‘ଅର୍ଥନୈତିକ ଅଭିବୃଦ୍ଧି ସହ ଭାରତର ଉତ୍ଥାନ ହେଉଛି’

ଭୁବନେଶ୍ୱର,୨୨ା୧୦(ଅନୁରାଧା ମହାରଣା): ୭% ଜିଡିପି ଅଭିବୃଦ୍ଧି ଏବଂ ୧,୫୧,୦୦୦ରୁ ଅଧିକ ଷ୍ଟାର୍ଟଅପ୍‌ ସହିତ ଭାରତ ଏହାର ଅର୍ଥନୀତିକୁ ନୂଆରୂପ ଦେବାକୁ ଯାଉଛି। ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ ଭାରତ ନେତୃତ୍ୱ ସମ୍ମିଳନୀରେ ଭାରତ ଓ ଚାଇନାର ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ବିଶେଷ ଆଲୋଚନା କାଳରେ ଆମେରିକା-ଇଣ୍ଡିଆ ଷ୍ଟ୍ରାଟେଜିକ ପାର୍ଟନରଶିପ ଫୋରମର ଚେୟାରମ୍ୟାନ୍‌ ଜନ୍‌ ଚାମ୍ବର୍ସ୍‌ ଏପରି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଦୁଇ ବୃହତ ଉଦୀୟମାନ ଅର୍ଥନୀତି ଭାରତ ଏବଂ ଚାଇନା କ୍ରମାଗତ ଭାବରେ ବିଶ୍ୱ ଅର୍ଥନୈତିକ ଆଲୋଚନାରେ ଆଗରେ ରହିଆସିଛନ୍ତି। ଏହି ଶତାବ୍ଦୀର ଶେଷ ସୁଦ୍ଧା ଭାରତ କେବଳ ଚାଇନାକୁ ଅତିକ୍ରମ କରିବ ନାହିଁ, ଜିଡିପି ଦୃଷ୍ଟିରୁ ମଧ୍ୟ ବୃହତର ହେବ। ସେ କହିଛନ୍ତି, ବିଶ୍ୱ ବ୍ୟାଙ୍କର ଭାରତ ବିକାଶ ଅଦ୍ୟତନ ଅନୁଯାୟୀ, ଦେଶର ଜିଡିପି ୨୦୨୪-୨୫ ଆର୍ଥିକ ବର୍ଷରେ ୭% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ଯାହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ଦର୍ଶାଉଛି। ଏହି ଅଭିବୃଦ୍ଧି ଗତି ସ୍ଥିର ରହିଆସିଛି, ଜିଡିପି ଋ଼ଣ ୨୦୨୨-୨୩ରେ ୭.୦% ରୁ ଋ଼ଣ ୨୦୨୩-୨୪ ରେ ୮.୨% କୁ ବୃଦ୍ଧି ପାଇଛି । ୨୦୨୪ରେ ଜିଡିପି ଅଭିବୃଦ୍ଧି ୪.୮% ରେ ପହଞ୍ଚିବ ଏବଂ ୨୦୨୫ରେ ଏହା ୪.୩% କୁ ହ୍ରାସ ପାଇବ ବୋଲି ବିଶ୍ୱ ବ୍ୟାଙ୍କ ଆକଳନ କରିଛି।
ଭାରତର ସକାରାତ୍ମକ ଅଥନୈତିକ ଦୃଷ୍ଟିକୋଣକୁ ଆଧାର କରି ସେବି ପୂର୍ଣ୍ଣକାଳୀନ ସଦସ୍ୟ ଅନନ୍ତ ନାରାୟଣ ଜି ଏନଏସଇରେ ନିବେଶକ ସଚେତନତା ସପ୍ତାହରେ ଭାରତର ଆକର୍ଷଣୀୟ ବଜାର ପ୍ରଦର୍ଶନ ଉପରେ ଆଲୋକପାତ କରିଥିଲେ। ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ବଜାର କ୍ରମାଗତ ଭାବରେ ବାର୍ଷିକ ୧୫ % ଯୌଗିକ ଅଭିବୃଦ୍ଧି ହାର ବିତରଣ କରିଥିବାବେଳେ ଚାଇନାର ବଜାର କ୍ଷେତ୍ରରେ ଏହା ସମ୍ଭବ ହୋଇନାହିଁ। ହଂକଂ ପରି କେତେକ କ୍ଷେତ୍ରରେ ଏହା ପ୍ରକୃତରେ ନକାରାତ୍ମକ ବୋଲି ସେ କହିଛନ୍ତି। ନାରାୟଣ କହିଛନ୍ତି ଯେ ଆର୍ଥିକବର୍ଷ ୨୦୨୪ରେ ବେଞ୍ଚମାର୍କ ସୂଚକାଙ୍କ ୨୮% ବୃଦ୍ଧି ପାଇଥିବାବେଳେ ଭୋଲାଟିଲିଟି ମାତ୍ର ୧୦% ରହିଥିଲା।
