Categories: ଖେଳ

ଏଫ୍‌ଆଇଏଚ୍‌ ପୁରସ୍କାର ଉପରେ ଭାରତୀୟ ହକି ଟିମ୍‌ର କବ୍ଜା

ନୂଆଦିଲ୍ଲୀ,୬।୧୦: ଟୋକିଓ ଅଲିମ୍ପିକ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତୀୟ ହକି ଟିମ୍‌। ଏବେ ଅନ୍ତର୍ଜାତୀୟ ହକି ଫେଡେରେଶନ୍‌(ଏଫ୍‌ଆଇଏଚ୍‌) ଷ୍ଟାର ପୁରସ୍କାରରେ ଭାରତୀୟ ଖେଳାଳି ଏବଂ କୋଚ୍‌ ମୋଟ ୮ ପୁରସ୍କାର ଉପରେ କବ୍ଜା କରିଛନ୍ତି। ପ୍ଲେୟାର ଅଫ୍‌ ଦ ଇୟର, ଗୋଲ୍‌ କିପର ଅଫ୍‌ ଦ ଇୟର, ରାଇଜିଂ ଷ୍ଟାର ଅଫ୍‌ ଦ ଇୟର୍‌ ବ୍ୟତିତ କୋଚ୍‌ ଅଫ୍‌ ଦ ଇୟର ପୁରସ୍କାର ମଧ୍ୟ ନାଁରେ ଭାରତ କରିଛି। ଏହାକୁ ଦେଖିଲେ ଭାରତ ଏଫ୍‌ଆଇଏଚ୍‌ ପୁରସ୍କାରକୁ କ୍ଲିନ ସୁଇପ୍‌ କରିନେଇଥିବା ସ୍ପଷ୍ଟ ହୋଇଛି।

ଭାରତୀୟ ହକି ଟିମର ଷ୍ଟାର୍‌ ଡ୍ରାଗ୍‌ ଫ୍ଲିକର୍‌ ଗୁରଜିତ କୌର ଓ ହରମନପ୍ରୀତ ସିଂହ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ଜିତିଛନ୍ତି। ସେହିପରି ପିଆର୍‌ ଶ୍ରୀଜେଶ ଓ ସବିତା ପୁନିଆ ଯଥାକ୍ରମେ ପୁରୁଷ ଓ ମହିଳା ଗୋଲକିପର ଅଫ୍‌ ଦି ଇୟର୍‌ ପୁରସ୍କାର ହାସଲ କରିଛନ୍ତି। ବିବେକ ପ୍ରସାଦ ଓ ଶର୍ମିଲା ଦେବୀ ଶ୍ରେଷ୍ଠ ରାଇଜିଂ ଷ୍ଟାର୍‌ ପୁରସ୍କାର ପ୍ରାପ୍ତ କରିଛନ୍ତି। ଅନ୍ୟପକ୍ଷରେ ଗ୍ରାହାମ୍‌ ରିଡ୍‌ ଓ ସୋଏର୍ଡ ମାରିନ୍‌ ଉଭୟ ପୁରୁଷ ଓ ମହିଳା କୋଚ ପୁରସ୍କାର ଜିତିଛନ୍ତି।

Share