Posted inଜାତୀୟ

ଜମ୍ମୁ-କଶ୍ମୀରରେ ନିବେଶ ପାଇଁ ସୁମଲିମ୍‌ ରାଷ୍ଟ୍ରଙ୍କ ସହିତ ଭାରତର ଯୋଗାଯୋଗ ପ୍ରୟାସ…

ନୂଆଦିଲ୍ଲୀ,୨୧।୧୦: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତ କୂଟନୈତିକ ସ୍ତରରେ ପାକିସ୍ତାନକୁ ଘେରିବାକୁ ପ୍ରସ୍ତୁତ ହେଉଛି। ଜମ୍ମୁ-କଶ୍ମୀରରେ ପର୍ଯ୍ୟାୟକ୍ରମେ ପୁଞ୍ଜି ନିବେଶ ପାଇଁ ଭାରତ ଏକ ସ୍ବତନ୍ତ୍ର ରଣନୀତି ଉପରେ କାର୍ଯ୍ୟ କରୁଛି। ଏହା ଅନ୍ତର୍ଗତ ମୁସଲିମ୍‌ ରାଷ୍ଟ୍ରମାନଙ୍କରୁ କାଶ୍ମୀରରେ ବ୍ୟାପକ ବିନିଯୋଗ ପାଇଁ ଏକ ଅଭିଯାନ ଆରମ୍ଭ ହୋଇଛି । ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିବା ପ୍ରାୟ ୬ଟି ମୁସଲିମ୍‌ ଦେଶ ସହିତ ଯୋଗାଯୋଗା ଆରମ୍ଭ ହୋଇଛି।

ନିକଟରେ ଭାରତ ୟୁଏଇ ସହିତ ଏସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର କରିଛି। ଏଥିରେ ଦୁବାଇର ଏକ ଶୀର୍ଷ କମ୍ପାନୀ ଜମ୍ମୁ-କଶ୍ମୀରରେ ଭିତ୍ତିଭୂମି ନିର୍ମାଣ ପାଇଁ ବିନିଯୋଗ କରିବ ବୋଲି କୁହାଯାଉଛି। ଯଦିଓ ଭିତ୍ତିଭୂମି କ୍ଷେତ୍ରରେ ଭାରତ ବହୁତ ଉନ୍ନତ, କିନ୍ତୁ ଦୁବାଇରୁ ବିନିଯୋଗ କରାଯାଇ ଅନ୍ତର୍ଜାତୀୟସ୍ତରରେ ଏକ ନୂତନ ବାର୍ତ୍ତା ପ୍ରସାର କରାଯିବାକୁ ଚେଷ୍ଟା ହେବ।

ଇସଲାମିକ ସହଯୋଗ ସଂଗଠନ (ଓଆଇସି )ରେ ପାକିସ୍ତାନ କଶ୍ମୀର ବିଷୟରେ ଅନେକ ଥର ଆପତ୍ତିଜନକ ବିବୃତ୍ତି ଦେଇଛି। ତେଣୁ ଭାରତ ଚେଷ୍ଟା କରୁଛି ଯେ ଯଦି ଇସଲାମିକ୍‌ ଦେଶ କଶ୍ମୀରରେ ନିବେଶ କରନ୍ତି, ତା’ହେଲେ ଏହାର ବଡ ବାର୍ତ୍ତା ଯିବ ଏବଂ ପାକିସ୍ତାନର ଅଭିଯୋଗ ଆପେ ଆପେ ଶେଷ ହେବାର ବାଟ ଖୋଲିବ। ଯଦି ଭାରତର ଏହି ଉଦ୍ୟମ ଫଳପ୍ରଦ ହୁଏ, ତେବେ କୂଟନୈତିକସ୍ତରରେ ଏହା ଏକ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି।

ୟୁଏଇ ସହିତ ଭାରତର ସମ୍ପର୍କ ବହୁତ ଭଲ ରହିଛି। ବିଶେଷ କଥା ହେଉଛି ଯେତେବେଳେ ଭାରତ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେଲା, ସେତେବେଳେ ୟୁଏଇ ମଧ୍ୟ କିଛି ଦେଶ ମଧ୍ୟରୁ ଗୋଟିଏ ଥିଲା ଯେଉଁମାନେ ଏହି ବିଷୟରେ ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ୟୁଏଇ ତଥା ଇରାନ ସମେତ ଅର୍ଦ୍ଧ ଡଜନ ମୁସଲିମ୍‌ ଦେଶ ସହ ଭାରତ ଯୋଗାଯୋଗରେ ଅଛି, ଯେଉଁମାନେ ଜମ୍ମୁ-କଶ୍ମୀରରେ ନିବେଶ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ବିନିଯୋଗ ପରେ କେବଳ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ଉପଲବ୍ଧ ହେବ ନାହିଁ, ବରଂ ଜମ୍ମୁ-କଶ୍ମୀରରେ ଜାରି ରହିଥିବା ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରସାର କରିବା ଆଉ ସହଜ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri