ଜନପଥରେ ମିଆ ବାୟ ତନିସ୍କର ଏକ୍ସକ୍ଳୁସିଭ ଷ୍ଟୋର

ଭୁବନେଶ୍ୱର,୨୧।୯ (ଅୟଭ ଦାଶ): ଦେଶର ପ୍ରମୁଖ ଫ୍ୟାଶନେବଲ୍‌ ଗହଣା ବ୍ରାଣ୍ଡ୍‌ ‘ମିଆ ବାୟ ତନିସ୍କ’ର ଏକ୍ସକ୍ଳୁସିଭ ଷ୍ଟୋର ୟୁନିଟ୍‌-୩ ଜନପଥ ରୋଡ୍‌ସ୍ଥିତ ନନ୍ଦିଘୋଷ ହାଇଟ୍ସଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଉକ୍ତ ଷ୍ଟୋରର ନାଁ ‘ମିଆ ବାୟ ତନିସ୍କ ବୁଟିକ୍‌’ ରହିଛି। ଏହି ଅବସରରେ ମିଆ ବାୟ ତନିସ୍କର ବିଜ୍‌ନେସ୍‌ ହେଡ୍‌ ଶ୍ୟାମଳା ରାମାନନ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଆ ବାୟ ତନିସ୍କର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ (ଗହଣା ଡିଭିଜନ୍‌) ସୋମପ୍ରଭ କୁମାର ସିଂହ, ଆଞ୍ଚଳିକ ବ୍ୟବସାୟ ମୁଖ୍ୟ (ଆର୍‌ବିଏମ୍‌) ଆଲୋକ ରଞ୍ଜନଙ୍କ ସମେତ ଫ୍ରାଞ୍ଚାଇଜି ପାର୍ଟନର ଯୋଗେନ୍ଦ୍ର ହଂସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଏହି ପରିପ୍ରେକ୍ଷୀରେ ମିଆର ଉତ୍ପାଦଗୁଡ଼ିକ ଉପରେ ଆକର୍ଷଣୀୟ ୨୦% ପର୍ଯ୍ୟନ୍ତ ରିହାତି ଅଫର ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ଅଫର ୨୦୨୩ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ଉପଲବ୍ଧ। ବିଶେଷ କରି ୧୧୦୦ ବର୍ଗ ଫୁଟ୍‌ ପରିବ୍ୟାପ୍ତ ସ୍ଥାନରେ ନବନିର୍ମିତ ଷ୍ଟୋରରେ ୧୪ ଏବଂ ୧୮ କ୍ୟାରେଟ୍‌ର ବ୍ୟାପକ ମିଆ ରେଞ୍ଜ୍‌ ସହ ଟ୍ରେଣ୍ଡି ଏବଂ ସମସାମୟିକ ଡିଜାଇନ ମଧ୍ୟ ଉପଲବ୍ଧ।

ମିଆର ପ୍ରମୁଖ ତଥା ଆକର୍ଷକ ଗହଣା ପିସ୍‌ଗୁଡିକ ମଧ୍ୟ ଏଠାରେ ଉପଲବ୍ଧ ରହିଛି। ଏ ସବୁ ଆକର୍ଷଣୀୟ କଲର ଷ୍ଟୋନ୍‌, ଉଜ୍ଜ୍ୱଳ ସୁନା ଓ ହୀରା ଏବଂ ରୁପା ଆଦିରେ ପ୍ରସ୍ତୁତ ହୋଇଛି। ସେହିପରି ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ଆକର୍ଷଣୀୟ ଷ୍ଟଡ୍‌, ମୁଦି, ବ୍ରେସ୍‌ଲେଟ୍‌, କାନଫୁଲ, ପେଣ୍ଡେଣ୍ଟ ଏବଂ ନେକୱେର୍‌ ଭଳି ଅନେକ ଡିଜାଇନ ଉପଲବ୍ଧ ରହିଛି। ଏପରିକି ସଦ୍ୟ ଉନ୍ମୋଚିତ ହୋଇଥିବା ନେଚର୍ସ ଫାଇନେଷ୍ଟ କଲେକ୍ସନରୁ ଆକର୍ଷଣୀୟ ଗହଣା ଡିଜାଇନଗୁଡ଼ିକ ମଧ୍ୟ ଏଠାରେ ରହିଛି। ଭର୍ଟିକାଲ ଗାର୍ଡେନ, ସିଟି ପାର୍କ ଏବଂ ଅର୍ବାନ ଫରେଷ୍ଟ ଭଳି ଚିନ୍ତାଧାରାରୁ ଏହା ଅନୁପ୍ରାଣିତ ହୋଇଥିବାବେଳେ ପ୍ରକୃତିର ଏହା ଏକ ପ୍ରତୀକ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri