ଟିକା ପରେ ଭାରତରେ ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ/ଲକ୍ଷ୍ନୌ, ୧୯ା୧(ପି.ଟି.): ଉତ୍ତରପ୍ରଦେଶର ମୋରାଦାବାଦରେ କୋଭିଡ୍‌ ଟିକା ନେବାର ଦିନକ ପରେ ଜଣେ ୪୬ ବର୍ଷୀୟ ସ୍ବାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ଘଟିଛି। ଭାରତରେ ଶନିବାରଠାରୁ କୋଭିଡ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ଏହା ପ୍ରଥମ ମୃତ୍ୟୁ। ମହିପାଲ ସିଂ ନାମକ ଏହି ସ୍ବାସ୍ଥ୍ୟକର୍ମୀ ଶନିବାର କୋଭିଶିଲ୍ଡ ଟିକା ନେଇଥିଲେ। ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଜିଲା ମୁଖ୍ୟ ମେଡିକାଲ ଅଫିସର (ସିଏମ୍‌ଓ) ଡ. ମିଲିନ୍ଦ ଚନ୍ଦ୍ର ଗର୍ଗ ସ୍ପଷ୍ଟ କରିଥିବାବେଳେ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି କହିଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ସିଏମ୍‌ଓ କହିଛନ୍ତି। ତେବେ ମହିପାଲଙ୍କଠାରେ ଜ୍ୱର ଓ କାଶ ବ୍ୟତୀତ ଅନ୍ୟ କୌଣସି ରୋଗ ନ ଥିଲା। ଟିକା ନେଇ ତାଙ୍କର ମୃତ୍ୟୁ ଘଟିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ଜିଲାପାଳ ରାକେଶ ସିଂ ନିର୍ଦ୍ଦେଶ ଦେଇଛନ୍ତି। ମୋରାଦାବାଦର ଦୀନଦୟାଲ ଉପାଧ୍ୟାୟ ସରକାରୀ ହସ୍ପିଟାଲର ସର୍ଜିକାଲ ଓ୍ବାର୍ଡରେ ମହିପାଲ ଜଣେ ଓ୍ବାର୍ଡ ବୟ ଭାବେ କାର୍ଯ୍ୟ କରୁଥିଲେ।
ସୋମବାର ସୁଦ୍ଧା ଦେଶରେ ୩,୮୧,୩୦୫ ହିତାଧିକାରୀ ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୫୮୦ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ବେଳେ ୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏକ ଖବରଦାତା ସମ୍ମିଳନୀକୁ ସୂଚନା ଦେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ମନୋହର ଅଗ୍‌ନାନି କହିଛନ୍ତି, ସୋମବାର ଅପରାହ୍ନ ୫ଟା ସୁଦ୍ଧା ୨୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧,୪୮,୨୬୬ ଜଣ କୋଭିଡ୍‌ ଟିକା ନେଇଛନ୍ତି। ସୋମବାର ବିହାରରେ ୮,୬୫୬, ଆସାମରେ ୧,୮୨୨, କର୍ନାଟକରେ ୩୬,୮୮୮, କେରଳରେ ୭,୦୭୦, ମଧ୍ୟପ୍ରଦେଶରେ ୬,୬୬୫, ତାମିଲନାଡୁରେ ୭,୬୨୮, ତେଲଙ୍ଗାନାରେ ୧୦,୩୫୨, ପଶ୍ଚିମବଙ୍ଗରେ ୧୧,୫୮୮ ଏବଂ ଦିଲ୍ଲୀରେ ୩,୧୧୧ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଦିଲ୍ଲୀରେ ଟିକା ନେଇ ୩ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ଓ ଅନ୍ୟଜଣେ ମାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଉତ୍ତରାଖଣ୍ଡର ଜଣେ ବ୍ୟକ୍ତି ଋଷିକେଶସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଛତିଶଗଡ଼ରେ ଜଣେ ଓ କର୍ନାଟକରେ ଦୁଇଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ବିଶ୍ୱରେ ୮୪ରୁ ଅଧିକ ଲୋକଙ୍କ ଜୀବନ ଗଲାଣି

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଦେଶରେ ଟିକାକରଣ ଆରମ୍ଭ ହୋଇଥିବାବେଳେ ଅନେକଙ୍କଠାରେ ଏହାର ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। କେତେକଙ୍କ ପାଇଁ ଘାତକ ସାଜିଲାଣି ଟିକା। ଫଳରେ ଏହାକୁ ନେବା ପାଇଁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ବିଭିନ୍ନ ଦେଶରେ ଏପର୍ଯ୍ୟନ୍ତ କୋଭିଡ୍‌ ଟିକା ନେଇ ୮୪ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। ଆମେରିକାରେ ଫାଇଜର ଓ ମଡର୍ନା ଟିକା ନେଇ ୫୫ ଜଣ ପ୍ରାଣ ହରାଇଥିବାବେଳେ ନରଓ୍ବେରେ ଫାଇଜର ଟିକା ୨୯ ଜଣଙ୍କ ଜୀବନ ନେଲାଣି। ପର୍ତ୍ତୁଗାଲରେ ଟିକା ନେବା ପରେ ଜଣେ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଛି। ସେହିପରି ଇସ୍ରାଏଲ୍‌ରେ ଟିକା ନେଇ ୧୩ ଜଣ ମୁଖ ପକ୍ଷାଘାତର ଶିକାର ହୋଇଛନ୍ତି। ଅନେକଙ୍କଠାରେ ଆଲର୍ଜି ଦେଖାଦେବା ସହ କେତେକ ଟିକା ନେବା ପରେ ପୂର୍ବଭଳି କାର୍ଯ୍ୟ କରିବାକୁ ସକ୍ଷମ ହେଉନାହାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri