ତାଲିବାନୀ ସରକାର ଗଠନ ପରେ ଭାରତର ପ୍ରଥମ ବିବୃତ୍ତି ଜାରି…

ଜେନେଭା/ନୂଆଦିଲ୍ଲୀ,୮।୯: ତାଲିବାନୀ ସରକାରଙ୍କ ଘୋଷଣା ପରେ ଭାରତ ପକ୍ଷରୁ ପ୍ରଥମ ବିବୃତ୍ତି ଅନ୍ତର୍ଜାତୀୟ ସ୍ତରରେ ଜାରି କରାଯାଇଛି। ମିଳିତ ଜାତିସଂଘ ମହାସଭାରେ ଶାନ୍ତି ଏବଂ ସଂସ୍କୃତି ସମ୍ପର୍କିତ ଏକ ବୈଠକରେ ଯୋଗଦେଇ ଭାରତୀୟ ସ୍ଥାୟୀ ମିଶନର ସଚିବ ବିଦିଶା ମୈତ୍ରା କହିଛନ୍ତି ଯେ ଭାରତ କେବଳ ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ ଏବଂ ଶିଖ ଧର୍ମର ଜନ୍ମସ୍ଥାନ ନୁହେଁ ବରଂ ଏକ ଦେଶ ଯେଉଁଠାରେ ଇସଲାମ, ଇହୁଦୀ ଧର୍ମ, ଖ୍ରୀଷ୍ଟିଆନ ଏବଂ ପାର୍ସୀ ଧର୍ମ ସହିତ ନିବିଡ଼ ସମ୍ପର୍କ ରହିଛି।
ଭାରତ ପକ୍ଷରୁ କାହାର ନାମ ନ ନେଇ କୁହାଯାଇଛି ଯେ, ବିଶ୍ୱ ମହାମାରୀ ସମୟରେ ମଧ୍ୟ ଅସହିଷ୍ଣୁତା, ହିଂସା ଏବଂ ଆତଙ୍କବାଦ ବୃଦ୍ଧି ପାଉଛି। ଆତଙ୍କବାଦ ଧର୍ମ ଏବଂ ସଂସ୍କୃତିର ବିରୋଧୀ। ଆତଙ୍କବାଦୀ କାର୍ଯ୍ୟକଳାପର ଅପରାଧୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ ନ୍ୟାୟ ଦେବା ପାଇଁ ଧର୍ମର ବ୍ୟବହାର କରାଯାଇପାରିବ ନାହିଁ।
ପାକିସ୍ତାନ ଜାଣିଶୁଣି ଭାରତ ବିରୋଧରେ ଅପପ୍ରଚାର କରୁଛି। ମାତ୍ର ପାକିସ୍ତାନ ନିଜ ମାଟିରେ ଏବଂ ସୀମାରେ ଏକ ହିଂସା ସଂସ୍କୃତିକୁ ପ୍ରସାର କରୁଥିବା ଭାରତ କହିଛି। ଶାନ୍ତି ସଂସ୍କୃତି ସମ୍ମିଳନୀରେ ଆଲୋଚନା କେବଳ ଏକ ଅମୃତ ମୂଲ୍ୟ ଅବା ସିଦ୍ଧାନ୍ତ ନୁହେଁ। ଏହାର ପ୍ରତିଫଳନ ସଦସ୍ୟ ରାଷ୍ଟ୍ରଙ୍କ ବିଶ୍ୱ ସମ୍ପର୍କରେ ମଧ୍ୟ ପରିପ୍ରକାଶ ହେବା ଆବଶ୍ୟକ।

Share