିଲେ। ସତର୍କତା ଅବଲମ୍ବନ କରି ସେ ପଡିଆ ଛାଡିଥିବା କୁହାଯାଇଛି। ପ୍ରଥମେ ବ୍ୟାଟିଂ କରୁଥିବା ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ୨୪୪ ରନ ସଂଗ୍ରହ କରିଥିଲା। ହରମାନପ୍ରୀତ କୌର ଏକ ଶତକ ହାସଲ କରିଥିଲେ।

Share