Posted inଜାତୀୟ

ଭାରତର ଲିଥିୟମ ନିର୍ଭରଶୀଳତା କମିବ

ନୂଆଦିଲ୍ଲୀ,୧୩।୨ : ଭାରତ ଲିଥିୟମ ପାଇଁ ବାହାର ଦେଶ ଉପରେ ନିର୍ଭର କରିଆସୁଥିବାବେଳେ ଦେଶର ପ୍ରଥମ ଲିଥିୟମ ଖଣି ଜମ୍ମୁ-କଶ୍ମୀରର ରିଆସି ଜିଲାରେ ଠାବ ହେବା ଗୁରୁତ୍ୱପୂର୍ଣ୍ଣ ଘଟଣା। ସ୍ବଚ୍ଛ ଇନ୍ଧନକୁ ଆପଣାଇବା ଯୋଜନା ରଖିଥିବା ଏବଂ ବିଦ୍ୟୁତଚାଳିତ ଯାନ ବ୍ୟବହାର ବଢ଼ାଉଥିବା ଭାରତ ପାଇଁ ଲିଥିୟମ ଖଣିର ସନ୍ଧାନ ଅନେକ ଆଶା ସଞ୍ଚାର କରିଛି। ଜମ୍ମୁ-କଶ୍ମୀରରେ ଠାବ ହୋଇଥିବା ଖଣିରେ ୫.୯ ନିୟୁତ ଟନ୍‌ ଲିଥିୟମ ରହିଥିବା କୁହାଯାଉଛି। ଏହା ଏକ ବିରଳ ତଥା ଅତ୍ୟଧିକ ତେଜୟସ୍କ୍ରିୟ ଖଣିଜ ପଦାର୍ଥ। ଏହା ହାଲୁକା ଏବଂ ସ୍ବଳ୍ପ ସ୍ଥାନରେ ପ୍ରଚୁର ପରିମାଣର ଶକ୍ତିକୁ ଗଚ୍ଛିତ କରି ରଖାଯାଇପାରୁଥିବାରୁ ବ୍ୟାଟେରିରେ ଏହାକୁ ମୁଖ୍ୟ ଉପାଦାନ ଭାବେ ବ୍ୟବହାର କରାଯାଇଥାଏ।
କାର୍ବନ ଉତ୍ସର୍ଜନ କମାଇବା ନିମନ୍ତେ ବିଶ୍ୱବ୍ୟାପୀ ଦେଶଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିଥିବାବେଳେ ସ୍ବଚ୍ଛ ଇନ୍ଧନ ଦିଗରେ ଅଧିକାଂଶ ରାଷ୍ଟ୍ର ଅଗ୍ରସର ହେଉଛନ୍ତି। ଏଥିପାଇଁ ଶକ୍ତି ଗଚ୍ଛିତ ରଖିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବାରୁ ଲିଥିୟମ ଚାହିଦା ବଢ଼ିଚାଲିଛି। ଏବେ ଲିଥିୟମ, ନିକେଲ ଏବଂ କୋବାଲ୍ଟ ଭଳି ଅନେକ ଖଣିଜ ପାଇଁ ଭାରତ ଆମଦାନୀ ଉପରେ ନିର୍ଭରଶୀଳ। ଦେଶ ଆତ୍ମନିର୍ଭର ହେବା ଲାଗି ଜଟିଳ ଖଣିଜ ଖୋଜି ବାହାର କରିବା ଏବଂ ତାହାର ପ୍ରକ୍ରିୟାକରଣ ଗୁରୁତ୍ୱପୂର୍ଣ୍ଣ। ଏହିସବୁ ସାମଗ୍ରୀ ଆମଦାନୀ ହ୍ରାସ ପାଇପାରିଲେ ଭାରତ ଆତ୍ମନିର୍ଭର ହୋଇପାରିବ। ଲିଥିୟମ ଖଣିର ସନ୍ଧାନ ଇଲେକ୍ଟ୍ରିକ୍‌ ଯାନ, ମୋବାଇଲ୍‌ ଫୋନ୍‌, ସୋଲାର ପ୍ୟାନେଲ ପାଇଁ ଭାରତରେ ବ୍ୟାଟେରି ନିର୍ମାଣ କରିବାରେ ସହାୟକ ହେବ ବୋଲି ଖଣି ସଚିବ ବିବେକ ଭରଦ୍ୱାଜ କହିଥିଲେ। ଇଲେକ୍ଟ୍ରିକ୍‌ ଯାନ ନିର୍ମାଣ ବଜାରରେ ଭାରତ ଅଗ୍ରଣୀ ଭୂମିକା ନିଭାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଘରୋଇ ଲିଥିୟମ ଉତ୍ପାଦନ ଲାଗି ସୁଯୋଗ ଖୋଜିବା ନିମନ୍ତେ କେନ୍ଦ୍ର ସରକାର ଏକ ଟାସ୍କଫୋର୍ସ ଗଠନ କରିଥିଲେ।
ଆବିଷ୍କାର ହୋଇଥିବା ଲିଥିୟମ ଖଣିରୁ ଏହାକୁ ସଂଗ୍ରହ କରି ବ୍ୟବହାର ଉପଯୋଗୀ କରାଇବା ଏକ ଦୀର୍ଘମିଆଦୀ ପ୍ରକ୍ରିୟା। ପରିବେଶ ଅନୁମତି ଏବଂ ଖଣିର ବିକାଶ ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗିଯିବ ବୋଲି ଅନ୍ତର୍ଜାତୀୟ ଅଭିଜ୍ଞତାରୁ ଜଣାପଡ଼ିଛି। ତେଣୁ ୨୦୩୦ ସୁଦ୍ଧା ସ୍ବଚ୍ଛ ଇନ୍ଧନ ଏବଂ ଇଭି ପାଇଁ ଭାରତ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ନିମନ୍ତେ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିବ। ଦିଲ୍ଲୀର ଗବେଷଣା ସଂସ୍ଥା କ୍ଲାଇମେଟ୍‌ ଟ୍ରେଣ୍ଡ୍‌ସର ନିର୍ଦ୍ଦେଶକ ଆରତୀ ଖୋସଲାଙ୍କ ମତରେ ଲିଥିୟମର ସନ୍ଧାନ ଉତ୍ସାହଜନକ ହୋଇଥିଲେ ମଧ୍ୟ ଏହାର ମାନ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଖନନ କରି ଏହା କେତେ ଉପଯୋଗୀ ଏବଂ ଉତ୍ତୋଳନଯୋଗ୍ୟ ତାହା ଯାଞ୍ଚ ତଥା ଆକଳନ କରିବାକୁ ପଡ଼ିବ।
ଆମେରିକା ଭୂତାତ୍ତ୍ୱିକ ସର୍ଭେ (ୟୁଏସ୍‌ଜିଏସ୍‌) ରିପୋର୍ଟ ଅନୁଯାୟୀ ବିଶ୍ୱରେ ୮୦ ନିୟୁତ ଟନ୍‌ ପରିମାଣର ଲିଥିୟମ ଖଣି ଚିହ୍ନଟ ହୋଇଥିବାବେଳେ ସେଥିରୁ ମାତ୍ର ୨୨ ନିୟୁତ ଟନ୍‌ ଖଣି ଉତ୍ତୋଳନ ଉପଯୋଗୀ ହୋଇପାରିଛି। ବିଶ୍ୱର ଲିଥିୟମ ରିଜର୍ଭର ଅଧାରୁ ଅଧିକ ୩ଟି ଦକ୍ଷିଣ ଆମେରିକୀୟ ଦେଶରେ ରହିଥିବାବେଳେ ଲିଥିୟମ-ଆୟନ ବ୍ୟାଟେରି ଉତ୍ପାଦନରେ ଚାଇନା ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି। ବିଶ୍ୱର ତିନିଚତୁର୍ଥାଂଶ ବ୍ୟାଟେରି ଚାଇନା ଉତ୍ପାଦନ କରୁଛି। ଲିଥିୟମ ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହେଉଥିଲେ ହେଁ ମୋବାଇଲ ଫୋନ, ଲାପ୍‌ଟପ, ବିଦ୍ୟୁତଚାଳିତ ଏବଂ ହାଇବ୍ରିଡ୍‌ ଯାନର ବ୍ୟାଟେରି ପ୍ରସ୍ତୁତିରେ ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଏହା ବ୍ୟତୀତ କାଚ ଏବଂ ସେରାମିକ୍‌କୁ ସୁଦୃଢ଼ ଓ ତାପ ପ୍ରତିରୋଧୀ କରିବାକୁ ସେଥିରେ ଲିଥିୟମ ମିଶ୍ରଣ କରାଯାଇଥାଏ। ଆଲୁମିନିୟମ ଏବଂ ତମ୍ବା ସହ ଲିଥିୟମ ମିଶାଇ ବିମାନ, ମହାକାଶ ଯାନ ନିର୍ମାଣରେ ବ୍ୟବହାର କରାଯାଇଥାଏ। ଭାରତ ଆବଶ୍ୟକତାର ୮୦ ପ୍ରତିଶତ ଲିଥିୟମ ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନାରୁ ଆମଦାନି କରିଥାଏ। ୨୦୨୧ରେ କର୍ନାଟକରେ ମଧ୍ୟ ସ୍ବଳ୍ପ ପରିମାଣର ଲିଥିୟମ ଭଣ୍ଡାରର ସନ୍ଧାନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri