ଭାରତର ଜିଡିପି ଅଭିବୃଦ୍ଧି ୭.୨କୁ ହ୍ରାସ

ନୂଆଦିଲ୍ଲୀ,୧ା୬: ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୨୦୨୨-୨୩ ବର୍ଷରେ ୭.୨%କୁ ହ୍ରାସ ପାଇଛି। ପୂର୍ବବର୍ଷ ଅର୍ଥାତ୍‌ ୨୦୨୧-୨୨ରେ ଜିଡିପି ଅଭିବୃଦ୍ଧି ୯.୧% ଥିଲା। ୨୦୨୨-୨୩ର ଶେଷ ତ୍ରୈମାସିକ ଅର୍ଥାତ୍‌ ଜାନୁୟାରୀ-ମାର୍ଚ୍ଚରେ ଦେଶର ଅର୍ଥନୀତି ୬.୧% ହାରରେ ବୃଦ୍ଧି ପାଇଛି। ଏହା ତୃତୀୟ ତ୍ରୈମାସିକ (ଅକ୍ଟୋବରରୁ ଡିସେମ୍ବର)ରେ ୪.୫% ଏବଂ ଦ୍ୱିତୀୟ ତ୍ରୈମାସିକ (ଜୁଲାଇରୁ ସେପ୍ଟେମ୍ବର)ରେ ୬.୨% ଥିଲା। ତେବେ ୨୦୨୩ ପ୍ରଥମ ୩ ମାସରେ ଚାଇନାର ଜିଡିପି ଅଭିବୃଦ୍ଧି ହାର ୪.୫% ରହିଛି। କୃଷି, ଉତ୍ପାଦନ, ଖଣି ଏବଂ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଯୋଗୁ ୨୦୨୨-୨୩ରେ ଭାରତର ଅର୍ଥନୀତି ୭.୨% ହାରରେ ବୃଦ୍ଧି ପାଇଛି। ଏହା ପୂର୍ବବର୍ଷ ତୁଳନାରେ ହ୍ରାସ ପାଇଥିଲେ ମଧ୍ୟ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ଆକଳନଠାରୁ ଅଧିକ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ବୁଧବାର ଜାରି ହୋଇଥିବା ତଥ୍ୟରୁ ଜଣାପଡ଼ିଛି। ଆର୍‌ବିଆଇ ଏବଂ ଏନ୍‌ଏସ୍‌ଓ ପକ୍ଷରୁ ୨୦୨୨-୨୩ରେ ଦେଶର ଜିଡିପି ଅଭିବୃଦ୍ଧି ୭% ରହିବ ବୋଲି ପୂର୍ବାନୁମାନ କରାଯାଇଥିଲା। ଏନ୍‌ଏସ୍‌ଓ ତଥ୍ୟ ଅନୁଯାୟୀ, ବାସ୍ତବ ଜିଡିପି ମୂଲ୍ୟ ୨୦୨୨-୨୩ରେ ୧୬୦.୦୬ ଲକ୍ଷ କୋଟି ଟଙ୍କା ଛୁଇଁବା ନେଇ ଅନୁମାନ କରାଯାଇଛି। ୨୦୨୧-୨୨ରେ ଏହା ୧୪୯.୨୬ ଲକ୍ଷ କୋଟି ଟଙ୍କା ରହିବା ଆକଳନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଶ୍ୱର ବୃହତ୍‌ ଅର୍ଥନୀତିଗୁଡ଼ିକ ଦୁର୍ବଳ ଅବସ୍ଥାରେ ପହଞ୍ଚତ୍ଥିବାବେଳେ ଭାରତୀୟ ଅର୍ଥନୀତି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ସକ୍ଷମ ବୋଲି ମୋଦି କହିଛନ୍ତିି।

 


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri