ରାଜପଥ ନୁହେଁ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ପ୍ରଥମ ଗଣତନ୍ତ୍ର ଦିବସ

ନୂଆଦିଲ୍ଲୀ,୨୬।୧: ଭାରତରେ ୧୯୫୦ ଜାନୁଆରୀ ୨୬ରେ ସମ୍ବିଧାନ ଗଠିତ ହୋଇଥିଲା। ଗଣତନ୍ତ୍ର ଦିବସ ସବୁବେଳେ ଦିଲ୍ଲୀର ରାଜପଥ(କର୍ତ୍ତବ୍ୟ ପଥ)ରେ ଆଯୋଜିତ ହେଉଥିବାବେଳେ ପ୍ରଥମ ଗଣତନ୍ତ୍ର ଦିବସ ଏକ ଷ୍ଟାଡିୟମରେ ପାଳନ ହୋଇଥିଲା। ୧୯୩୦ ଦଶକର ଏହି ଏମଫିଥିଏଟରକୁ ସେତେବେଳେ ଷ୍ଟାଡିୟମ କରାଯାଇଥଲା। ୧୯୫୦ ଜାନୁଆରୀ ୨୬ରେ ପ୍ରଥମ ଥର ଡରଓ୍ବିନ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିଲା।

ଏହି ଐତିହାସିକ ଦିନରେ ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଶପଥ ଗ୍ରହଣ କରିଥିଲେ। ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ସେ ଏହି ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଥିଲେ। ଗଣତନ୍ତ୍ର ଦିବସ ପାଳନ ହୋଇଥିବା ଏହି ଷ୍ଟାଡିୟମକୁ ଭାବନଗର ମହାରାଜାଙ୍କ ଦ୍ୱାରା ଉପହାର ସ୍ବରପ ଦିଆଯାଇଥିଲା। ଷ୍ଟାଡିୟମର ନାଁ ଭାରତର ପୂର୍ବ ଭାଇସରାୟ ଲର୍ଡ ଡାରଓ୍ବିନଙ୍କ ନାମନୁସାରେ ହୋଇଥିଲା। ସେ ନିଜର କାର୍ଯ୍ୟକାଳ ମଧ୍ୟରେ ୧୯୩୦ରେ ନୂଆଦିଲ୍ଲୀକୁ ବିଟ୍ରିଶ ଭାରତର ନୂଆ ରାଜଧାନୀ ଭାବେ ସ୍ଥାପନ କରିଥିଲେ। ତେବେ ଏହି ଡାରଓ୍ବିନ ଷ୍ଟାଡିୟମ ୨୦୦୨ରେ କୀର୍ତ୍ତିମାନ ହକି ଖେଳାଳୀ ଧ୍ୟାନଚାନ୍ଦଙ୍କ ନାଁରେ ନାମିତ ହୋଇଥିଲା।

Share