କରୋନା ଭାଇରସ: ଭାରତକୁ ପ୍ରଶଂସା କଲେ ବିଲ୍ ଗେଟ୍ସ

ନୂଆଦିଲ୍ଲୀ,୨୦ ।୧୦: ବିଶ୍ୱର ନାମୀ ଉଦ୍ଦ୍ୟୋପତି ତଥା ସପ୍ଟୱେୟାର କମ୍ପାନୀ ମାଇକ୍ରୋସପ୍ଟର ସହ-ସଂସ୍ଥାପକ ବିଲ୍ ଗେଟ୍ସ ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି । କରୋନା ମହାମାରୀ ଲଢେଇରେ ଭାରତର ଯୋଗଦାନକୁ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରାଣ୍ଡ ଚ୍ୟାଲେଞ୍ଜେ ଆନୁଆଲ ମିଟିଂ, ୨୦୨୦ରେ ଦେଇଥିବା ସମ୍ବୋଧନକୁ ନେଇ ଗେଟ୍ସ ଏହା କହିଛନ୍ତି । ସେ କହିଛନ୍ତି କରୋନା ବିରୋଧରେ ଭାରତର ରିସର୍ଚ୍ଚ ଓ ମାନ୍ୟୁଫ୍ୟାକ୍‌ଚରିଂ କ୍ଷମତା ବହୁତ ମହତ୍ୱପୂର୍ଣ୍ଣ । ଗେଟ୍ସ ମୋଦିଙ୍କ ଭିଡିଓ ଭାଷଣକୁ ରିଟୁଇଟ୍ କରି ଏହା କହିଛନ୍ତି । ଏହାସହ ସେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଗେଟ୍ସ କରୋନା ବିରୋଧରେ ଭାରତର ଲଢେଇକୁ ପ୍ରଶଂସା କରି ସାରିଛନ୍ତି । ସେତେବେଳେ ସେ କହିଥିଲେ ଭାରତର ଫାର୍ମାସ୍ୟୁଟିକାଲ ଉଦ୍ଦ୍ୟୋଗ କେବଳ ନିଜ ପାଇଁ ନୁହେଁ ବରଂ ସାରା ବିଶ୍ୱ ପାଇଁ କରୋନା ଭ୍ୟାକ୍ସିନ ଉତ୍ପାଦନ କରିବାର କ୍ଷମତା ରଖିଛି ।

Share