ଭାରତର କୋଭିଡ୍‌ ଭାକ୍ସିନକୁ ମିଳୁଛି ବିଶ୍ୱ ସ୍ତରରେ ପ୍ରଶଂସା; ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ

ନୂଆଦିଲ୍ଲୀ,୨୪।୧: କୋଭିଡ୍‌ -୧୯ ବିରୋଧରେ ଭାରତର ଭାରତର ଆଭିମୁଖ୍ୟକୁ ବିଶ୍ୱ ସ୍ତରରେ ମିଳୁଛି ପ୍ରଶଂସା। ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛି ଡବ୍ଲ୍ୟୁଏଚ୍‌ଓ। ଏହି ବିପଦ ସମୟରେ ବିଶ୍ୱର ବିଭିନ୍ନ ଦେଶକୁ ସହାୟତା କରୁଥିବାରୁ ଭାରତକୁ ଧନ୍ୟବାଦ୍‌ ଜଣାଇଛନ୍ତି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଡନମ ଗେବ୍ରେଏସ୍‌।

କୋଭିଡ୍‌-୧୯ ବିରୋଧରେ ତୁମ ନିରନ୍ତର ସମର୍ଥନ ପାଇଁ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ୍‌। ଯଦି ଆମେ ଏକତ୍ରିତ ହୋଇ ଲଢ଼ିବା ଓ ଜ୍ଞାନର ଆଦାନ ପ୍ରଦାନ ଦ୍ୱାରା ହିଁ ଏହି ଭାଇରସକୁ ହରାଇପାରିବା। ଜୀବନ ଓ ଜୀବିକା ରାକ୍ଷା କରିବା ବୋଲି ଟୁଇଟ୍‌ କରିଛନ୍ତି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ।

Share