ଭାରତର ବିକାଶ ହାର -୪.୫% ରହିବ

ନୂଆଦିଲ୍ଲୀ,୨୭ା୮: ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ସାମଗ୍ରିକ ବିକାଶ ହାର ହ୍ରାସ ପାଇ -୪.୫% ରହିବ ବୋଲି ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଆକଳନ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ୨୦୧୯-୨୦ ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଏହାର ୨୦୨୦ ଜୁନ୍‌ ଅପ୍‌ଡେଟ୍‌ରେ ବୈଶ୍ୱିକ ଅଭିବୃଦ୍ଧି -୪.୯% ରହିବା ସହ ଏଚ୍‌୧ ସମ୍ପର୍କିତ ଅର୍ଥନୈତିକ ଗତିବିଧି ଉପରେ ନକାରାମତ୍କ ପ୍ରଭାବ ପଡ଼ିବ ବୋଲି ଆକଳନ କରିଛି। ସେହିପରି ଭାରତର ଅର୍ଥନୀତି ମଧ୍ୟ ଘୋର ପ୍ରଭାବିତ ହେବ। ଦେଶର ଅଭିବୃଦ୍ଧି ହାର -୪.୫% ରହିବ ବୋଲି ଅନୁମାନ କରାଯାଇଛି। ୨୦୨୦ ଜୁନ୍‌ ୧୦ରେ ଅର୍ଗାନାଇଜେଶନ ଫର୍‌ ଇକୋନୋମିକ୍‌ ଡେଭେଲପ୍‌ମେଣ୍ଟ (ଓଇସିଡି) ପକ୍ଷରୁ ଦୁଇଟି ସମ୍ଭାବ୍ୟ ସ୍ଥିତି ଯଥା- ଏକକ ପ୍ରଭାବ ଓ ଦ୍ୱୈତ ପ୍ରଭାବ ସମ୍ପର୍କରେ ଆକଳନ କରାଯାଇଛି। ୨୦୨୦-୨୧ରେ ଭାରତର ବିକାଶ ହାର ଏକକ ପ୍ରଭାବରେ ତଳକୁ ଖସି -୩.୭% ଓ ଦ୍ୱିତୀୟ ପ୍ରଭାବରେ -୭.୩% ରହିବ। କରୋନା ସଂକ୍ରମଣ ଯୋଗୁ ଦେଶର ଅର୍ଥନୀତିକୁ ଯେଉଁ ବିପୁଳ କ୍ଷତି ସହିବାକୁ ପଡ଼ିଛି ସେଥିରୁ ମୁକୁଳି ଏହାକୁ ଟ୍ରାକ୍‌କୁ ଫେରାଇ ଆଣିବାକୁ ହେଲେ ବ୍ୟାପକ ସଂସ୍କାର ଜରୁରୀ ବୋଲି ଆର୍‌ବିଆଇ ଉକ୍ତ ରିପୋର୍ଟରେ କହିଛି।
୧୦% ବଢ଼ିଛି ନଗଦ କାରବାର
ମୁମ୍ବାଇ,୨୬ା୮: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି କରାଯାଇଥିବା ଲକ୍‌ଡାଉନ୍‌ ସମୟରେ ଭାରତରେ ନଗଦ ଆର୍ଥିକ କାରବାର ୧୦% ବୃଦ୍ଧି ପାଇଛି। ବିମୁଦ୍ରୀକରଣ ପୂର୍ବରୁ ମୁଦ୍ରା-ମୋଟ ଘରୋଇ ଉତ୍ପାଦ (ଜିଡିପି) ଅନୁପାତ ୧୨% ଥିଲା। ୨୦୧୯-୨୦ ଆର୍ଥିକ ବର୍ଷର ଏହି ପୂର୍ବାବସ୍ଥା ସ୍ତର ଆଡ଼କୁ ଏବେ ନଗଦ କାରବାର ଗତିଶୀଳ ହୋଇଥିବା ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ବାର୍ଷିକ ରିପୋର୍ଟରେ କୁହାଯାଇଛି। ମଙ୍ଗଳବାର ପ୍ରକାଶିତ କେନ୍ଦ୍ରୀୟ ବ୍ୟାଙ୍କର ୨୦୧୯-୨୦ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ୨୧,୧୦,୮୯୨ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ ନୋଟ ସର୍କୁଲେଶନରେ ଥିଲା। ୨୦୨୦ ମାର୍ଚ୍ଚରେ ଏହା ୨୪,୨୦,୯୭୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ମାର୍ଚ୍ଚ ୨୫ରୁ ଏହି ନଗଦ କାରବାର ୨୬.୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ପୂର୍ବାପେକ୍ଷା ୧୦% ଅଧିକ। ଏହି ସମୟ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ଦୁଇବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଛି। ନୋଟ୍‌ ସର୍କୁଲେଶନ ଓ ଚାହିଦା ସହ କେନ୍ଦ୍ରୀୟ ବ୍ୟାଙ୍କର ଆୟ ବୃଦ୍ଧି ପାଇଛି। କରୋନା ମହାମାରୀ ସମୟରେ ଡିଜିଟାଲ ଟ୍ରାଞ୍ଜାକ୍ସନ ହ୍ରାସ ପାଇଥିବାରୁ କ୍ୟାଶ୍‌ ଡିମାଣ୍ଡ ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri