ଯୁବବର୍ଗଙ୍କ ହାତରେ ଭାରତର ଭବିଷ୍ୟତ: ଜାତିସଂଘରେ ଚର୍ଚ୍ଚା…

ଜେନେଭା,୨।୧୨: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଏକ କାର୍ଯ୍ୟକ୍ରମରେ ତାଙ୍କ ଅଭିଭାଷଣରେ କହିଛନ୍ତି ଭାରତର ଯୁବବର୍ଗଙ୍କ ଜନସଂଖ୍ୟା ବିଶ୍ୱରେ ସର୍ବାଧିକ। କାମ୍ବୋଜ କହିଛନ୍ତି ଆମର ଯୁବବର୍ଗମାନେ ଭବିଷ୍ୟତ ଗଠନ କରୁଛନ୍ତି ଏବଂ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାକୁ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି। ମିଳିତ ଜାତିସଂଘରେ ୧ଏମ୧ବି ଆକ୍ଟିଭେଟ ଇମ୍ପାକ୍ଟ ସମ୍ମିଳନୀରେ ତାଙ୍କ ଅଭିଭାଷଣରେ ରୁଚିରା କାମ୍ବୋଜ କହିଛନ୍ତି ପରିବର୍ତ୍ତନ ପାଇଁ ଯୁବ ଶକ୍ତିର କ୍ଷମତା ଉପରେ ଭାରତ ଦୃଢ଼ ବିଶ୍ୱାସ କରେ।

୨୦୩୦ ସୁଦ୍ଧା ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଶକ୍ତି ଉତ୍ସ, ମୌଳିକତା ଏବଂ ଯୁବପିଢ଼ିଙ୍କ ଅଭିନବତା ଗୁରୁତ୍ୱପୂର୍ଣ୍ଣ। ସବୁଠାରୁ ଅଧିକ ଯୁବବର୍ଗଙ୍କ ଜନସଂଖ୍ୟା ବିଶିଷ୍ଟ ଦେଶ ମଧ୍ୟରୁ ଭାରତ ଅନ୍ୟତମ ଏବଂ ଆମେ କେବଳ ଭବିଷ୍ୟତକୁ ଦେଖୁନାହୁଁ ବରଂ ଭବିଷ୍ୟତକୁ ପୁନର୍ନିର୍ମାଣ କରୁଛୁ। କୃଷି ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଭାରତୀୟ ଯୁବବର୍ଗମାନଙ୍କ ଦ୍ୱାରା କରାଯାଉଥିବା ଉଦ୍ଭାବନଗୁଡ଼ିକ ଟେକ୍ନୋଲୋଜିରେ କିପରି ଉନ୍ନତି ଆଣିପାରିବ ଏବଂ ଚ୍ୟାଲେଞ୍ଜ ଗୁଡିକ କିପରି ସୁଯୋଗରେ ପରିଣତ ହୋଇପାରିବ ତାହାର ଏକ ଉତ୍ତମ ଉଦାହରଣ ସୃଷ୍ଟି କରୁଛନ୍ତି।

ଜାତିସଂଘର ଗ୍ଲୋବାଲ ଯୋଗାଯୋଗ ବିଭାଗ ଏନଜିଓ ୧ଏମ୧ବି ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗ୍ଲୋବାଲ କମ୍ୟୁନିକେଶନର ଆଉଟରିଚର ନିର୍ଦ୍ଦେଶକ ମେହେର ନାସିର ମଧ୍ୟ ସହମତ ହୋଇଛନ୍ତି ଭାରତ ଏକ ଯୁବ ଜନସଂଖ୍ୟା ବିଶିଷ୍ଟ ଦେଶ। ସେ କହିଛନ୍ତି ଜାପାନର ହାରାହାରି ବୟସ ୪୮ ବର୍ଷ, ୟୁରୋପର ବୟସ ୪୪ ବର୍ଷ ଏବଂ ଆମେରିକାର ହାରାହାରି ବୟସ ୩୯ ବର୍ଷ। ଯେତେବେଳେ କି ଭାରତର ହାରାହାରି ବୟସ ୨୮ ବର୍ଷ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri