Categories: ଖେଳ

ଦ୍ୱିତୀୟ ଇନିଂସରେ ବି ଭାରତର ଫ୍ଲପ୍‌ ଶୋ’

ଇନ୍ଦୋର,୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ଇନ୍ଦୋରରେ ଖେଳାଯାଉଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଇନିଂସରେ ୧୦୯ ରନ୍‌ରେ ଅଲଆଉଟ୍‌ ହୋଇଛି। ଏହାର ଜବାବରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୯୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଫଳରେ ଭ୍ରମଣକାରୀ ଦଳ ୮୮ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଭାରତର ଦ୍ୱିତୀୟ ଇନିଂସରେ ମଧ୍ୟ ଖରାପ ଆରମ୍ଭ କରିଛି। ଚା’ ବିରତି ପର୍ଯ୍ୟନ୍ତ ଭାରତ ୪ ଉଇକେଟ୍‌ ହରାଇ ୭୯ ରନ୍‌ କରିଛି। ଚେତେଶ୍ୱର ପୂଜାର ୩୬ ଏବଂ ଶେୟସ ଆୟର ଶୂନରେ କ୍ରିଜ୍‌ରେ ଅଛନ୍ତି।
ଏହାପୂର୍ବରୁ ରୋହିତ ଶର୍ମା ୧୩, ବିରାଟ କୋହଲି ୧୩ ଶୁଭମନ ଗିଲ ୫ ରନ୍‌ ଏବଂ ରବିନ୍ଦ୍ର ଜାଡେଜା ୭ ରନ୍‌ରେ ଆଉଟ୍‌ ହୋଇଥିଲେ।

Share