ପ୍ରତିରକ୍ଷା ରପ୍ତାନୀରେ ଭାରତର ରେକର୍ଡ, ଗୋଟିଏ ବର୍ଷରେ ୧୩ ହଜାର କୋଟି ଛୁଇଁଲା…

ନୂଆଦିଲ୍ଲୀ, ୯।୭ : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଭାରତର ପ୍ରୟାସ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବିଶେଷ କରି ଘରୋଇ ଟେକ୍ନୋଲୋଜିର ବିକାଶ ଏବଂ ଏହାକୁ ବିଶ୍ୱସ୍ତରୀୟ କରିବା ଉଦ୍ୟମ ଅନ୍ତର୍ଗତ ଦେଶର ପ୍ରତିରକ୍ଷା କ୍ଷେତ୍ର କ୍ରମାଗତ ଭାବେ ଅଗ୍ରଗତି କରୁଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରତିରକ୍ଷା ରପ୍ତାନୀରେ ଭାରତ ରେକର୍ଡ କରିଛି। ଗୋଟିଏ ବର୍ଷ ମଧ୍ୟରେ ଭାରତ ପ୍ରତିରକ୍ଷା ରପ୍ତାନି କ୍ଷେତ୍ରରେ ୧୩ ହଜାର କୋଟି ଟଙ୍କା ଛୁଇଁଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ଏହା ୫୪.୧ପ୍ରତିଶତ ବୃଦ୍ଧି ପାଇଛି।

ତେବେ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ମୋଟ ରପ୍ତାନୀର ୭୦ ପ୍ରତିଶତ ବେସରକାରୀ କ୍ଷେତ୍ର ହୋଇଥିବାବେଳେ ରପ୍ତାନୀର ମାତ୍ର ୩୦ ପ୍ରତିଶତ ସରକାରୀ କ୍ଷେତ୍ର ଦ୍ୱାରା ହୋଇପାରିଛି। ପ୍ରତିରକ୍ଷା ଉତ୍ପାଦନ ବିଭାଗର ଅତିରିକ୍ତ ସଚିବ ସଞ୍ଜୟ ଜାଜୁଙ୍କ ଅନୁଯାୟୀ ଦେଶର ପ୍ରତିରକ୍ଷା ରପ୍ତାନି ମୁଖ୍ୟତଃ ଆମେରିକା, ଫିଲିପାଇନ୍ସ, ଦକ୍ଷିଣ ପୂର୍ବ ଏସିଆ, ମଧ୍ୟ ପୂର୍ବ ଏବଂ ଆଫ୍ରିକା ଦେଶକୁ ଯାଇଥାଏ। ୨୦୨୦-୨୧ରେ ଭାରତର ପ୍ରତିରକ୍ଷା ରପ୍ତାନି ୮ ହଜାର ୪୩୪ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ରେ ଏହା ୯ ହଜାର ୧୧୫ କୋଟି ଥିଲା। ୨୦୧୫-୧୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ୨୦୫୯ କୋଟି ଟଙ୍କା ଥିଲା। ଅପରପକ୍ଷରେ, କୋଭିଡ କାରଣରୁ ଗତ ଦୁଇ ବର୍ଷ ଧରି ସ୍ଥିତିରେ ଉନ୍ନତି ସମ୍ଭବ ହୋଇ ପାରି ନ ଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରତିରକ୍ଷା ରପ୍ତାନିକୁ ପୂର୍ବ ୫ ବର୍ଷ ତୁଳନାରେ ଆଠ ଗୁଣା ବୃଦ୍ଧି କରିଛି।

ସଞ୍ଜୟ ଜାଜୁ କହିଛନ୍ତି ଯେ ପ୍ରାୟ ୭୦ ପ୍ରତିଶତ ରପ୍ତାନି କରି ଘରୋଇ କମ୍ପାନୀଗୁଡିକ ଭଲ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜାନୁଆରୀରେ ଫିଲିପାଇନ୍ସ ସହିତ ଭାରତ ୩୭.୫ କୋଟି ଡଲାର (ପ୍ରାୟ ୨୭୭୦ କୋଟି ଟଙ୍କା) ଚୁକ୍ତି କରିଥିଲା। ଏହା ଅନ୍ତର୍ଗତ ଫିଲିପାଇନ୍ସକୁ ବ୍ରହ୍ମୋସ ସୁପରସୋନିକ କ୍ଷେପଣାସ୍ତ୍ର ଯୋଗାଇବା ପାଇଁ ଭାରତ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri