Posted inଜାତୀୟ

ଭାରତର ଲିଥିୟମ ନିର୍ଭରଶୀଳତା କମିବ

ନୂଆଦିଲ୍ଲୀ,୧୩।୨ : ଭାରତ ଲିଥିୟମ ପାଇଁ ବାହାର ଦେଶ ଉପରେ ନିର୍ଭର କରିଆସୁଥିବାବେଳେ ଦେଶର ପ୍ରଥମ ଲିଥିୟମ ଖଣି ଜମ୍ମୁ-କଶ୍ମୀରର ରିଆସି ଜିଲାରେ ଠାବ ହେବା ଗୁରୁତ୍ୱପୂର୍ଣ୍ଣ ଘଟଣା। ସ୍ବଚ୍ଛ ଇନ୍ଧନକୁ ଆପଣାଇବା ଯୋଜନା ରଖିଥିବା ଏବଂ ବିଦ୍ୟୁତଚାଳିତ ଯାନ ବ୍ୟବହାର ବଢ଼ାଉଥିବା ଭାରତ ପାଇଁ ଲିଥିୟମ ଖଣିର ସନ୍ଧାନ ଅନେକ ଆଶା ସଞ୍ଚାର କରିଛି। ଜମ୍ମୁ-କଶ୍ମୀରରେ ଠାବ ହୋଇଥିବା ଖଣିରେ ୫.୯ ନିୟୁତ ଟନ୍‌ ଲିଥିୟମ ରହିଥିବା କୁହାଯାଉଛି। ଏହା ଏକ ବିରଳ ତଥା ଅତ୍ୟଧିକ ତେଜୟସ୍କ୍ରିୟ ଖଣିଜ ପଦାର୍ଥ। ଏହା ହାଲୁକା ଏବଂ ସ୍ବଳ୍ପ ସ୍ଥାନରେ ପ୍ରଚୁର ପରିମାଣର ଶକ୍ତିକୁ ଗଚ୍ଛିତ କରି ରଖାଯାଇପାରୁଥିବାରୁ ବ୍ୟାଟେରିରେ ଏହାକୁ ମୁଖ୍ୟ ଉପାଦାନ ଭାବେ ବ୍ୟବହାର କରାଯାଇଥାଏ।
କାର୍ବନ ଉତ୍ସର୍ଜନ କମାଇବା ନିମନ୍ତେ ବିଶ୍ୱବ୍ୟାପୀ ଦେଶଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିଥିବାବେଳେ ସ୍ବଚ୍ଛ ଇନ୍ଧନ ଦିଗରେ ଅଧିକାଂଶ ରାଷ୍ଟ୍ର ଅଗ୍ରସର ହେଉଛନ୍ତି। ଏଥିପାଇଁ ଶକ୍ତି ଗଚ୍ଛିତ ରଖିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବାରୁ ଲିଥିୟମ ଚାହିଦା ବଢ଼ିଚାଲିଛି। ଏବେ ଲିଥିୟମ, ନିକେଲ ଏବଂ କୋବାଲ୍ଟ ଭଳି ଅନେକ ଖଣିଜ ପାଇଁ ଭାରତ ଆମଦାନୀ ଉପରେ ନିର୍ଭରଶୀଳ। ଦେଶ ଆତ୍ମନିର୍ଭର ହେବା ଲାଗି ଜଟିଳ ଖଣିଜ ଖୋଜି ବାହାର କରିବା ଏବଂ ତାହାର ପ୍ରକ୍ରିୟାକରଣ ଗୁରୁତ୍ୱପୂର୍ଣ୍ଣ। ଏହିସବୁ ସାମଗ୍ରୀ ଆମଦାନୀ ହ୍ରାସ ପାଇପାରିଲେ ଭାରତ ଆତ୍ମନିର୍ଭର ହୋଇପାରିବ। ଲିଥିୟମ ଖଣିର ସନ୍ଧାନ ଇଲେକ୍ଟ୍ରିକ୍‌ ଯାନ, ମୋବାଇଲ୍‌ ଫୋନ୍‌, ସୋଲାର ପ୍ୟାନେଲ ପାଇଁ ଭାରତରେ ବ୍ୟାଟେରି ନିର୍ମାଣ କରିବାରେ ସହାୟକ ହେବ ବୋଲି ଖଣି ସଚିବ ବିବେକ ଭରଦ୍ୱାଜ କହିଥିଲେ। ଇଲେକ୍ଟ୍ରିକ୍‌ ଯାନ ନିର୍ମାଣ ବଜାରରେ ଭାରତ ଅଗ୍ରଣୀ ଭୂମିକା ନିଭାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଘରୋଇ ଲିଥିୟମ ଉତ୍ପାଦନ ଲାଗି ସୁଯୋଗ ଖୋଜିବା ନିମନ୍ତେ କେନ୍ଦ୍ର ସରକାର ଏକ ଟାସ୍କଫୋର୍ସ ଗଠନ କରିଥିଲେ।
ଆବିଷ୍କାର ହୋଇଥିବା ଲିଥିୟମ ଖଣିରୁ ଏହାକୁ ସଂଗ୍ରହ କରି ବ୍ୟବହାର ଉପଯୋଗୀ କରାଇବା ଏକ ଦୀର୍ଘମିଆଦୀ ପ୍ରକ୍ରିୟା। ପରିବେଶ ଅନୁମତି ଏବଂ ଖଣିର ବିକାଶ ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗିଯିବ ବୋଲି ଅନ୍ତର୍ଜାତୀୟ ଅଭିଜ୍ଞତାରୁ ଜଣାପଡ଼ିଛି। ତେଣୁ ୨୦୩୦ ସୁଦ୍ଧା ସ୍ବଚ୍ଛ ଇନ୍ଧନ ଏବଂ ଇଭି ପାଇଁ ଭାରତ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ନିମନ୍ତେ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିବ। ଦିଲ୍ଲୀର ଗବେଷଣା ସଂସ୍ଥା କ୍ଲାଇମେଟ୍‌ ଟ୍ରେଣ୍ଡ୍‌ସର ନିର୍ଦ୍ଦେଶକ ଆରତୀ ଖୋସଲାଙ୍କ ମତରେ ଲିଥିୟମର ସନ୍ଧାନ ଉତ୍ସାହଜନକ ହୋଇଥିଲେ ମଧ୍ୟ ଏହାର ମାନ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଖନନ କରି ଏହା କେତେ ଉପଯୋଗୀ ଏବଂ ଉତ୍ତୋଳନଯୋଗ୍ୟ ତାହା ଯାଞ୍ଚ ତଥା ଆକଳନ କରିବାକୁ ପଡ଼ିବ।
ଆମେରିକା ଭୂତାତ୍ତ୍ୱିକ ସର୍ଭେ (ୟୁଏସ୍‌ଜିଏସ୍‌) ରିପୋର୍ଟ ଅନୁଯାୟୀ ବିଶ୍ୱରେ ୮୦ ନିୟୁତ ଟନ୍‌ ପରିମାଣର ଲିଥିୟମ ଖଣି ଚିହ୍ନଟ ହୋଇଥିବାବେଳେ ସେଥିରୁ ମାତ୍ର ୨୨ ନିୟୁତ ଟନ୍‌ ଖଣି ଉତ୍ତୋଳନ ଉପଯୋଗୀ ହୋଇପାରିଛି। ବିଶ୍ୱର ଲିଥିୟମ ରିଜର୍ଭର ଅଧାରୁ ଅଧିକ ୩ଟି ଦକ୍ଷିଣ ଆମେରିକୀୟ ଦେଶରେ ରହିଥିବାବେଳେ ଲିଥିୟମ-ଆୟନ ବ୍ୟାଟେରି ଉତ୍ପାଦନରେ ଚାଇନା ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି। ବିଶ୍ୱର ତିନିଚତୁର୍ଥାଂଶ ବ୍ୟାଟେରି ଚାଇନା ଉତ୍ପାଦନ କରୁଛି। ଲିଥିୟମ ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହେଉଥିଲେ ହେଁ ମୋବାଇଲ ଫୋନ, ଲାପ୍‌ଟପ, ବିଦ୍ୟୁତଚାଳିତ ଏବଂ ହାଇବ୍ରିଡ୍‌ ଯାନର ବ୍ୟାଟେରି ପ୍ରସ୍ତୁତିରେ ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଏହା ବ୍ୟତୀତ କାଚ ଏବଂ ସେରାମିକ୍‌କୁ ସୁଦୃଢ଼ ଓ ତାପ ପ୍ରତିରୋଧୀ କରିବାକୁ ସେଥିରେ ଲିଥିୟମ ମିଶ୍ରଣ କରାଯାଇଥାଏ। ଆଲୁମିନିୟମ ଏବଂ ତମ୍ବା ସହ ଲିଥିୟମ ମିଶାଇ ବିମାନ, ମହାକାଶ ଯାନ ନିର୍ମାଣରେ ବ୍ୟବହାର କରାଯାଇଥାଏ। ଭାରତ ଆବଶ୍ୟକତାର ୮୦ ପ୍ରତିଶତ ଲିଥିୟମ ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନାରୁ ଆମଦାନି କରିଥାଏ। ୨୦୨୧ରେ କର୍ନାଟକରେ ମଧ୍ୟ ସ୍ବଳ୍ପ ପରିମାଣର ଲିଥିୟମ ଭଣ୍ଡାରର ସନ୍ଧାନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri