Categories: ଫୁରସତ

ଭାରତର ସାମୁଦ୍ରିକ ଇତିହାସ ଗୌରବମୟ

ଭାରତର ସାମୁଦ୍ରିକ ଇତିହାସ ବେଶ୍‌ ସମୃଦ୍ଧ ଏବଂ ଗୌରବମୟ ଅଟେ। ପ୍ରାଚୀନ କାଳରୁ ଦକ୍ଷିଣ ଭାରତୀୟମାନେ ପୂର୍ବ ଏସିଆ ଏବଂ ପଶ୍ଚିମରେ ଆରବ ଜଗତ ସହିତ ଜାହାଜରେ ପରିବହନ କରିଆସୁଥିଲେ। ଆଧୁନିକ ଯୁଗରେ ଭାରତ ସାମୁଦ୍ରିକ କ୍ଷେତ୍ରରେ ଅନେକ ଅଗ୍ରଗତି କରିଛି। ଭାରତ ହେଉଛି ବିଶ୍ୱର ଷଷ୍ଠ ବୃହତ୍ତମ ଜାହାଜ କାରବାର ଦେଶ।
ଜାତୀୟ ସାମୁଦ୍ରିକ ଦିବସ ପ୍ରତିବର୍ଷ ୫ ଏପ୍ରିଲରେ ଦେଶରେ ପାଳନ କରାଯାଏ। ଯେଉଁମାନେ ଭାରତର ସାମୁଦ୍ରିକ ଇତିହାସ ଏବଂ ସାମୁଦ୍ରିକ କ୍ଷେତ୍ରର ବିକାଶରେ ଯୋଗଦାନ ଦେଇଛନ୍ତି, ସେମାନଙ୍କୁ ସ୍ମରଣ କରିବା ପାଇଁ ଏହି ଦିନ ପାଳନ କରାଯାଏ। ଜାତୀୟ ସାମୁଦ୍ରିକ ଦିବସ ଅବସରରେ ଭାରତ ସରକାର ସାମୁଦ୍ରିକ କ୍ଷେତ୍ରର ବିକାଶ ଏବଂ ସାମୁଦ୍ରିକ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ସାମୁଦ୍ରିକ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଲୋକଙ୍କୁ ମଧ୍ୟ ସରକାର ପୁରସ୍କାର ପ୍ରଦାନ କରାଯାଏ।
ପ୍ରଥମ ଜାତୀୟ ସାମୁଦ୍ରିକ ଦିବସ ୫ ଏପ୍ରିଲ ୧୯୬୪ରେ ପାଳନ କରାଯାଇଥିଲା। ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ ଜାତୀୟ ସାମୁଦ୍ରିକ ଦିବସର ଥିମ ପ୍ରସ୍ତୁତ କରାଯାଇଛି। ଏହି ବର୍ଷର ବିଷୟବସ୍ତୁ ହେଉଛି ‘ନାଭିଗେଟିଙ୍ଗ୍‌ ଦ ଫ୍ୟୁଚର୍‌:ସେଫ୍‌ଟି ଫାର୍ଷ୍ଟ’। ଏହି ଥିମ ସାମୁଦ୍ରିକ କ୍ଷେତ୍ରରେ ସୁରକ୍ଷାର ଗୁରୁତ୍ୱକୁ ଆଲୋକିତ କରେ।

Share