Posted inଜାତୀୟ

ଅକ୍ଷୟ ଶକ୍ତିରେ ଭାରତର ପଦକ୍ଷେପ ଯଥେଷ୍ଟ ନୁହେଁ

ନୂଆଦିଲ୍ଲୀ,୨୧।୯: ଭାରତରେ ଅକ୍ଷୟ ଶକ୍ତି ଉତ୍ପାଦନ ବଢ଼ିଥିଲେ ମଧ୍ୟ ଏବେ ବି ଏହା ୧.୫ ଡିଗ୍ରୀ ସେଲସିୟସ୍‌ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହୋଇନାହଁି। ତାପଜ ବିଦ୍ୟୁତ୍‌ ଉତ୍ପାଦନରେ ମଧ୍ୟ ଦେଶ ପଛୁଆ ରହିଥିବା ମଙ୍ଗଳବାର ଜଳବାୟୁ ଆକ୍ସନ ଟ୍ରାକର ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ବିକାଶଶୀଳ ଦେଶଗୁଡ଼ିକର ଦାୟିତ୍ୱକୁ ଅଣଦେଖା କରାଯାଇଛି ବୋଲି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ କହିଛି।

ଏହି ରିପୋର୍ଟ ସ୍ବୟଂଶାସିତ ଗବେଷକ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହା ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ନିୟମ ଓ ପ୍ୟାରିସ ଚୁକ୍ତିନାମାକୁ ମଧ୍ୟ ଉଲ୍ଲଂଘନ କରୁଛି। ଗ୍ଲୋବାଲ ଓ୍ବାର୍ମିଂକୁ ୧.୫ ଡିଗ୍ରୀ ତଳେ ରଖିବାକୁ ଦୃଷ୍ଟିରେ ରଖି ୧୬ଟି ଦେଶ ସେମାନଙ୍କ ବିଦ୍ୟୁତ୍‌ ଉତ୍ପନ୍ନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭାବେ ପ୍ରଦୂଷଣମୁକ୍ତ କରିବା ଲାଗି ଯୋଜନା କରୁଛନ୍ତି। ଅଷ୍ଟ୍ରେଲିଆ, ବ୍ରାଜିଲ, ଚିଲି, ଚାଇନା, ଇୟୁ୨୭, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଜାପାନ, ମେକ୍ସିକୋ, ତୁର୍କୀ, ଦକ୍ଷିଣ ଆଫ୍ରିକା, ବ୍ରିଟେନ, ଆମେରିକା ସମେତ ୧୬ଟି ଦେଶ ଏହି ତାଲିକାରେ ରହିଛନ୍ତି। ବିକଶିତ ରାଷ୍ଟ୍ରଗୁଡ଼ିକ ୨୦୩୦ ସୁଦ୍ଧା କୋଇଲା ଓ ୨୦୩୫ ସୁଦ୍ଧା ଗ୍ୟାସ୍‌ ଉପରେ ନିର୍ଭରଶୀଳତା କମ୍‌ କରିବାକୁ ପ୍ୟାରିସ୍‌ ଚୁକ୍ତିନାମାରେ କୁହାଯାଇଛି।

ସେହିପରି ବିକାଶଶୀଳ ଦେଶଗୁଡ଼ିକ ୨୦୪୦ ସୁଦ୍ଧା କୋଇଲା ଓ ଜୀବାଶ୍ମ ଇନ୍ଧନ ବ୍ୟବହାର କମ୍‌ କରିବା ପାଇଁ କୁହାଯାଇଛି। ଏଥିପାଇଁ ସେହି ଦେଶଗୁଡ଼ିକୁ ଅନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ଆର୍ଥତ୍କ ସହାୟତା ପ୍ରଦାନ କରିବେ। ଫଳରେ ସାରା ବିଶ୍ୱରେ ଆଗାମୀ କିଛି ବର୍ଷ ପରେ ପ୍ରଦୂଷଣମୁକ୍ତ ଶକ୍ତି ଉତ୍ପନ୍ନ ହୋଇପାରିବ ବୋଲି କୁହାଯାଇଛି। ଏହି ଆକଳନ ଅନୁସାରେ ୨୦୩୫ ସୁଦ୍ଧା ବିଶ୍ୱର ଅଧିକାଂଶ ଦେଶ ୮୦% ବିଦ୍ୟୁତ୍‌ ଅକ୍ଷୟଶକ୍ତି ଉତ୍ସରୁ ଉତ୍ପନ୍ନ କରୁଥିବେ। ଏହା ୨୦୫୦ ସୁଦ୍ଧା ଶତ ପ୍ରତିଶତ ହୋଇପାରିବ। ଭାରତ ଓ ଚାଇନା ବର୍ତ୍ତମାନ ବିଦ୍ୟୁତ୍‌ ଶକ୍ତି ପାଇଁ ଅକ୍ଷୟଶକ୍ତି ଉତ୍ସ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି।

ତେବେ ଏଥିପାଇଁ ଦୀର୍ଘମିଆଦୀ ସୂତ୍ରରେ କାର୍ଯ୍ୟ କରିବାକୁ ପଡ଼ିବ। ସେହିପରି ଜର୍ମାନୀ ଓ ଚିଲି ମଧ୍ୟ ଅକ୍ଷୟ ଶକ୍ତି ଉତ୍ସରୁ ବିଦ୍ୟୁତ୍‌ ଉତ୍ପନ୍ନ କରିବା ଦିଗରେ କାମ କରୁଛନ୍ତି। ଭାରତ ଅକ୍ଷୟ ଶକ୍ତି ଉତ୍ସରୁ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ କରିବାରେ ଅଗ୍ରଣୀ ଭୂମିକା ନେଇଛି। ଦଶନ୍ଧି ଶେଷ ସୁଦ୍ଧା ସୌର ଉତ୍ସରୁ ୩୦୦ ଗିଗା ଓ୍ବାଟ ଏବଂ ପବନ ଉତ୍ସରୁ ୮୦ ଗିଗା ଓ୍ବାଟ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri