Categories: ବାଣିଜ୍ୟ

ଚଳିତ ବର୍ଷ ଭାରତର ଜିଡିପି ୪.୫% ଖସିଯିବ: ପ୍ରମୁଖ ଏଜେନ୍ସି ଆଶଙ୍କା ପ୍ରକଟ କଲେ

ନୂଆଦିଲ୍ଲୀ,୨୫।୬ : ଚଳିତ ଆର୍ଥତ୍କ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ନକାରାତ୍ମକ ରହିବ। ଅର୍ଥାତ୍‌ ଏହି ସମୟରେ ଅଭିବୃଦ୍ଧି ଗଭୀର ଭାବେ ଖସିଯିବ। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ୪.୫% ଖସିଯିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଏଜେନ୍ସି ଏପ୍ରିଲରେ କରିଥିବା ପୂର୍ବାନୁମାନରେ କହିଥିଲା ଯେ, ଚଳିତ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ୧.୯% ରହିବ। ହେଲେ ବର୍ତ୍ତମାନ ଏଥିରେ ହ୍ରାସ କରିଥିବା ଜଣାପଡ଼ିଛି। ବର୍ତ୍ତମାନ କୋଭିଡ୍‌ ୧୯ ଜନିତ ଲକ୍‌ଡାଉନ ପାଇଁ ଘରୋଇ ବଜାର ଗଭୀର ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନ କରୋନା ସ୍ଥିତି ଆହୁରି ବଢୁଥିବାରୁ ବଜାରର ସ୍ଥିତି ଠିକ୍‌ ହୋଇପାରୁନାହିଁ। ଆର୍ଥତ୍କ କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରିବାକୁ ଅସୁବିଧା ସୃଷ୍ଟି ହେଉଛି। ଏହି ଏଜେନ୍ସି ପକ୍ଷରୁ କରାଯାଇଥିବା ଅଭିବୃଦ୍ଧି ପୂର୍ବାନୁମାନ ମୁତାବକ ଭାରତର ଅଭିବୃଦ୍ଧି କିଛି ଦଶନ୍ଧି ତଳକୁ ଖସିଯିବ ବୋଲି ଜଣାପଡିଛି।
ଆଇଏମ୍‌ଏଫ୍‌ ଏହାର ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ୍‌ରେ କହିଛି ଯେ, ୨୦୨୧-୨୨ରେ ଭାରତର ଅଭିବୃଦ୍ଧି ହାର ୬% ରହିବ। ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡିକର ଜିଡିପି ଅଭିବୃଦ୍ଧି ଏହି ସମୟରେ ୩% ଏବଂ ବିଶ୍ୱ ବଜାରର ଜିଡିପି ୪.୯% ଖସିବ। ସେହିଭଳି ଅନ୍ୟ ଏଜେନ୍ସିଗୁଡିକ ମଧ୍ୟ ଭାରତର ଅଭିବୃଦ୍ଧି ହ୍ରାସ ହେବାକୁ ନେଇ ପୂର୍ବାନୁମାନ କରିଛନ୍ତି। ଓଇସିଡି କହିଛି ଯେ, ଭାରତରେ -୩.୭ରୁ -୭% ଅଭିବୃଦ୍ଧି ରହିବ। ସେହିଭଳି ବର୍ନଷ୍ଟେଇନ -୭, ଗୋଲ୍ଡମ୍ୟାନ ସ୍ୟାଚ୍‌ -୫%, ନୋମୋରା -୫%, ଫିଚ୍‌ ରେଟିଂସ -୫, ଇକ୍ରା -୫%, କ୍ରିସିଲ -୫%, ଇଣ୍ଡିଆ ରେଟିଂସ -୫.୩%, ସିଆଇଆଇ ୧%, ମୁଡିସ୍‌ -୪%, ଓ୍ବାର୍ଲଡ ବ୍ୟାଙ୍କ -୩.୨% ଏବଂ ଏଡିବି -୪% ଅଭିବୃଦ୍ଧି ରହିବ ବୋଲି କହିଛି।

Share