କୋଇଲା ଫେଜ୍‌ ଆଉଟ୍‌କୁ ଭାରତର ବିରୋଧ

ଦୁବାଇ,୪ା୧୨(ପି.ଟି.): ୨୦୩୦ ସୁଦ୍ଧା କୋଇଲା ବ୍ୟବହାରକୁ ପର୍ଯ୍ୟାୟକ୍ରମେ ବାଦ୍‌ ଦେଇ ବୈଶ୍ୱିକ ପୁନଃନବୀକରଣଯୋଗ୍ୟ ଶକ୍ତି ସାମର୍ଥ୍ୟ ୩ ଗୁଣ ବଢ଼ାଇବା ପାଇଁ ଅଣାଯାଇଥିବା ସଂକଳ୍ପରେ ସ୍ବାକ୍ଷର କରିବାରୁ ଭାରତ ଦୂରେଇ ରହିଛି। ପର୍ଯ୍ୟାୟକ୍ରମେ କୋଇଲା ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ସର୍ତ୍ତକୁ ନୂଆଦିଲ୍ଲୀ ସମର୍ଥନ କରୁ ନ ଥିବା ଭାରତୀୟ ପ୍ରତିନିଧିଙ୍କ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ଜି୨୦ ସମିଟ୍‌ରେ ଏହାର ଅଧ୍ୟକ୍ଷତା କରୁଥିବା ଭାରତ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ ବଢ଼ାଇବା ଲାଗି ପ୍ରତିଶ୍ରୁତିବଦ୍ଧ ଥିଲା। ଅଥଚ କପ୍‌୨୮ରେ ବିଶ୍ୱର ଅକ୍ଷୟ ଶକ୍ତି ସାମର୍ଥ୍ୟ ୨୦୩୦ ସୁଦ୍ଧା ତିନିଗୁଣ ବଢ଼ାଇବା ପାଇଁ ୧୧୮ଟି ଦେଶ ପ୍ରତିଶ୍ରୁତିବଦ୍ଧ ହୋଇଥିବାବେଳେ କୋଇଲା ଫେଜ୍‌ ଆଉଟ୍‌ ସର୍ତ୍ତ ଉଲ୍ଲେଖ ଥିବାରୁ ଚିଠା ପ୍ରସ୍ତାବରେ ସ୍ବାକ୍ଷର କରିବାରୁ ଉଭୟ ଭାରତ ଓ ଚାଇନା ଦୂରେଇ ରହିଛନ୍ତି। କେବଳ କୋଇଲା ନୁହେଁ, ସମସ୍ତ ଜୀବାଶ୍ମ ଇନ୍ଧନ ବ୍ୟବହାର ପର୍ଯ୍ୟାୟକ୍ରମେ ବନ୍ଦ କରିବା ପାଇଁ ଭାରତ ବିଭିନ୍ନ ଦେଶକୁ କହିଥିଲା। ଗତ ସେପ୍ଟେମ୍ବରରେ ଦିଲ୍ଲୀରେ ଅନୁଷ୍ଠିତ ଜି୨୦ ସମିଟ୍‌ରେ ନବୀକରଣଯୋଗ୍ୟ ଶକ୍ତି କ୍ଷମତା ତିନିଗୁଣ କରିବା ଚୁକ୍ତିରେ ଭାରତ ସମ୍ମତି ପ୍ରଦାନ କରିଥିଲା। ଯେଉଁ ଦେଶଗୁଡ଼ିକ ଏଥିରେ ସଂକଳ୍ପ ନେଇଥିଲେ, ସେମାନେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଫ୍ରେମ୍‌ଓ୍ବାର୍କ (ୟୁଏନ୍‌ଏଫ୍‌ସିସିସି) ପରିସରରୁ ବାହାରେ ଥିଲେ। ନିରନ୍ତର କୋଇଲା ଶକ୍ତିର ବ୍ୟବହାରକୁ ପର୍ଯ୍ୟାୟକ୍ରମେ ହ୍ରାସ କରିବା ଏବଂ କୋଇଲା ଚାଳିତ ନୂଆ ବିଦ୍ୟୁତ୍‌ ପ୍ଲାଣ୍ଟଗୁଡ଼ିକୁ ଆର୍ଥିକ ସହଯୋଗ ବନ୍ଦ କରିବା ପାଇଁ ଉକ୍ତ ସଂକଳ୍ପରେ ଆହ୍ବାନ ଦିଆଯାଇଥିଲା। ନିରନ୍ତର ଜୀବାଶ୍ମ ଇନ୍ଧନ ସାଧାରଣତଃ ଉତ୍ସର୍ଜନ ହ୍ରାସ ଲାଗି ଉଦ୍ୟମ ନ କରି କୋଇଲା, ତୈଳ ଓ ଗ୍ୟାସ୍‌ର କ୍ରମାଗତ ବ୍ୟବହାରକୁ ବୁଝାଏ। ଏହା ସତ୍ତ୍ୱେ ଏହି ସାର୍ବଜନୀନ ଗ୍ରହଣୀୟ ସର୍ତ୍ତ ବର୍ତ୍ତମାନର ଚିଠା ସଂକଳ୍ପରେ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

ଖୁସି ଖବର… ୭ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ

ନୂଆଦିଲ୍ଲୀ,୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଦ୍ୱନ୍ଦ୍ୱ ଏବଂ ଏହାର ଫଳସ୍ୱରୂପ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ମଧ୍ୟରେ, ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ମିଳିଛି। ପ୍ରାୟ ସାତ…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri