Posted inଫୁରସତ

ଭାରତର ପ୍ରଥମ ଏଆଇ ମା’

ନୂଆଦିଲ୍ଲୀ: ଧୀରେ ଧୀରେ ଭର୍ଚୁଆଲ୍‌ ଇନ୍‌ଫ୍ଲୁଏନ୍ସରମାନେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଗୁଡ଼ିକରେ ନିଜ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛନ୍ତି। ସମ୍ପ୍ରତି କାବ୍ୟା ମେହେରା ନାମ୍ନୀ ଜଣେ ଭର୍ଚୁଆଲ୍‌ ଇନ୍‌ଫ୍ଲୁଏନ୍ସର ମଧ୍ୟ ଇନ୍‌ଷ୍ଟାଗ୍ରାମରେ ନିଜ ଭିଡିଓ ପୋଷ୍ଟ କରି ବେଶ୍‌ ଭାଇରାଲ ହେଉଛନ୍ତି। ଭାରତର ସର୍ବବୃହତ୍‌ ସେଲିବ୍ରିଟି ମ୍ୟାନେଜମେଣ୍ଟ ସଂସ୍ଥାଗୁଡ଼ିକ ମଧ୍ୟରୁ ଅନ୍ୟତମ ‘କଲେକ୍ଟିଭ୍‌ ଆର୍ଟିଷ୍ଟ ନେଟ୍‌ୱାର୍କ’ କାବ୍ୟାଙ୍କୁ ପ୍ରସ୍ତୁତ କରିଛି। କାବ୍ୟାଙ୍କ ଇନ୍‌ଷ୍ଟାଗ୍ରାମ ବାୟୋ ଅନୁଯାୟୀ ସେ ହେଉଛନ୍ତି ଭାରତର ପ୍ରଥମ ଏଆଇ ଚାଳିତ ମା’।
କାବ୍ୟା ତାଙ୍କ ଫଲୋଅର୍ସମାନଙ୍କ ସହ ମାତୃତ୍ୱକୁ ନେଇ ନିଜର ଆଧୁନିକ ଦୃଷ୍ଟିକୋଣକୁ ବାଣ୍ଟିଥାନ୍ତି। ସେହିପରି ସେ ରୋଷେଇ, ପେଣ୍ଟିଂ, ସ୍କିନ୍‌ କେୟାର ଭଳି ବିଭିନ୍ନ କାର୍ଯ୍ୟରେ ପାରଙ୍ଗମ ଥିବା ମଧ୍ୟ କୁହନ୍ତି। ଏକ ଭିଡିଓର କ୍ୟାପ୍‌ଶନ୍‌ରେ କାବ୍ୟା ଲେଖିଛନ୍ତି, ପିଲାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବାଠାରୁ ଆରମ୍ଭକରି ଭୋଜନ ପାଇଁ ଯୋଜନା କରିବା ପର୍ଯ୍ୟନ୍ତ ସବୁଥିରେ ସେ ପାରଙ୍ଗମ। କାବ୍ୟାଙ୍କୁ ସୃଷ୍ଟି କରିଥିବା, ‘କଲେକ୍ଟିଭ୍‌ ଆର୍ଟିଷ୍ଟ ନେଟ୍‌ୱର୍କ’ର କହିବା ଅନୁଯାୟୀ, ତାଙ୍କର ବ୍ୟକ୍ତିତ୍ୱ ପ୍ରକୃତ ମା’ମାନଙ୍କ ବାସ୍ତବ ଜୀବନର ଅନୁଭୂତି ଉପରେ ନିର୍ମିତ। ସେହିପରି ଏକ ରିପୋର୍ଟରେ କୁହାଯାଇଛି, କାବ୍ୟା ମେହେରା କେବଳ ଏକ ଡିଜିଟାଲ୍‌ ଅବତାର ନୁହନ୍ତି ବରଂ ସେ ଆଧୁନିକ ମାତୃଭାଷାର ପ୍ରତିମୂର୍ତ୍ତି। ଏଆଇ ଦ୍ୱାରା ଚାଳିତ ହେଉଥିବା କାବ୍ୟାଙ୍କର ଅନ୍ୟ ମଣିଷଙ୍କ ଭଳି ବହୁ ଅଭିଜ୍ଞତା ରହିଛି ବୋଲି ଉକ୍ତ ରିପୋର୍ଟ କହିଛି।
କାବ୍ୟା ନିଜର ଦୈନନ୍ଦିନ ଜୀବନର ଝଲକ୍‌କୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରନ୍ତି, ଯେଉଁଥିରେ ସେ ତାଙ୍କର ପ୍ରିୟ ଖାଦ୍ୟ ରାନ୍ଧିବା ଏବଂ ଦୀପାବଳି ପରି ପର୍ବକୁ ଉପଭୋଗ କରୁଥିବାର ନଜରକୁ ଆସିଛନ୍ତି। ଏହାସହ ସେ ନିଜ ପିଲାଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି। ସେ କେଉଁ ପ୍ରକାର ମା’ ହେବାକୁ ଚାହୁଁଛନ୍ତି ସେନେଇ କାବ୍ୟା ଏକ ପୋଷ୍ଟରେ କହୁଥିବାର ନଜରକୁ ଆସିଛନ୍ତି। ଅନ୍ୟ ଏକ ଭିଡିଓରେ କାବ୍ୟା କହିଛନ୍ତି, ଯେଉଁ ମା’ ଭାବପ୍ରବଣ ଭାବରେ ଉପଲବ୍ଧ ସେ ସର୍ବଦା ନିଜେ ପିଲାଙ୍କ ପାଇଁ ଠିଆ ହୋଇ ରହିବେ, ଯାହାଦ୍ୱାରା ସନ୍ତାନମାନେ ମା’ଙ୍କ ସହ ରହି ସବୁଠୁ ସୁରକ୍ଷିତ ସ୍ଥାନରେ ଥିବା ପରି ଅନୁଭବ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri