Posted inଖେଳ

IND VS ZIM: ଭାରତ ଅବସ୍ଥା ଆମ ସହ ସମାନ, ମ୍ୟାଚ୍‌ ପୂର୍ବରୁ ଏଭଳି କହି ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୫।୨: ଟି-୨୦ ବିଶ୍ୱକପ୍ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଜିମ୍ବାୱେ ଅଲରାଉଣ୍ଡର ରୟାନ ବର୍ଲ ଏକ ବଡ଼ ବୟାନ ଦେଇଛନ୍ତି। ଭାରତୀୟ ମାଟିରେ ଭାରତ ବିରୋଧରେ ଖେଳିବା ଏକ ବଡ଼ ଆହ୍ବାନ ବୋଲି ସେ ସ୍ବୀକାର କରିଥିଲେ ମଧ୍ୟ, ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବାର ଅତିରିକ୍ତ ଚାପ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ଉପରେ ଭାରି ପଡ଼ିପାରେ ବୋଲି ସେ କହିଛନ୍ତି।
ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ବିରୋଧରେ ପରାଜୟ ପରେ ସୁପର-୮ର ଏହି ମ୍ୟାଚ ଭାରତ ଏବଂ ଜିମ୍ବାୱେ ଉଭୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ସେମିଫାଇନାଲ ଦୌଡ଼ରେ ରହିବାକୁ ହେଲେ ଗୁରୁବାର ମ୍ୟାଚ ଜିତିବା ଉଭୟ ଦଳ ପାଇଁ ଅପରିହାର୍ଯ୍ୟ।
ସାମ୍ବାଦିକ ସମ୍ମିଳନୀରେ ବର୍ଲ କହିଛନ୍ତି, ଏହା ଆମ ପାଇଁ ଏକ ’କର ବା ମର’ ସ୍ଥିତି, କିନ୍ତୁ ଭାରତର ଅବସ୍ଥା ମଧ୍ୟ ସମାନ। ବିଶ୍ୱକପ ମ୍ୟାଚ ହୋଇଥିବାରୁ ଏଠାରେ ବହୁତ କିଛି ବାଜିରେ ଲାଗିଛି। ଚାପ ଦଳ ଉପରେ ଅଜବ ପ୍ରଭାବ ପକାଇଥାଏ, ଆମେ ଆଶା କରୁଛୁ ଆମର ରଣନୀତି ସଫଳ ହେବ।”
ଭାରତର ଆକ୍ରମଣାତ୍ମକ ବ୍ୟାଟିଂକୁ ରୋକିବା ପାଇଁ ଜିମ୍ବାୱେ ପାଖରେ ଅନେକ ବୋଲିଂ ବିକଳ୍ପ ରହିଛି ବୋଲି ବର୍ଲ ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଦଳରେ ବାମହାତୀ ଓ ଡାହାଣହାତୀ ଦ୍ରୁତ ବୋଲର ଅଛନ୍ତି। ଦୁଇଜଣ ଲେଗ ସ୍ପିନର, ଜଣେ ଅଫ ସ୍ପିନର ଏବଂ ଜଣେ ବାମହାତୀ ଅଫ ସ୍ପିନରଙ୍କୁ ମିଶାଇ ଦଳରେ ବହୁତ ବିବିଧତା ରହିଛି। ପଡ଼ିଆରେ ବ୍ୟାଟରଙ୍କ ସ୍ଥିତି ଦେଖି ବୋଲିଂ କମ୍ବିନେସନ ବ୍ୟବହାର କରାଯିବ।
ଜିମ୍ବାୱେ ପାଇଁ ସବୁଠାରୁ ବଡ଼ ଆଶ୍ୱସ୍ତିର ଖବର ହେଉଛି ଅଧିନାୟକ ସିକନ୍ଦର ରଜାଙ୍କ ଫିଟନେସ। ୱେଷ୍ଟଇଣ୍ଡିଜ ବିରୋଧରେ ଖେଳିବା ସମୟରେ ସେ ଆହତ ହୋଇଥିଲେ ମଧ୍ୟ, ଭାରତ ବିରୋଧରେ ସେ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ ଅଛନ୍ତି ବୋଲି ବର୍ଲ ସ୍ପଷ୍ଟ କରିଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IND vs ZIM: ଭାରତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ଅଭିଷେକଙ୍କ ସ୍ଥାନରେ ସାମସନଙ୍କୁ ସୁଯୋଗ …

ନୂଆଦିଲ୍ଲୀ,୨୫।୨: ଜିମ୍ବାୱେ ବିପକ୍ଷ ସୁପର-୮ ମ୍ୟାଚ ପୂର୍ବରୁ ଭାରତୀୟ ଦଳର ରଣନୀତିକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି ବ୍ୟାଟିଂ କୋଚସିତାଂଶୁ କୋଟକ। ଖରାପ ଫର୍ମ ଦେଇ ଗତି…

୯ କୋଟି କୃଷକଙ୍କୁ ମାର୍ଚ୍ଚରେ ମିଳିବ ୨୨ତମ କିସ୍ତି! ହେଲେ ଅଟକି ଯାଇପାରେ ଆପଣଙ୍କ ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ହିତାଧିକାରୀମାନେ ଗତ ତିନି ମାସ ହେବ ୨୨ତମ କିସ୍ତିକୁ ଅପେକ୍ଷା କରିଛନ୍ତି। ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି…

ଓଭରଟେକ କରୁଥିବା ବେଳେ ପରସ୍ପର ମଧ୍ୟରେ ପିଟି ହେଲେ ଦୁଇ ବାଇକ୍, ତାପରେ….

ବଲାଙ୍ଗୀର,୨୫।୨(ସୁନିଲ କୁମାର ମହାନ୍ତି): ବିଳମ୍ବିତ ସନ୍ଧ୍ୟାରେ ବଲାଙ୍ଗୀରରେ ସଡ଼କ ଦୁର୍ଘଟଣା । ବୁଧବାର ସନ୍ଧ୍ୟାରେ ବଲାଙ୍ଗୀର ଭିଆଇପି ରାସ୍ତା ଭାବେ ପରିଚିତ ଭାଗିରଥି ଛକ- ସର୍କିଟ ହାଉସ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାଇ ବୋଲି କହିଲେ ନେତାନ୍ୟାହୁ, ସଂସଦରେ କହିଲେ ‘ଭାରତ ଆମର ମହାନ ବନ୍ଧୁ…’

ନୂଆଦିଲ୍ଲୀ,୨୫।୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ଭବ୍ୟ ସ୍ୱାଗତ ପରେ, ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଅଛି ।…

ବରିଷ୍ଠ  ଆଇନଜୀବୀଙ୍କ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ବରିଷ୍ଠ ଆଇନଜୀବୀ ଦିବାକର ପାଢ଼ୀ(୭୫) ଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ପରଲୋକ ହୋଇଛି । ସେ ଦୀର୍ଘବର୍ଷ ହେଲା…

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ରିଙ୍କୁ ସିଂଙ୍କ ବାପା, ଆଗକୁ ଖେଳିବେ କି ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୨: ଭାରତର ଷ୍ଟାର କ୍ରିକେଟର ରିଙ୍କୁ ସିଂହ ସମ୍ପ୍ରତି ଟିମ୍ ଇଣ୍ଡିଆ ଛାଡି ଘରକୁ ଫେରିଥିଲେ । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ତାଙ୍କ ଫେରିବାର…

ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂଜାରି, ୨୪ ଘଣ୍ଟା ମଧ୍ୟରେ ଏହି ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର,୨୫।୨: ୨୩ ଜିଲାରେ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୂଚନା ଦେଲେ ଆଞ୍ଚଳିକ…

କ’ଣ ଗୋଟିଏ ପୁଅ ନାଁରେ ସବୁ ସମ୍ପତ୍ତି କରିପାରିବେ ବାପା? ଜାଣନ୍ତୁ କ’ଣ ରହିଛି ନିୟମ

ପରିବାରରେ ସମ୍ପତ୍ତି ବିବାଦ କିଛି ନୂଆ ନୁହେଁ। ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, ପ୍ରାୟତଃ ଏହି ପ୍ରଶ୍ନ ଉଠେ: ଜଣେ ପିତା କ’ଣ ତାଙ୍କର ସମସ୍ତ ଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri