Categories: ଜାତୀୟ

ଆତଙ୍କବାଦ ନିରୋଧୀ ଲଢ଼େଇରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦।୯(ପି.ଟି.): ବିଭିନ୍ନ କ୍ଷେତ୍ରରେ ଭାରତର ନେତୃତ୍ୱ ଏବେ ଚ୍ୟାଲେଞ୍ଜବିହୀନ ହୋଇଛି ଏବଂ ଆତଙ୍କବାଦ ବିରୋଧୀ ଲଢ଼େଇରେ ଏକ ଆଗୁଆ ରାଷ୍ଟ୍ର ଭାବେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର କହିଛନ୍ତି। ରାଷ୍ଟ୍ରପତି ଭବନରେ ୨୦୨୧ ବ୍ୟାଚ୍‌ର ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌) ପ୍ରଶିକ୍ଷଣ ନେଉଥିବା ଅଫିସରମାନଙ୍କୁ ଉଦ୍‌ବୋଧନ ଦେଇ ମୁର୍ମୁ କହିଛନ୍ତି, ଅନ୍ୟାନ୍ୟ କାରଣ ମଧ୍ୟରୁ ଦେଶର ଆର୍ଥତ୍କ ପ୍ରଦର୍ଶନ ଆଧାରରେ ଭାରତର ସ୍ଥିତି ସୁଦୃଢ଼ ହୋଇଛି। ବିଶ୍ୱର ପ୍ରମୁଖ ଅର୍ଥବ୍ୟବସ୍ଥାଗୁଡ଼ିକ ଏବେ ମହାମାରୀ କବଳରୁ ମୁକୁଳିବା ଲାଗି ଉଦ୍ୟମ ଚଳାଇଥିବାବେଳ ଭାରତ ଏଥିରୁ ମୁକ୍ତ ହୋଇ ଆଗେଇ ଚାଲିବା ଆରମ୍ଭ କରିଛି। ଫଳରେ ଭାରତର ଅର୍ଥନୀତି ଦ୍ରୁତତମ ଅଭିବୃଦ୍ଧି ହାର ହାସଲ କରିପାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି।

Share