Posted inଖେଳ

ଭାରତ ପଦକ ସଂଖ୍ୟା ୫୦ ଟପିଲା

ହାଙ୍ଗଝୋ,୨ା୧୦(ପି.ଟି.): ରବିବାର ଏସିଆନ୍‌ ଗେମ୍ସରେ ଭାରତୀୟ ଆଥଲେଟ ମାନେ ୩ ସ୍ବର୍ଣ୍ଣ ସହିତ ୧୫ ପଦକ ବିଜୟୀ ହୋଇଥିବା ବେଳେ ଓଡ଼ିଶା ଆଥଲେଟିକ୍ସ ହାଇ ପର୍ଫମାନ୍ସ ସେଣ୍ଟରରେ ଅଭ୍ୟାସ କରୁଥିବା ଜ୍ୟୋତି ୟାରାଜୀ ୧୦୦ ମିଟର ବାଧାଦୌଡରେ ଏକ ରୌପ୍ୟ ପଦକ ଜିତିଛନ୍ତି। ତେବେ ଏହି ଦୌଡଟି ଅତ୍ୟନ୍ତ ବିବାଦୀୟ ରହିଥିଲା। ଆରମ୍ଭରୁ ଫଲ୍ସ ଷ୍ଟାର୍ଟ ପାଇଁ ଜ୍ୟୋତି ଓ ଚାଇନାର ଉ ୟାନିଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ପରେ ଉଭୟ ଆଥଲେଟଙ୍କୁ ଦୌଡିବାର ସୁଯୋଗ ମିଳିଥିଲା। ଚାଇନାର ଲୁ ଉଏଇ ୧୨.୭୪ ସେକେଣ୍ଡର ଟାଇମିଂ ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୟାନି(୧୨.୯୧) ଦ୍ୱିତୀୟ ଓ ୟାରାଜୀ(୧୩.୦୪ ) ତୃତୀୟ ସ୍ଥାନରେ ରହିଥିଲେ। ତେବେ ଆଥଲେଟିକ୍ସ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ(ଏଏଫ୍‌ଆଇ) ପକ୍ଷରୁ ଅଭିଯୋଗ କରାଯିବା ପରେ ବୈଷୟିକ ନିୟମ ୧୬.୮ ଆଧାରରେ ୟାନିଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଫଳସ୍ବରୂପ ଜ୍ୟୋତି ୟାରାଜୀଙ୍କ ବ୍ରୋଞ୍ଜ ପଦକ ରୌପ୍ୟରେ ପରିଣତ ହୋଇଥିଲା। ଏହି ନିୟମ ଅନୁସାରେ ଯେଉଁ ଖେଳାଳି ସର୍ବପ୍ରଥମେ ଫଲ୍ସ ଷ୍ଟାର୍ଟ କରିଥାନ୍ତି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଏ। ଫଳରେ ୟାନି ଅଯୋଗ୍ୟ ଘୋଷିତ ହୋଇଥିଲେ।
୧୫୦୦ ମିଟର ମହିଳା ଦୌଡରେ ହରମିଲନ ବେନ୍ସ ୪:୧୨.୪୭ ସେକେଣ୍ଡର ଟାଇମିଂ ସହିତ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ୧୫୦୦ ମି. ପୁରୁଷ ବର୍ଗରେ ଅଜୟ କୁମାର ସରୋଜ(୩:୩୮.୯୪) ଓ ଜିନସନ୍‌ ଜନସନ୍‌(୩:୩୯.୭୪) ସେକେଣ୍ଡର ସମୟ ସହିତ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଭେଟେରାନ ଡିସ୍‌କସ୍‌ ଥ୍ରୋୟର ସୀମା ୫୮.୬୨ ମିଟର ଥ୍ରୋ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୪୦ ବର୍ଷୀୟା ସୀମା ନିଜର ଅନ୍ତିମ ଏସିଆନ ଗେମ୍ସ ଖେଳୁଥିବା ବେଳେ ବୟସ୍କ ଭାରତୀୟ ମହିଳା ଭାବରେ ପଦକ ଜିତିଛନ୍ତି। ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର ୮.୧୯ ମିଟରର ଜମ୍ପ ସହିତ ରୌପ୍ୟ ପଦକ ହାସଲ କରିବାରେ ସମର୍ଥ ହୋଇଛନ୍ତି। ହେପ୍ଟାଥ୍ଲନରେ ଭାରତର ନନ୍ଦିନୀ ଆଗାସରା ୫୭୧୨ ପଏଣ୍ଟ ସହିତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri