Posted inଖେଳ

ଟୋକିଓରେ ଭାରତ ପଦକ ୨ ଅଙ୍କ ଛୁଇଁବ: ରିଜିଜୁ

ନୂଆଦିଲ୍ଲୀ, ୧୫।୪(ପି.ଟି.)- ଟୋକିଓ ଅଲିମ୍ପିକ୍ସର ୧୦୦ ଦିନିଆ ଅବଗଣନା ଆରମ୍ଭ ହୋଇଥିବାବେଳେ ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ପଦକ ସଂଖ୍ୟା ଦୁଇଅଙ୍କ ଛୁଇଁବ ବୋଲି ଆଶା ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ। ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଦେଶର ଆଥ୍‌ଲେଟଙ୍କୁ ସରକାର ଯଥାସମ୍ଭବ ସହଯୋଗ କରୁଛନ୍ତି। ଏବେ ଆଗାମୀ ଗେମ୍ସକୁ ସ୍ମରଣୀୟ କରିବା ସେମାନଙ୍କ ଦାୟିତ୍ୱ ବୋଲି ରିଜିଜୁ କହିଛନ୍ତି। ”ଆଗାମୀ ଅଲିମ୍ପିକ୍ସକୁ ଆମେ ସ୍ମରଣୀୟ କରିବାକୁ ଚାହୁଁ। ଭାରତ ପାଇଁ ଏହା ଯେପରି ସବୁଠାରୁ ଖୁସିପ୍ରଦ ହେବ ସେ ଦିଗରେ ଆଥ୍‌ଲେଟମାନେ ଧ୍ୟାନଦେବା ଜରୁରୀ“ ବୋଲି ସେ ପ୍ରକାଶ କରିଛନ୍ତି। କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଅଲିମ୍ପିକ୍ସ ଯୋଗ୍ୟତା ହାସଲକାରୀ ଏବଂ କ୍ୱାଲିଫାଇଂ ଇଭେଣ୍ଟ ଖେଳିବାକୁ ଯାଉଥିବା ଆଥ୍‌ଲେଟଙ୍କୁ ସବୁପ୍ରକାର ସହଯୋଗ କରାଯାଉଛି। ଆଥ୍‌ଲେଟଙ୍କ ସବୁ ଆବଶ୍ୟକତାକୁ ପୂରଣ କରିବା ଆମ କାମ ବୋଲି ଟୋକିଓ ଗେମ୍ସ ୧୦୦ ଦିନିକିଆ ଅବଗଣନା ଅବସରରେ ଆୟୋଜିତ ଭର୍ଚୁଆଲ ଓ୍ବେବିନାରରେ ଯୋଗଦେଇ ରିଜିଜୁ ଏହା କହିଛନ୍ତି। ଚଳିତ ବର୍ଷ ଜୁଲାଇ ୨୩ରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବ। ”ଆମେ ତୁମ ପାଇଁ ସବୁକିଛି କରୁଛୁ। ତୁମେ ପଦକ ସଂଖ୍ୟାକୁ ଦୁଇଅଙ୍କରେ ପହଞ୍ଚାଇବା ଲକ୍ଷ୍ୟରେ ଅଗ୍ରସର ହୁଅ। ପ୍ରତିଯୋଗିତାରେ ଯେପରି ଶ୍ରେଷ୍ଠ ପ୍ରଦର୍ଶନ ହେବ ସେ ଦିଗରେ ଧ୍ୟାନ ଦିଅ“ ବୋଲି ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିତ୍ବା ଭାରତୀୟ ଆଥ୍‌ଲେଟଙ୍କ ଉଦ୍ଦେଶ୍ୟରେ ରିଜିଜୁ କହିଛନ୍ତି। ଆଗକୁ ଅନେକ ଚ୍ୟାଲେଞ୍ଜ ଅଛି। ଯଦି କୌଣସି ଦଳର ଜଣେ ଆଥଲେଟ୍‌ କୋଭିଡ୍‌ ପଜିଟିଭ ହୁଅନ୍ତି ତେବେ ତାହା ସମଗ୍ର ଦଳର ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ। ତେଣୁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ। ଆମେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ଏବଂ ନ୍ୟାଶନାଲ ସ୍ପୋଟର୍‌ସ ଫେଡେରେଶନର ପ୍ରୋଟୋକଲଙ୍କୁ କଡ଼ାକଡ଼ି ଭାବେ ପାଳନ କରିବା ଉଚିତ ବୋଲି ରିଜିଜୁ ପ୍ରକାଶ କରିଛନ୍ତି। ଏହି ଓ୍ବେବିନାରରେ କେନ୍ଦ୍ର କ୍ରୀଡ଼ା ସଚିବ ରବି ମିତ୍ତଲ, ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ ସଭାପତି ନରିନ୍ଦର ବାତ୍ରା ଏବଂ ମହାସଚିବ ରାଜୀବ ମେହେଟା ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri