Posted inଖେଳ

ଭାରତର ପଞ୍ଚମ ପରାଜୟ

ରାଉରକେଲା,୧୫।୨(ଦିନେଶ ମିଶ୍ର): ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ର ବୁଧବାର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୦-୧ ଗୋଲରେ ନେଦରଲାଣ୍ଡ୍ସଠାରୁ ହାରି ଯାଇଛି। ଫଳରେ ଚଳିତ ପ୍ରୋ ଲିଗ୍‌ରେ ଭାରତୀୟ ମହିଳା ଦଳ ୬ ମ୍ୟାଚରୁ ୫ମ ପରାଜୟ ବରଣ କରିଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ୪ ମ୍ୟାଚରୁ ୧ ବିଜୟ ଓ ୩ ପରାଜୟ ଲଭିଥିବା ଭାରତୀୟ ଦଳ ଏଠାରେ କ୍ରମାଗତ ଦ୍ୱିତୀୟ ମ୍ୟାଚ ହାରିଛି। ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରଥମ ଚରଣରେ ମଧ୍ୟ ଭାରତ ୧-୩ ଗୋଲରେ ନେଦରଲାଣ୍ଡ୍ସଠାରୁ ହାରି ଯାଇଥିଲା। ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୬ ମ୍ୟାଚରୁ ମାତ୍ର ୩ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ୧୦ ମ୍ୟାଚରୁ ୧୦ ବିଜୟ ସହ ୩୦ ପଏଣ୍ଟ ପାଇ ଟେବୁଲରେ ନିଜର ଶୀର୍ଷସ୍ଥାନକୁ ମଜଭୁତ କରିଦେଇଛି।
ଏଠାରେ ପୂରା ମ୍ୟାଚରେ ନେଦରଲାଣ୍ଡ୍ସ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଭାରତୀୟ ଖେଳାଳିମାନେ ପ୍ରଥମ କ୍ୱାର୍ଟରକୁ ଗୋଲଶୂନ୍ୟ ରଖିବାରେ ସକ୍ଷମ ହୋଇଥିଲେ ହେଁ ଦ୍ୱିତୀୟ କ୍ୱାର୍ଟରରେ ଅର୍ଥାତ୍‌ ୨୭ତମ ମିନିଟ୍‌ରେ ନେଦରଲାଣ୍ଡ୍ସର ଫରଓ୍ବାର୍ଡ ଖେଳାଳି ଫେଲିସ୍‌ ଆଲବେର୍ସ ଗୋଲ ଦେଇ ଦଳକୁ ୧-୦ ଗୋଲରେ ଆଗୁଆ ରଖିଥିଲେ। ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ଅନେକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ହୋଇପାରି ନ ଥିଲା। ମ୍ୟାଚରେ ନେଦରଲ୍ୟାଣ୍ଡ୍ସ ୭ଟି ପେନାଲ୍‌ଟି ସୁଯୋଗ ପାଇଥିବାବେଳେ ଗୋଲ କରି ପାରି ନ ଥିଲା। ସେହିପରି ୫ଟି ପେନାଲ୍‌ଟି ସୁଯୋଗ ମିଳିଥିଲେ ମଧ୍ୟ ଭାରତ ଗୋଲ ପରିଶୋଧ କରିବାରେ ଅସମର୍ଥ ରହିଥିଲା। ପୂର୍ବରୁ ଚାଇନା ସହିତ ହୋଇଥିବା ତ୍ରୁଟିକୁ ପୁଣିଥରେ ଦୋହରାଇ ଭାରତ ପରାଜିତ ହୋଇଥିଲା। ଭାରତୀୟ ଦଳର ଅଧିନାୟିକା ସବିତା ପୁନିଆ ୪୩ତମ ମିନିଟରେ ୟେଲୋ କାର୍ଡ ପାଇଥିଲେ। ଉନ୍ନତ ପ୍ରଦର୍ଶନ ପାଇଁ ଏହି ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ଦଳର ଫେଲିସ୍‌ ଆଲବେର୍ସ ପ୍ଲେୟ୍‌ର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri