Posted inଜାତୀୟ

ଅକ୍ଷୟ ଶକ୍ତିରେ ଭାରତର ପଦକ୍ଷେପ ଯଥେଷ୍ଟ ନୁହେଁ

ନୂଆଦିଲ୍ଲୀ,୨୧।୯: ଭାରତରେ ଅକ୍ଷୟ ଶକ୍ତି ଉତ୍ପାଦନ ବଢ଼ିଥିଲେ ମଧ୍ୟ ଏବେ ବି ଏହା ୧.୫ ଡିଗ୍ରୀ ସେଲସିୟସ୍‌ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହୋଇନାହଁି। ତାପଜ ବିଦ୍ୟୁତ୍‌ ଉତ୍ପାଦନରେ ମଧ୍ୟ ଦେଶ ପଛୁଆ ରହିଥିବା ମଙ୍ଗଳବାର ଜଳବାୟୁ ଆକ୍ସନ ଟ୍ରାକର ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ବିକାଶଶୀଳ ଦେଶଗୁଡ଼ିକର ଦାୟିତ୍ୱକୁ ଅଣଦେଖା କରାଯାଇଛି ବୋଲି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ କହିଛି।

ଏହି ରିପୋର୍ଟ ସ୍ବୟଂଶାସିତ ଗବେଷକ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହା ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ନିୟମ ଓ ପ୍ୟାରିସ ଚୁକ୍ତିନାମାକୁ ମଧ୍ୟ ଉଲ୍ଲଂଘନ କରୁଛି। ଗ୍ଲୋବାଲ ଓ୍ବାର୍ମିଂକୁ ୧.୫ ଡିଗ୍ରୀ ତଳେ ରଖିବାକୁ ଦୃଷ୍ଟିରେ ରଖି ୧୬ଟି ଦେଶ ସେମାନଙ୍କ ବିଦ୍ୟୁତ୍‌ ଉତ୍ପନ୍ନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭାବେ ପ୍ରଦୂଷଣମୁକ୍ତ କରିବା ଲାଗି ଯୋଜନା କରୁଛନ୍ତି। ଅଷ୍ଟ୍ରେଲିଆ, ବ୍ରାଜିଲ, ଚିଲି, ଚାଇନା, ଇୟୁ୨୭, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଜାପାନ, ମେକ୍ସିକୋ, ତୁର୍କୀ, ଦକ୍ଷିଣ ଆଫ୍ରିକା, ବ୍ରିଟେନ, ଆମେରିକା ସମେତ ୧୬ଟି ଦେଶ ଏହି ତାଲିକାରେ ରହିଛନ୍ତି। ବିକଶିତ ରାଷ୍ଟ୍ରଗୁଡ଼ିକ ୨୦୩୦ ସୁଦ୍ଧା କୋଇଲା ଓ ୨୦୩୫ ସୁଦ୍ଧା ଗ୍ୟାସ୍‌ ଉପରେ ନିର୍ଭରଶୀଳତା କମ୍‌ କରିବାକୁ ପ୍ୟାରିସ୍‌ ଚୁକ୍ତିନାମାରେ କୁହାଯାଇଛି।

ସେହିପରି ବିକାଶଶୀଳ ଦେଶଗୁଡ଼ିକ ୨୦୪୦ ସୁଦ୍ଧା କୋଇଲା ଓ ଜୀବାଶ୍ମ ଇନ୍ଧନ ବ୍ୟବହାର କମ୍‌ କରିବା ପାଇଁ କୁହାଯାଇଛି। ଏଥିପାଇଁ ସେହି ଦେଶଗୁଡ଼ିକୁ ଅନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ଆର୍ଥତ୍କ ସହାୟତା ପ୍ରଦାନ କରିବେ। ଫଳରେ ସାରା ବିଶ୍ୱରେ ଆଗାମୀ କିଛି ବର୍ଷ ପରେ ପ୍ରଦୂଷଣମୁକ୍ତ ଶକ୍ତି ଉତ୍ପନ୍ନ ହୋଇପାରିବ ବୋଲି କୁହାଯାଇଛି। ଏହି ଆକଳନ ଅନୁସାରେ ୨୦୩୫ ସୁଦ୍ଧା ବିଶ୍ୱର ଅଧିକାଂଶ ଦେଶ ୮୦% ବିଦ୍ୟୁତ୍‌ ଅକ୍ଷୟଶକ୍ତି ଉତ୍ସରୁ ଉତ୍ପନ୍ନ କରୁଥିବେ। ଏହା ୨୦୫୦ ସୁଦ୍ଧା ଶତ ପ୍ରତିଶତ ହୋଇପାରିବ। ଭାରତ ଓ ଚାଇନା ବର୍ତ୍ତମାନ ବିଦ୍ୟୁତ୍‌ ଶକ୍ତି ପାଇଁ ଅକ୍ଷୟଶକ୍ତି ଉତ୍ସ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି।

ତେବେ ଏଥିପାଇଁ ଦୀର୍ଘମିଆଦୀ ସୂତ୍ରରେ କାର୍ଯ୍ୟ କରିବାକୁ ପଡ଼ିବ। ସେହିପରି ଜର୍ମାନୀ ଓ ଚିଲି ମଧ୍ୟ ଅକ୍ଷୟ ଶକ୍ତି ଉତ୍ସରୁ ବିଦ୍ୟୁତ୍‌ ଉତ୍ପନ୍ନ କରିବା ଦିଗରେ କାମ କରୁଛନ୍ତି। ଭାରତ ଅକ୍ଷୟ ଶକ୍ତି ଉତ୍ସରୁ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ କରିବାରେ ଅଗ୍ରଣୀ ଭୂମିକା ନେଇଛି। ଦଶନ୍ଧି ଶେଷ ସୁଦ୍ଧା ସୌର ଉତ୍ସରୁ ୩୦୦ ଗିଗା ଓ୍ବାଟ ଏବଂ ପବନ ଉତ୍ସରୁ ୮୦ ଗିଗା ଓ୍ବାଟ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri