GST ରେ ଭରିଲା ସରକାରଙ୍କ ଭଣ୍ଡାର: ଅଗଷ୍ଟରେ ୧.୮୬ ଲକ୍ଷ କୋଟି କଲେକ୍ସନ

ନୂଆଦିଲ୍ଲୀ,୧।୯: ଭାରତ ଅଗଷ୍ଟ ମାସରେ ଜିଏସଟି ଆଦାୟ ୧.୮୬ ଲକ୍ଷ କୋଟି ସଂଗ୍ରହ କରିଛି, ଯାହା ଗତ ବର୍ଷ ଏହି ମାସ ତୁଳନାରେ ୬.୫% ଅଧିକ। ତେବେ, ଏହା ଜୁଲାଇର ୧.୯୬ ଲକ୍ଷ କୋଟି ତୁଳନାରେ କମ। ଏପ୍ରିଲ ୨୦୨୫ରେ ଜିଏସଟି ଆଦାୟ ସର୍ବକାଳୀନ ସର୍ବାଧିକ ୨.୩୭ ଲକ୍ଷ କୋଟି ଥିଲା।

ଅଗଷ୍ଟରେ ଘରୋଇ ରାଜସ୍ୱ ୯.୬% ବୃଦ୍ଧି ପାଇ ରୁ. ୧.୩୭ ଲକ୍ଷ କୋଟି ହୋଇଥିବା ବେଳେ, ଆମଦାନୀରୁ ଆଦାୟ ହୋଇଥିବା କର ୧.୨% ହ୍ରାସ ପାଇ ରୁ. ୪୯,୩୫୪ କୋଟି ରହିଛି। ସରକାର ୧୯,୩୫୯ କୋଟି ରିଫଣ୍ଡ ପ୍ରଦାନ କରିଛନ୍ତି, ଯାହା ଗତ ବର୍ଷ ତୁଳନାରେ ୨୦% କମ। ନେଟ ଜିଏସଟି ରାଜସ୍ୱ ୧୦.୭% ବୃଦ୍ଧି ପାଇ ୧.୬୭ ଲକ୍ଷ କୋଟି ହୋଇଛି।

ଛୋଟ ରାଜ୍ୟମାନଙ୍କ ମଧ୍ୟରେ ସିକ୍କିମ (୩୯%), ମେଘାଳୟ (୩୫%), ଓ ନାଗାଲାଣ୍ଡ (୩୩%) ସର୍ବାଧିକ ବୃଦ୍ଧି ଦେଖାଇଛନ୍ତି। ବଡ଼ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ୨୮,୯୦୦ କୋଟି (+୧୦%), କର୍ଣ୍ଣାଟକ ୧୪,୨୦୪ କୋଟି (+୧୫%), ତାମିଲନାଡୁ ୧୧,୦୫୭ କୋଟି (+୯%), ଓ ଉତ୍ତର ପ୍ରଦେଶ ୯,୦୮୬ କୋଟି (+୧୦%) ଆଦାୟ କରିଛନ୍ତି। ଅନ୍ୟପକ୍ଷରେ, ଚଣ୍ଡୀଗଡ଼ (-୧୨%), ମଣିପୁର (-୨୪%), ଓ ଝାଡ଼ଖଣ୍ଡ (-୧%)ରେ ଆଦାୟ ହ୍ରାସ ପାଇଛି।

ଏହି ତଥ୍ୟ ସେପ୍ଟେମ୍ବର ୩-୪ରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକ ପୂର୍ବରୁ ପ୍ରକାଶ ପାଇଛି, ଯେଉଁଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ରାଜ୍ୟ ଅର୍ଥମନ୍ତ୍ରୀମାନେ ବ୍ୟବସ୍ଥା ଆଲୋଚନା କରିବେ। ଏକ ପ୍ରମୁଖ ପ୍ରସ୍ତାବ ହେଉଛି ୫% ଓ ୧୮% ଦୁଇ ସ୍ଲାବ ବିଶିଷ୍ଟ ସରଳ ଗଠନ। ଏହା ସହ ହାର ଯୁକ୍ତିକରଣ, କ୍ଷତିପୂରଣ ସେସ, ଓ ବୀମା କର ସମ୍ପର୍କିତ ତିନୋଟି ମନ୍ତ୍ରୀ ଗୋଷ୍ଠୀର ରିପୋର୍ଟ ଉପରେ ଆଲୋଚନା ହେବ।

ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି ଯେ, ଏହି ଦୀପାବଳୀ ସୁଦ୍ଧା ଜିଏସଟିରେ “ପରବର୍ତୀ ପିଢ଼ିର ସଂସ୍କାର” ଉନ୍ମୋଚିତ ହେବ, ଯାହା ସାଧାରଣ କରଦାତା ଓ ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ବହୁ ସହାୟକ ହେବ। ୨୦୧୭ରେ ଆରମ୍ଭ ହୋଇଥିବା ଜିଏସଟି ବ୍ୟବସ୍ଥା ବର୍ତ୍ତମାନ ଆଠ ବର୍ଷ ପୂରଣ କରିଛି, ଓ ଆଗାମୀ ସଂସ୍କାର ଏହାର ଆରମ୍ଭ ପରେ ସବୁଠାରୁ ବଡ଼ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

ଇଣ୍ଡିଆ ପୋଷ୍ଟର ବଡ଼ ପଦକ୍ଷେପ: ଏସବୁ ସହରରେ ମିଳିବ ‘ନେକ୍ସଟ୍ ଡେ ଗ୍ୟାରେଣ୍ଟିଡ୍ ଡେଲିଭରି’ ସେବା

ନୂଆଦିଲ୍ଲୀ,୧୭।୫: ଡାକ ସେବାକୁ ଅଧିକ ଦ୍ରୁତ ଓ ଭରସାଯୋଗ୍ୟ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର, ମାର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri