ଛାତି ଥରାଇ ଦେଉଛି ଭାରତର କରୋନା ସ୍ଥିତି: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା/ନୂଆଦିଲ୍ଳୀ,୨୭।୪: ଭାରତର କରୋନା ମହାମାରୀ ସଂକ୍ରମଣ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ଭାରତର କରୋନା ସ୍ଥିତି ଛାତି ଥରାଇ ଦେଉଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡୋସ୍‌ ଅଧୋନମ୍‌ ଘେବ୍ରେସିୟସ୍‌ କହିଛନ୍ତି। ଭାରତ ଏବେ ସଙ୍କଟ ଜନକ ମୋଡ଼ ଦେଇ ଗତି କରୁଛି। ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ସ୍ଥିତି ଅସମ୍ଭାଳ ହେଉଛି। ଆଗାମୀ ଦିନରେ ଅବସ୍ଥା ଅଧିକ ଗୁରୁତର ହେବାର ଆଶଙ୍କା ଥିବା ସେ କହିଛନ୍ତି। ଭାରତ ସହାୟତା ପାଇଁ ୨ ହଜାରରୁ ଅଧିକ କର୍ମଚାରୀଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ନିଯୁକ୍ତ କରାଯାଇଥିବା ସେ ପ୍ରକାଶ କରିଛନ୍ତି।

Share