Categories: ଜାତୀୟ

ଭାରତର କରୋନା ପରିଚାଳନା ଦୁନିଆର ସର୍ବଶ୍ରେଷ୍ଠ: ଆଦର ପୁନାୱାଲା

ପୁଣେ,୯।୧: ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସ୍‌ଆଇଆଇ)ର ସିଇଓ ଆଦର ପୁନାୱାଲା ପୁଣେରେ ଏକ ଇଭେଣ୍ଟରେ କରୋନା ମହାମାରୀ ବିରୋଧରେ ଭାରତର ସଂଗ୍ରାମକୁ ପ୍ରଶଂସା କରିଛନ୍ତି। ଏହି ବିଶ୍ୱ ମହାମାରୀର ପ୍ରଭାବରୁ ଦେଶକୁ ରକ୍ଷା କରିବାରେ ସରକାର ଏବଂ ସ୍ବାସ୍ଥ୍ୟସେବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସେ କହିଛନ୍ତି।
ଭାରତୀ ସୁପର ସ୍ପେସିଆଲିଟି ହସ୍ପିଟାଲର ଉଦଘାଟନୀ ସମାରୋହରେ ଯୋଗ ଦେଇ ସେ କହିଛନ୍ତି ଯେ ବର୍ତ୍ତମାନ ସମସ୍ତେ ଭାରତ ଆଡକୁ ଚାହିଁଛନ୍ତି। କାରଣ ଆମର କରୋନା ପରିଚାଳନା ବହୁତ ପ୍ରଭାବଶାଳୀ ଏବଂ ଦକ୍ଷ ହୋଇଛି। ଏକ ସାଧାରଣ ଲକ୍ଷ୍ୟ ନେଇ ସରକାର, ସ୍ବାସ୍ଥ୍ୟ କର୍ମୀ ଏବଂ ଅନ୍ୟମାନଙ୍କ ଯୋଗୁ ଏହି ସବୁ ସମ୍ଭବ ହୋଇପାରିଛି। ମୁଁ ସାରା ବିଶ୍ୱ ଭ୍ରମଣ କରିଛି, କିନ୍ତୁ କରୋନା ମହାମାରୀ ସମ୍ବନ୍ଧରେ ଭାରତର ସର୍ବଶ୍ରେଷ୍ଠ ପରିବେଶ ଅଛି ଏବଂ ମୁଁ ସମସ୍ତଙ୍କୁ ଭାରତରେ ରହିବାକୁ ଅନୁରୋଧ କରିବି। ଆଗାମୀ ୧୦ ରୁ ୧୫ ଦିନ ମଧ୍ୟରେ କୋଭୋଭାକ୍ସ ଟିକାକୁ ବୁଷ୍ଟର ଡୋଜ ଭାବରେ ଅନୁମୋଦନ କରାଯିବ। ଏହା ପ୍ରକୃତରେ ସର୍ବଶ୍ରେଷ୍ଠ ବୁଷ୍ଟର୍‌ କାରଣ ଏହା କୋଭିଶିଲ୍ଡ ଅପେକ୍ଷା ଓମିକ୍ରନ ଭାରିଆଣ୍ଟ ବିରୋଧରେ ବହୁତ ଭଲ କାମ କରେ। ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ ଅଛି ବୋଲି ସେ କହିଛନ୍ତି।

Share