ପ୍ରତିରକ୍ଷା ରପ୍ତାନୀରେ ଭାରତର ରେକର୍ଡ, ଗୋଟିଏ ବର୍ଷରେ ୧୩ ହଜାର କୋଟି ଛୁଇଁଲା…

ନୂଆଦିଲ୍ଲୀ, ୯।୭ : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଭାରତର ପ୍ରୟାସ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବିଶେଷ କରି ଘରୋଇ ଟେକ୍ନୋଲୋଜିର ବିକାଶ ଏବଂ ଏହାକୁ ବିଶ୍ୱସ୍ତରୀୟ କରିବା ଉଦ୍ୟମ ଅନ୍ତର୍ଗତ ଦେଶର ପ୍ରତିରକ୍ଷା କ୍ଷେତ୍ର କ୍ରମାଗତ ଭାବେ ଅଗ୍ରଗତି କରୁଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରତିରକ୍ଷା ରପ୍ତାନୀରେ ଭାରତ ରେକର୍ଡ କରିଛି। ଗୋଟିଏ ବର୍ଷ ମଧ୍ୟରେ ଭାରତ ପ୍ରତିରକ୍ଷା ରପ୍ତାନି କ୍ଷେତ୍ରରେ ୧୩ ହଜାର କୋଟି ଟଙ୍କା ଛୁଇଁଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ଏହା ୫୪.୧ପ୍ରତିଶତ ବୃଦ୍ଧି ପାଇଛି।

ତେବେ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ମୋଟ ରପ୍ତାନୀର ୭୦ ପ୍ରତିଶତ ବେସରକାରୀ କ୍ଷେତ୍ର ହୋଇଥିବାବେଳେ ରପ୍ତାନୀର ମାତ୍ର ୩୦ ପ୍ରତିଶତ ସରକାରୀ କ୍ଷେତ୍ର ଦ୍ୱାରା ହୋଇପାରିଛି। ପ୍ରତିରକ୍ଷା ଉତ୍ପାଦନ ବିଭାଗର ଅତିରିକ୍ତ ସଚିବ ସଞ୍ଜୟ ଜାଜୁଙ୍କ ଅନୁଯାୟୀ ଦେଶର ପ୍ରତିରକ୍ଷା ରପ୍ତାନି ମୁଖ୍ୟତଃ ଆମେରିକା, ଫିଲିପାଇନ୍ସ, ଦକ୍ଷିଣ ପୂର୍ବ ଏସିଆ, ମଧ୍ୟ ପୂର୍ବ ଏବଂ ଆଫ୍ରିକା ଦେଶକୁ ଯାଇଥାଏ। ୨୦୨୦-୨୧ରେ ଭାରତର ପ୍ରତିରକ୍ଷା ରପ୍ତାନି ୮ ହଜାର ୪୩୪ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ରେ ଏହା ୯ ହଜାର ୧୧୫ କୋଟି ଥିଲା। ୨୦୧୫-୧୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ୨୦୫୯ କୋଟି ଟଙ୍କା ଥିଲା। ଅପରପକ୍ଷରେ, କୋଭିଡ କାରଣରୁ ଗତ ଦୁଇ ବର୍ଷ ଧରି ସ୍ଥିତିରେ ଉନ୍ନତି ସମ୍ଭବ ହୋଇ ପାରି ନ ଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରତିରକ୍ଷା ରପ୍ତାନିକୁ ପୂର୍ବ ୫ ବର୍ଷ ତୁଳନାରେ ଆଠ ଗୁଣା ବୃଦ୍ଧି କରିଛି।

ସଞ୍ଜୟ ଜାଜୁ କହିଛନ୍ତି ଯେ ପ୍ରାୟ ୭୦ ପ୍ରତିଶତ ରପ୍ତାନି କରି ଘରୋଇ କମ୍ପାନୀଗୁଡିକ ଭଲ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜାନୁଆରୀରେ ଫିଲିପାଇନ୍ସ ସହିତ ଭାରତ ୩୭.୫ କୋଟି ଡଲାର (ପ୍ରାୟ ୨୭୭୦ କୋଟି ଟଙ୍କା) ଚୁକ୍ତି କରିଥିଲା। ଏହା ଅନ୍ତର୍ଗତ ଫିଲିପାଇନ୍ସକୁ ବ୍ରହ୍ମୋସ ସୁପରସୋନିକ କ୍ଷେପଣାସ୍ତ୍ର ଯୋଗାଇବା ପାଇଁ ଭାରତ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri