Categories: ଜାତୀୟ

ଭାରତର ନୂଆ ଯୋଜନା: ଚାଇନା-ପାକିସ୍ତାନ ସୀମାରେ ମୁତୟନ ହେବ ରକେଟ ଲଞ୍ଚର

ନୂଆଦିଲ୍ଲୀ, ୧।୯: ସୀମାରେ ଉତ୍ତେଜନା ବଢୁଥିବାର ଭାରତ ନୂଆ ଯୋଜନା ପ୍ରସ୍ତୁତ କରିଛି। ପାକିସ୍ତାନ ସୀମା ଏବଂ ଚାଇନା ସୀମାରେ ପିନାକା ରକେଟ ଲଞ୍ଚର ମୁତୟନ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘରୋଇ କମ୍ପାନୀଙ୍କ ସହିତ ଚୁକ୍ତି ସ୍ବାକ୍ଷର ହୋଇଛି। ୨୫୮୦ କୋଟି ଟଙ୍କା ବ୍ୟୟରେ ପିନାକ ଲଞ୍ଚର କିଣାଯିବ। ଏହାକୁ ୬ଟି ରେଜିମେଣ୍ଟ୍‌କୁ ଯୋଗାଇ ଦିଆଯିବ। ଟାଟା ପାଓ୍ବାର କମ୍ପାନୀ ଲିମିଟେଡ୍‌ ଏବଂ ଲାର୍ସନ ଆଣ୍ଡ୍‌ ଟୁବ୍ରୋ ସହିତ ଚୁକ୍ତି ହୋଇଛି। ଭାରତ ଆର୍ଥ ମୁଭରର୍ସକୁ ଏହି ପରିଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ସୀମାରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି।

Share