Posted inଜାତୀୟ

ଜମ୍ମୁ-କଶ୍ମୀରରେ ନିବେଶ ପାଇଁ ସୁମଲିମ୍‌ ରାଷ୍ଟ୍ରଙ୍କ ସହିତ ଭାରତର ଯୋଗାଯୋଗ ପ୍ରୟାସ…

ନୂଆଦିଲ୍ଲୀ,୨୧।୧୦: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତ କୂଟନୈତିକ ସ୍ତରରେ ପାକିସ୍ତାନକୁ ଘେରିବାକୁ ପ୍ରସ୍ତୁତ ହେଉଛି। ଜମ୍ମୁ-କଶ୍ମୀରରେ ପର୍ଯ୍ୟାୟକ୍ରମେ ପୁଞ୍ଜି ନିବେଶ ପାଇଁ ଭାରତ ଏକ ସ୍ବତନ୍ତ୍ର ରଣନୀତି ଉପରେ କାର୍ଯ୍ୟ କରୁଛି। ଏହା ଅନ୍ତର୍ଗତ ମୁସଲିମ୍‌ ରାଷ୍ଟ୍ରମାନଙ୍କରୁ କାଶ୍ମୀରରେ ବ୍ୟାପକ ବିନିଯୋଗ ପାଇଁ ଏକ ଅଭିଯାନ ଆରମ୍ଭ ହୋଇଛି । ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିବା ପ୍ରାୟ ୬ଟି ମୁସଲିମ୍‌ ଦେଶ ସହିତ ଯୋଗାଯୋଗା ଆରମ୍ଭ ହୋଇଛି।

ନିକଟରେ ଭାରତ ୟୁଏଇ ସହିତ ଏସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର କରିଛି। ଏଥିରେ ଦୁବାଇର ଏକ ଶୀର୍ଷ କମ୍ପାନୀ ଜମ୍ମୁ-କଶ୍ମୀରରେ ଭିତ୍ତିଭୂମି ନିର୍ମାଣ ପାଇଁ ବିନିଯୋଗ କରିବ ବୋଲି କୁହାଯାଉଛି। ଯଦିଓ ଭିତ୍ତିଭୂମି କ୍ଷେତ୍ରରେ ଭାରତ ବହୁତ ଉନ୍ନତ, କିନ୍ତୁ ଦୁବାଇରୁ ବିନିଯୋଗ କରାଯାଇ ଅନ୍ତର୍ଜାତୀୟସ୍ତରରେ ଏକ ନୂତନ ବାର୍ତ୍ତା ପ୍ରସାର କରାଯିବାକୁ ଚେଷ୍ଟା ହେବ।

ଇସଲାମିକ ସହଯୋଗ ସଂଗଠନ (ଓଆଇସି )ରେ ପାକିସ୍ତାନ କଶ୍ମୀର ବିଷୟରେ ଅନେକ ଥର ଆପତ୍ତିଜନକ ବିବୃତ୍ତି ଦେଇଛି। ତେଣୁ ଭାରତ ଚେଷ୍ଟା କରୁଛି ଯେ ଯଦି ଇସଲାମିକ୍‌ ଦେଶ କଶ୍ମୀରରେ ନିବେଶ କରନ୍ତି, ତା’ହେଲେ ଏହାର ବଡ ବାର୍ତ୍ତା ଯିବ ଏବଂ ପାକିସ୍ତାନର ଅଭିଯୋଗ ଆପେ ଆପେ ଶେଷ ହେବାର ବାଟ ଖୋଲିବ। ଯଦି ଭାରତର ଏହି ଉଦ୍ୟମ ଫଳପ୍ରଦ ହୁଏ, ତେବେ କୂଟନୈତିକସ୍ତରରେ ଏହା ଏକ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି।

ୟୁଏଇ ସହିତ ଭାରତର ସମ୍ପର୍କ ବହୁତ ଭଲ ରହିଛି। ବିଶେଷ କଥା ହେଉଛି ଯେତେବେଳେ ଭାରତ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେଲା, ସେତେବେଳେ ୟୁଏଇ ମଧ୍ୟ କିଛି ଦେଶ ମଧ୍ୟରୁ ଗୋଟିଏ ଥିଲା ଯେଉଁମାନେ ଏହି ବିଷୟରେ ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ୟୁଏଇ ତଥା ଇରାନ ସମେତ ଅର୍ଦ୍ଧ ଡଜନ ମୁସଲିମ୍‌ ଦେଶ ସହ ଭାରତ ଯୋଗାଯୋଗରେ ଅଛି, ଯେଉଁମାନେ ଜମ୍ମୁ-କଶ୍ମୀରରେ ନିବେଶ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ବିନିଯୋଗ ପରେ କେବଳ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ଉପଲବ୍ଧ ହେବ ନାହିଁ, ବରଂ ଜମ୍ମୁ-କଶ୍ମୀରରେ ଜାରି ରହିଥିବା ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରସାର କରିବା ଆଉ ସହଜ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri