ରଜତ ହେଲେ ‘ଇଣ୍ଡିଆଜ୍‌ ଲାଫ୍ଟର ଚାମ୍ପିୟନ’ ବିଜେତା

ବମ୍ବେ: କିଛି ମାସ ଧରି ଲୋକଙ୍କୁ ହସାଇ ଆସୁଥିବା କମେଡି ଶୋ’ ‘ଇଣ୍ଡିଆଜ୍‌ ଲାଫ୍‌ଟର ଚାମ୍ପିୟନ’ ଶେଷ ହୋଇଛି। ଶୋ’ର ବିଜେତା ହୋଇଛନ୍ତି ରଜତ ସୁଡ। ଶନିବାର ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ତାଙ୍କ ନାମ ଘୋଷଣା କରାଯାଇଛି।

ରଜତ ଦିଲ୍ଲୀର ବାସିନ୍ଦା। ଶୋ’ରେ ତାଙ୍କ ପ୍ରତିନ୍ଦ୍ୱନ୍ଦ୍ୱୀ ଭାବେ ନିତେଶ ସେଟ୍ଟୀ, ବିଜୟ ସଚାନ, ବିଘ୍ନେଶ ପାଣ୍ଡେ, ହିମାଶୁଂ ବବଣ୍ଡର ପ୍ରମୁଖ ଥିଲେ। ହେଲେ ରଜତ ସମସ୍ତଙ୍କୁ ପଛରେ ପକାଇ ବିଜେତା ହେବାରେ ସଫଳ ହୋଇଛନ୍ତି।

Share