Categories: ଜାତୀୟ

ପାକିସ୍ତାନ ପ୍ରତି ଭାରତର ଦୟା: ମାଗଣାରେ ଯୋଗାଇବ ୧ କୋଟି ୬୦ ଲକ୍ଷ କରୋନା ଡୋଜ୍‌

ନୂଆଦିଲ୍ଲୀ,୧୦।୩: ପାକିସ୍ତାନ ପ୍ରତି ଭାରତ ମନରେ ଦୟା ରହିଛି। ଭାରତ କରୋନା ମହାମାରୀ ଲଢ଼େଇରେ ପୃଥିବୀରେ ଆଗୁଆ ରହିଛି। ଭାରତରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାରତ ନିଜ ପଡ଼ୋଶୀ ଏବଂ ମିତ୍ର ଦେଶଙ୍କୁ ମାଗଣା କରୋନା ଟିକା ଯୋଗାଇ ଦେଇଛି। ଏବେ ପାକିସ୍ତାନକୁ ୧ କୋଟି ୬୦ ଲକ୍ଷ କରୋନା ଡୋଜ୍‌ ମାଗଣାରେ ଦେବାକୁ ଭାରତ ନିଷ୍ପିତ୍ତି ଗ୍ରହଣ କରିଛି। ପୁଣେର ସିରମ୍‌ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଶିଲ୍ଡ ପାକିସ୍ତାନକୁ ପଠାଯିବ।

Share