Categories: ଖେଳ

ନୀରଜ ଆଣିଲେ ସ୍ବର୍ଣ୍ଣ

ଟୋକିଓ,୭।୮: ଇତିହାସ ରଚିଲେ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା। ଟୋକିଓ ଅଲିମ୍ପିକ୍ସର ଅନ୍ତିମ ଦିନ ଭାରତକୁ ମିଳିଛି ଏକମାତ୍ର ସ୍ବର୍ଣ୍ଣ ପଦକ। ଭାରତର ପ୍ରଥମ ଟ୍ରାକ ଓ ଫିଲ୍ଡ ଆଥ୍‌ଲେଟ୍‌ ଭାବେ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ୨୩ ବର୍ଷୀୟ ନୀରଜ ସର୍ବାଧିକ ୮୭.୫୮ ମିଟର ଦୂରତା ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଉଦ୍ୟମରେ ୮୭.୦୩ ମିଟର ହାସଲ କରିଥିବା ନୀରଜ ଦ୍ୱିତୀୟ ଉଦ୍ୟମରେ ସର୍ବାଧିକ ଦୂରତା ହାସଲ କରିଥିଲେ। ତୃତୀୟ ଉଦ୍ୟମ(୭୬.୭୯ ମିଟର)ରେ ବିଫଳ ହୋଇଥିଲେ ନୀରଜ। ଅଭିନବ ବିନ୍ଦ୍ରାଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସର ବ୍ୟକ୍ତିଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ନୀରଜ।

ଏହି ପଦକ ସହ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି। ନୀରଜଙ୍କ ପୂର୍ବରୁ ବଜରଙ୍ଗ ପୁନିଆ ଆଣି ଦେଇଥିଲେ ବ୍ରୋଞ୍ଜ ପଦକ।

 

Share