୨୦୧୫ରେ ଆରମ୍ଭ ହୋଇଥିବା ଡିଜିଟାଲ ଇଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ଦେଇଛି। ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ) ଦ୍ୱାରା ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ୯୨ କୋଟି କାରବାର ଅଭିବୃଦ୍ଧି ଦେଖାଦେଇଥିବାବେଳେ ୨୦୨୩-୨୪ରେ ୧୩,୧୧୬ କୋଟି କାରବାରରେ ଡିଜିଟାଲ କାରବାର ହୋଇଛି। ସେହିପରି କୋଭିଡ୍‌-୧୯ ମହାମାରୀ ସମୟରେ କୋଓ୍ବିନ୍‌ ପ୍ଲାଟଫର୍ମ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବରେ ଉଭା ହୋଇଥିଲା। ଯାହା ଭାରତର ଟିକାକରଣ ଡ୍ରାଇଭ ପାଇଁ ଡିଜିଟାଲ ମେରୁଦଣ୍ଡ ଭାବରେ କାର୍ଯ୍ୟ କରିଥିଲା। ଏହା ମାତ୍ର ଗୋଟିଏ ଦିନରେ ୨୨୦ କୋଟିରୁ ଅଧିକ ଡୋଜ ପରିଚାଳନା କରିବାରେ ସକ୍ଷମ ହୋଇଥିଲା। ଏହା ଦେଶର ଜନସ୍ବାସ୍ଥ୍ୟ ପାଇଁ ବୈଷୟିକ ଜ୍ଞାନକୌଶଳର ଦକ୍ଷତା ପ୍ରଦର୍ଶନ କରିଥିଲା । ସେହିପରି ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୩୫.୬ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଜାରି କରାଯାଇ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଏଥିସହ ୯ କୋଟିରୁ ଅଧିକ ଫାସଟ୍ୟାଗ୍‌ ଜାରି କରାଯାଇଛି।
ସେହିପରି ଭାରତରେ ଷ୍ଟାର୍ଟଅପର ଦ୍ରୁତ ଅଭିବୃଦ୍ଧିକୁ ଦେଶର ଅଥନୈତିକ ପ୍ରଗତିର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ଜନ୍‌ ଚାମ୍ବର୍‌ ଦର୍ଶାଇଥିଲେ। ୧୦ରୁ ୧୨ ବର୍ଷ ପୂର୍ବେ ଭାରତରେ ବହୁତ କମ୍‌ ଷ୍ଟାର୍ଟଅପ ଥିଲା। ୨୦୧୫ ରୁ ୨୦୨୨ ମଧ୍ୟରେ ଷ୍ଟାର୍ଟଅପରେ ପୁଞ୍ଜି ବିନିଯୋଗ ୧୫ ଗୁଣ ବୃଦ୍ଧି ପାଇଛି। ପୁଞ୍ଜି ବିନିଯୋଗର ଏହି ବୃଦ୍ଧି ଏକ ଗତିଶୀଳ ଉଦ୍ୟୋଗୀ ଇକୋସିଷ୍ଟମକୁ ସହାୟକ କରିଛି। ୧,୫୧,୦୦୦ ରୁ ଅଧିକ ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପ ସହିତ ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ ଇକୋସିଷ୍ଟମ ଅଟେ। ୨୦୧୬ରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ ଇଣ୍ଡିଆ ପଦକ୍ଷେପ ଏହି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରି ୧୫.୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ୨୦୨୩ ମସିହାରେ ସରକାର ଏଆଇ ଫର୍‌ ଇଣ୍ଡିଆ ୨.୦ ଭଳି ପଦକ୍ଷେପ ଆରମ୍ଭ କରିବା ସହ ୨୦୨୪ରେ ଗ୍ଲୋବାଲ ଇଣ୍ଡିଆ ଏଆଇ ସମ୍ମିଳନୀ ଆୟୋଜନ କରିବା ଦେଶକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri