Categories: ଖେଳ

ଭାରତର ଲଜ୍ଜାଜନକ ରେକର୍ଡ

କଲମ୍ବୋ,୧୩।୯: ଏସିଆ କପ ୨୦୨୩ ସୁପର-୪ର ଏକ ମ୍ୟାଚ୍‌ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ୪୧ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଭାରତୀୟ ଦଳ ପ୍ରଥମେ ଖେଳି ଶ୍ରୀଲଙ୍କାର ୩ ସ୍ପିନର ମିଳିତ ଭାବରେ ୧୦ ଉଇକେଟ ଅକ୍ତିଆର କରିବାରୁ ଭାରତ ୪୯.୧ ଓଭରରେ ୨୧୩ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଭାରତ ପକ୍ଷରୁ ସଫଳ ଖେଳାଳି ଭାବରେ ୫୩ ରନ ସ୍କୋର କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦୁନିଥ ଓ୍ବେଲାଲାଗେ ୫ ଉଇକେଟ ନେଇଥିଲେ।
ଶ୍ରୀଲଙ୍କାର ସ୍ପିନର ୧୦ ଉଇକେଟ ଅକ୍ତିଆର କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଷଷ୍ଠ ଥର ପାଇଁ ଏଭଳି ଘଟିଥିଲା। ଦୁନିଥ ଓ୍ବେଲାଲାଗେ ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ୫ ଉଇକେଟ ସଫଳତା ହାସଲ କରିଥିଲେ। ଅନ୍ୟ ପକ୍ଷରେ ପାର୍ଟ ଟାଇମ ସ୍ପିନର ଚରିଥ ଅସଲଙ୍କା ୪ ଉଇକେଟ ନେଇଥିଲେ। ଦିନିକିଆରେ ଏହା ପ୍ରଥମ ଘଟଣା ନୁହେଁ ଯେ, ଟିମ ଇଣ୍ଡିଆ ଏକ ମ୍ୟାଚରେ ସମସ୍ତ ଉଇକେଟ ହରାଇଛି, କିନ୍ତୁ ଏହି ମ୍ୟାଚରେ ସେମାନଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି ହୋଇଛି। ଦିନିକିଆରେ ପ୍ରଥମ ଥର ପାଇଁ ଏକ ମ୍ୟାଚରେ ସ୍ପିନରମାନେ ଭାରତୀୟ ଦଳର ସମସ୍ତ ୧୦ ଉଇକେଟ ନେଇଥିଲେ।

Share