ଭାରତରେ ଜିଡିପି ଅଭିବୃଦ୍ଧି ହାର ୬.୬% ହେବ

ଭୁବନେଶ୍ୱର,୧୨।୬(ଅନୁରାଧା ମହାରଣା): ୨୦୨୪ରେ ଭାରତୀୟ ଅର୍ଥନୀତି ୬.୬ ପ୍ରତିଶତ ହାରରେ ବୃଦ୍ଧି ପାଇବ। ୨୦୨୪ ପାଇଁ ଭାରତର ଜିଡିପି ଆକଳନ ବୃଦ୍ଧି ପାଉଥିବାବେଳେ ବିଶ୍ୱ ବ୍ୟାଙ୍କ କହିଛି ଯେ, ଚଳିତ ବର୍ଷ ଭାରତ ୬.୬ ପ୍ରତିଶତ ହାରରେ ବୃଦ୍ଧି ପାଇବ ମାତ୍ର ଜାନୁୟାରୀ ୨୦୨୪ ଆକଳନ ଅନୁଯାୟୀ ଜିଡିପି ଅଭିବୃଦ୍ଧି ହାର ୬.୪ ପ୍ରତିଶତ ହେବ। ୨୦୨୫ରେ ଜିଡିପି ଅଭିବୃଦ୍ଧି ହାର ୬.୭ ପ୍ରତିଶତ ଏବଂ ୨୦୨୬ରେ ୬.୮ ପ୍ରତିଶତ ହେବ ବୋଲି ବିଶ୍ୱ ବ୍ୟାଙ୍କ ପୂର୍ବାନୁମାନ କରିଛି। ବିଶ୍ୱ ବ୍ୟାଙ୍କ ମଧ୍ୟ ଚାଇନାର ଅଭିବୃଦ୍ଧି ପୂର୍ବାନୁମାନକୁ ୪.୫ ପ୍ରତିଶତରୁ ୪.୮ ପ୍ରତିଶତକୁ ବୃଦ୍ଧି କରିଛି।
ବିଶ୍ୱ ବ୍ୟାଙ୍କ କହିଛି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତରେ ଅଭିବୃଦ୍ଧି ହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବାରୁ ଜିଡିପି ୮.୨ ପ୍ରତିଶତ ହେବ। ଏହା ଜାନୁୟାରୀରେ ହୋଇଥିବା ଆକଳନଠାରୁ ୧.୯ ପ୍ରତିଶତ ଅଧିକ। କୃଷି କ୍ଷେତ୍ରରେ ମୌସୁମୀ ପ୍ରଭାବ ହେତୁ ଉତ୍ପାଦନ ହ୍ରାସ ସତ୍ତ୍ୱେ ଉତ୍ପାଦନ ଏବଂ ନିର୍ମାଣ କ୍ଷେତ୍ରର ଆଶା କରାଯାଉଥିବା ପ୍ରଦର୍ଶନ ଏବଂ ସେବା କାର୍ଯ୍ୟକଳାପରେ ଗତିଶୀଳତା ଅପେକ୍ଷା ଶିଳ୍ପ କାର୍ଯ୍ୟକଳାପରେ ବୃଦ୍ଧି ହେତୁ ଅଭିବୃଦ୍ଧି ହାର ଉତ୍କୃଷ୍ଟ ହୋଇଛି।
ବିଶ୍ୱ ବ୍ୟାଙ୍କ କହିଛି ଯେ, କରୋନା ମହାମାରୀ ପରେ ପୁଞ୍ଜି ନିବେଶ ବୃଦ୍ଧି ତଥା ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବୃଦ୍ଧି ହେତୁ ଘରୋଇ ଚାହିଦା ବଳବତ୍ତର ରହିଛି। ବିଶ୍ୱବ୍ୟାଙ୍କ କହିଛି ଯେ, ୨୦୨୩ ସେପ୍ଟେମ୍ବରରୁ ଭାରତରେ ମୁଦ୍ରାସ୍ଫୀତି ହାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପରିସର ମଧ୍ୟରେ ୨ ରୁ ୬ ପ୍ରତିଶତ ରହିଛି।
ବିଶ୍ୱ ବ୍ୟାଙ୍କ ଏହାର ଆଉଟଲୁକରେ କହିଛି ଯେ, ବିଶ୍ୱର ପ୍ରମୁଖ ଅର୍ଥନୀତି ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବ। ରିପୋର୍ଟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ପରେ ଭାରତ ୨୦୨୪-୨୫ ଆର୍ଥିକ ବର୍ଷ ତୁଳନାରେ ହାରାହାରି ୬.୭ ପ୍ରତିଶତ ଅଭିବୃଦ୍ଧି କରିବ। ସାର୍ବଜନୀନ ପୁଞ୍ଜି ବିନିଯୋଗ ଏବଂ ବେସରକାରୀ ପୁଞ୍ଜି ବିନିଯୋଗ ଯୋଗୁ ଏହି ଅବଧି ମଧ୍ୟରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇବ। କୃଷି ଉତ୍ପାଦନରେ ପୁନରୁଦ୍ଧାର ଏବଂ ମୁଦ୍ରାସ୍ଫୀତି ହ୍ରାସ ହେତୁ ଘରୋଇ ବ୍ୟବହାର ମଧ୍ୟ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri